June 29, 2025

Odia Express

Here, There and Everywhere

କାମ ନ ମିଳିବା କାରଣରୁ ଗୁମନାମ୍ ଭରା ଜୀବନ ବଞ୍ଚୁଛନ୍ତି ତେରେ ନାମ୍ ଅଭିନେତ୍ରୀ Bhumika ଚାୱଲା, ଏବେ ସାମ୍ନାକୁ ଆସିକରି ନିଜେ କହିଦେଲେ ଏତେ ବଡ କଥା…

ବଲିଉଡ୍ ଇଣ୍ତଷ୍ଟ୍ରି ଏମିତି ଏକ ଜାଗା ଅଟେ ଯେଉଁଠି ସବୁଦିନ ନୁଆ ନୁଆ ଚେହେରା ଦେଖିବାକୁ ମିଳିଯାଏ, ସମସ୍ତେ ଏଠାରେ ନିଜ କ୍ୟାରିୟର୍ ବନାଇବା ପାଇଁ ଚେଷ୍ଟାରେ ଲାଗି ରୁହନ୍ତି, କିନ୍ତୁ କାହାକୁ ବି ସଫଳତା ମିଳିପାରେ ନାହିଁ, ସେମିତି ଯଦି ଆମେ ବଲିଉଡ୍ ଅଭିନେତ୍ରୀଙ୍କ କଥା କହିବା ତେବେ ଏମିତି କିଛି ଅଭିନେତ୍ରୀମାନେ ଅଛନ୍ତି ଯିଏକି ନିଜ କ୍ୟାରିୟରର ଆରମ୍ଭର୍ ଦିନରେ ଭଲ ନାଁ କମାଇଥିଲେ, କିନ୍ତୁ ଏବେ ଏହି ଅଭିନେତ୍ରୀମାନେ ବଡ ପରଦାରୁ ପ୍ରାୟ ଗାୟବ ହୋଇଯାଇଛନ୍ତି । ସେଥିରୁ ଜଣେ ଅଭିନେତ୍ରୀ ଥିଲେ ଯିଏକି ତେରେ ନାମ୍ ଫିଲ୍ମରେ ସଲମାନ୍ ଖାନ୍ ଙ୍କ ସହ ନଜର ଆସିଥିଲେ, ତାଙ୍କ ନାଁ ଭୁମିକା ଚାୱଲା ଅଟେ, ଫିଲ୍ମ ତେରେ ନାମ୍ ରେ ରାଧେଙ୍କ ନିର୍ଜଳା ହୋଇକରି ଭୁମିକା ଚାୱଲା ସୁପରଷ୍ଟାର୍ ହୋଇଯାଇଥିଲେ, କିନ୍ତୁ ଆଜି ସେ ବଡ ପରଦାରେ ଆଉ ନଜର୍ ଆସୁନାହାନ୍ତି ।

୪୩ ବର୍ଷିୟ ଅଭିନେତ୍ରୀ ଭୁମିକା ଚାୱଲା କ୍ୟାରିୟରର ଆରମ୍ଭରୁ ଅଭିନୟର ବହୁତ ମନ ଥିଲା, ଭୁମିକା ଚାୱଲା ନିଜ ପାଠପଢା ନୁଆ ଦିଲ୍ଲୀରୁ ପୁରା କରିଥିଲେ, ଫିଲ୍ମ ଦୁନିଆଁରେ ନିଜ କ୍ୟାରିୟର୍ ବନାଈବା ପାଇଁ ଭୁମିକା ଚାୱଲା ପାଠପଢା ପୁରା କରିବାପରେ ମୁମ୍ବାଇ ଚାଲି ଆସିଥିଲେ, ଯେବେ ବଲିଉଡ୍ ଇଣ୍ତଷ୍ଟ୍ରିରେ ପ୍ରଥମଥର ଭୁମିକା ଚାୱଲା ନଜର୍  ଆସିଥିଲେ ତେବେ ତାଙ୍କର ନିରିହ ଚେହେରା ଲୋକଙ୍କ ହୃଦୟ ଜିତିପାରିଥିଲା< ଭୁମିକା ଚାୱଲା ୨୦୧୩ ରେ ତେରେ ନାମ୍ ରୁ ବଲିଉଡ୍ ରେ ପାଦ ଦେଇଥିଲେ, ଏହାପରେ ସେ ଅଧିକା ଫିଲ୍ମରେ ନଜର୍ ଆସିନଥିଲେ ।

ଯେବେ ଭୁମିକା ଫିଲ୍ମରେ ନଜର ଆସିନଥିଲେ ସମସ୍ତେ ଭାବିବସିଲେ କି ତାଙ୍କୁ କୌଣସି କାମ ମିଳୁନାହିଁ, କିନ୍ତୁ ଅଭିନେତ୍ରୀଙ୍କ ଅନୁସାରେ ଏମିତି ବିଲକୁଲ୍ ନୁହେଁ, ଏବେ ଏକ ଇଣ୍ଟରଭ୍ୟୁରେ ଭୁମିକା ଚାୱଲା ଏହି ବିଷୟରେ ଖୋଲିକରି କଥା ହୋଇଥିଲେ ।ଭୁମିକା ଏକ ଇଣ୍ଟରଭ୍ୟୁ ସମୟରେ କହିଥିଲେ କି ତେରେ ନାମ୍ ର ଏକ ବର୍ଷ ପରେ ସେ ମା ହୋଇଯାଇଥିଲେ,

୨୦୧୪ ରେ ତାଙ୍କ ପୁଅ ୟଶଙ୍କ ଜନ୍ମ ହୋଇଥିଲା, ଯାହାପରେ ଜୀବନକୁ ଅଧିକା ଗୁରୁତ୍ୱ ଦେବାକୁ ପଡିଥିଲା, କିନ୍ତୁ ଏହାର ମତଲବ ନୁହେଁ କି ମୁଁ ନିଜ କ୍ୟାରିୟରକୁ ପଛରେ ଛାଡିଦେଇଆସିଲି । ଭୁମିକା କହିଲେ କି ୟଶ୍ ଛଅ ମାସ ହେବାପରେ ମୁଁ ଏକ କନ୍ନଡ ଫିଲ୍ମରେ କାମ କଲି ତାହାପରେ ମୁଁ ଏମ୍ ଏସ୍ ଧୋନୀ ଦି ଅନଟୋଲଡ୍ ଷ୍ଟୋରୀରେ କାମ କଲି

ତାହାପରେ ତେଲେଗୁରେ ତିନିଟି ଫିଲ୍ମରେ କାମ କରିଥିଲେ, ଯେଉଁଥିରେ ଗୋଟେ ସୁପରହିଟ୍ ରହିଥିଲା, ଓ ତାହାର ଏକ ହିନ୍ଦୀ ରିମେକ୍ ଜଲଦି ହିଁ ହେବାକୁ ଯାଉଛି ।ଭୁମିକା କହିଲେ କି ପୁଅ ଜନ୍ମର ସାତ ବର୍ଷରେ ମୁଁ ବଢିଆ କାମ କଲି, କିନ୍ତୁ ହିନ୍ଦୀ ଫିଲ୍ମରେ ଅଧିକା କାମ କରିପାରିଲି ନାହିଁ, ଏଥିପାଇଁ ଲୋକଙ୍କୁ ଲାଗିଲା କି ମୁଁ ସକ୍ରିୟ ନାହିଁ, ମୋତେ ଶାନ୍ତିରେ ନିଜ କାମ ଉପରେ ଫୋକସ୍ କରିବା ଭଲ ଲାଗିଥାଏ, ଓ ନିଜ ପର୍ସନାଲ୍ ସ୍ପେସ୍ କୁ ମଜା ନିଏ । ଭୁମିକା ଏହା ବି କହିଲେ କି ସାଉଥ୍ ଫିଲ୍ମ ଇଣ୍ତଷ୍ଟ୍ରି ଓ ବଲିଉଡ୍ ସହ ଯୋଡି ହୋଇଥିବା ଲୋକ ତାଙ୍କୁ ଲଗାତାର୍ ପଚାରନ୍ତି କି ସେ ଅଧିକା ଦେଖାଯାଉନାହାନ୍ତି କଣପାଇଁ, ଭୁମିକା

ଏହାର ଉତ୍ତରରେ କହିଲେ କି ସେ ଅଧିକା ଲାଇମ୍ ଲାଇଟ୍ ରେ ରହିବା ପସନ୍ଦ କରୁନାହାନ୍ତି, କିନ୍ତୁ ଏବେ ତାଙ୍କୁ ବୁଝାପଡିଲା କି ତାଙ୍କୁ ଦେଖାଯିବା ଉଚିତ୍ ।ଭୁମିକା କହିଲେ କି ନିଜ ସାହାଯ୍ୟ ପାଇଁ ଲୋକଙ୍କୁ ତୁମେ ସାହାଯ୍ୟ ନେଇପାରିବ, କିନ୍ତୁ ଛୁଆଙ୍କ ସହ ସମୟ ବ୍ୟତିତ କରିବା କାମ କେହି କରି ପାରିବ ନାହିଁ, ସେ ଛୁଆଙ୍କୁ ସମୟ ଦେବା ଆବଶ୍ୟକ ଅଟେ, କାମ କେବେ ଶେଷ ହୁଏ ନାହିଁ ।ଆପଣଙ୍କୁ କହିଦେବୁ କି ଭୁମିକା ଚାୱଲା ନିଜ କ୍ୟାରିୟରର ଆରମ୍ଭ ତେଲେଗୁ ଇଣ୍ତଷ୍ଟ୍ରିରୁ ୨୦୦୦ ମସିହାରେ କରିଥିଲେ

ଏହି ଫିଲ୍ମ ୟୁବାକୁଡୁ ଥିଲା, ଏହି ଫିଲ୍ମ ରେ ପାଦ ଦେବାପରେ ତାଙ୍କର ଦ୍ୱିତୀୟ ଫିଲ୍ମ ଖୁସି ଥିଲା, ଯାହାକି ବକ୍ସ ଅଫିସ୍ ରେ ସୁପରହିଟ୍ ହୋଇଥିଲା< ତେଲଗୁ ଫିଲ୍ମରେ କ୍ୟାରିୟର୍ ବନାଇବାପରେ ଭୁମିକା ହିନ୍ଦୀସିନେମା ଜଗତରେ ସଲମାନ୍ ଖାନ୍ ଙ୍କ ଫିଲ୍ମ ତେରେ ନାମ୍ ରେ ବଲିଉଡ୍ ରେ ଡେବ୍ୟୁ କରିଥିଲେ, ଓ ଏହି ଫିଲ୍ମ ବକ୍ସ ଅଫିସ୍ ରେ ଭଲ ପ୍ରଦର୍ଶନ କରିବାରେ ସଫଳ ହୋଇଥିଲା, ଏହି ଫିଲ୍ମରେ ଭୁମିକା ଚାୱଲା ନିଜ ଭୁମିକାରୁ ଦର୍ଶକଙ୍କ ହୃଦୟ ଜିତିଥିଲା ।

Leave a Reply

Your email address will not be published. Required fields are marked *