June 13, 2025

Odia Express

Here, There and Everywhere

ଯାତ୍ରା ମାଲିକ ଏବେ କିନ୍ନରଙ୍କୁ ନେଇ କରିବେ ହିରୋଇନ୍ । ଯାତ୍ରାରେ କିନ୍ନର ହେବେ ହିରୋଇନ୍ ।

ଯାତ୍ରା ମଞ୍ଚରେ ଏଥର ଦେଖିବାକୁ ମିଳିବ କିନ୍ନର ମାନଙ୍କୁ । ଯାତ୍ରା ଜଗତରେ ବିବାଦ ପରେ ବିବାଦ ପରେ। ଏବେ ଯାତ୍ରା ମାଲିକ ମାନେ କିନ୍ନର ମାନଙ୍କୁ ନେଇ କରିବେ ଯାତ୍ରା । କିନ୍ନର ମାନେ ମଧ୍ୟ ଯାତ୍ରା ମଞ୍ଚ ଚଢ଼ି କରିବେ ଅଭିନୟ ସମାଜକୁ ଦେବେ ସୁନ୍ଦର ବାର୍ତ୍ତା । ଏହି କଥା ଆମେ ମନରୁ କହୁ ନାହୁଁ ଆଜ୍ଞା । ଏଇ ଦେଖନ୍ତୁ ଯାତ୍ରାରୁ ଜଣେ କିନ୍ନରଙ୍କ ପାଖକୁ ଯାତ୍ରାରେ ଅଭିନୟ କରିବା ପାଇଁ ଅଫର ଆସିବା ପରେ ସେ କଣ କହୁଛନ୍ତି ।

ଏବେ ଯାତ୍ରା ଜଗତରେ ଥମି ଯିବ ବିବାଦ। ଯାତ୍ରା ମଞ୍ଚରେ ମିଳିବ ଜଣେ କିନ୍ନରଙ୍କୁ ଅଭିନୟ କରିବାର ସୁଯୋଗ । ଯାତ୍ରା ମାଲିକଙ୍କ ଏହି ପଦକ୍ଷେପକୁ ଅନେକ ପ୍ରଶଂସା କରୁଥିବା ବେଳେ । କିନ୍ନର ମାନେ ମଧ୍ୟ ଜଣାଇ ଦେବେ ସେମାନେ କେଉଁଥିରେ କମ୍ ନୁହନ୍ତି । ତେବେ ଯାତ୍ରା ବିବାଦ ପରେ ଏବେ ଯାତ୍ରା ମାଲିକଙ୍କ ନିଷ୍ପତ୍ତି କୁଆଡେ ଓଡ଼ିଶାର କିନ୍ନର ମାନଙ୍କୁ ନେଇ ଯାତ୍ରା କରିବେ । କିନ୍ନର ମାନେ ସବୁଥିରେ ଆଗରେ । କିନ୍ନର ମାନଙ୍କର ଗୋଟିଏ ସମସ୍ୟା ଥିଲା । ସେମାନଙ୍କ କଣ୍ଠ ହେଲେ ସୁନ୍ଦରତାରେ କିନ୍ନର ମାନେ ଜଣେ ଝିଅଙ୍କୁ ବି ପଛରେ ପକାଇ ଦେବେ ଏଥିରେ ସନ୍ଦେହ ନାହିଁ । କିନ୍ତୁ ଯେଉଁ ମୋଟା କଣ୍ଠ ସେମାନଙ୍କୁ ସମସ୍ୟା କରେ ସେହି ମୋଟା କଣ୍ଠ ଯାତ୍ରାରେ କିନ୍ନର ମାନଙ୍କ ପାଇଁ ପ୍ଲସ ପଏଣ୍ଟ ହେବ ।

ତେବେ ଯାତ୍ରା ମାଲିକ ନୂଆ ନିଷ୍ପତ୍ତି ଓ କିନ୍ନର ମାନଙ୍କୁ ଯାତ୍ରାରେ ସୁଯୋଗ ଦେବାକୁ କଲ ଆସିବା ପରେ ଏବେ କିନ୍ନର ମାନେ ଖୁସି ଅଛନ୍ତି । ତେବେ ଆପଣ ମାନେ ତ ଜାଣିଛନ୍ତି ଯାତ୍ରା ଜଗତରେ ଏଇ କିଛି ଦିନ ହେବ କେଉଁ ଭଳି ବିବାଦ ଚାଲିଛି । ପ୍ରଥମେ ପୀୟୂଷ, ପରେ ତୁଳସୀ ଯାତ୍ରା ପାର୍ଟି ମାଲିକ ନାଣ୍ଡୁ ଓ ନରୀ ପଣ୍ଡା । ପରେ ତୁଳସୀ ଯାତ୍ରା ପାର୍ଟି ମାଲିକ ଓ ସୋନାଲି ପଣ୍ଡାଙ୍କୁ ନେଇ ଉଠି ଥିବା ଝଡ଼ ବିଷୟରେ ତ ଆପଣ ମାନେ ନିହାତି ଜାଣିଥିବେ । ବର୍ତ୍ତମାନ ଲୋକେ କହୁଛନ୍ତି ଯାତ୍ରାରେ କିନ୍ନର ମାନଙ୍କୁ ସୁଯୋଗ ଦେଲେ ଏହା କିନ୍ନର ମାନଙ୍କ ପ୍ରତି ଓ ଓଡ଼ିଶା ପ୍ରତି ମଧ୍ୟ ଭଲ ହେବ । ସେମାନେ ଆଉ ଥରେ ଆଉ ଏକ ସୁଯୋଗ ପାଇବେ । ଓ ଯାତ୍ରା ମାଧ୍ୟମରେ ସମାଜକୁ ଭଲ ବାର୍ତ୍ତା ଦେବେ।

Leave a Reply

Your email address will not be published. Required fields are marked *