October 19, 2024

Odia Express

Here, There and Everywhere

ସପ୍ତମ ଫେଲ୍ ହେବାପରେ Vimal Patel ବାପା ବାହାର କରିଦେଲେ ଘରୁ, ମୁମ୍ବାଇ ପହଞ୍ଚିକରି କରିବାକୁ ପଡିଲା ମଜୁରି କାମ, ଏବେ ୫୦ କୋଟିର ହୋଇଛନ୍ତି ମାଲିକ

ନିଜ ପରିବାରର ଛୁଆଙ୍କୁ ପରିବାର ଓ ଜମିବାଡିରୁ ବେଦଖଲ କରିବା ମାମଲା ବହୁତ ଥର ସାମ୍ନାକୁ ଆସିଛି, ଏହାର ପଛରେ କାରଣ ହୋଇଥାଏ କିମ୍ବା ତେବେ ଛୁଆ ସ୍କୁଲରେ ଫେଲ୍ ହୋଇଯାଆନ୍ତି କିମ୍ବା ଖରାପ ସାଙ୍ଗସାଥୀରେ ପଡିଥାନ୍ତି, ବହୁତଥର ଛୁଆ ନିଜ ପରିବାର ଲୋକଙ୍କ ସହ ଦୁବ୍ୟବହାର କରିବା କାରଣରୁ ତାଙ୍କ ପରିବାର ଲୋକଙ୍କ ଦ୍ୱାରା ତାଙ୍କୁ ଘରୁ ବାହାର କରିଦିଆଯାଏ, ଏହି ଛୁଆଙ୍କୁ ସମାଜ ଦ୍ୱାରା ସ୍ୱୀକାର କରାଯାଏ ନାହିଁ ଓ ଏମିତିରେ ତାଙ୍କୁ ଅସଫଳତାର ସାମ୍ନା କରିବାକୁ ପଡିଥାଏ ।କିନ୍ତୁ ଏହି ଛୁଆଙ୍କ ମଧ୍ୟରେ କିଛି ଛୁଆ ଏମିତି ହୋଇଥାନ୍ତି ଯିଏକି ଭୁଲକୁ ବୁଝିବାପରେ ନିଜ ଜୀବନକୁ ନୁଆ ତରିକାରେ ଆରମ୍ଭ କରିବାକୁ ଚେଷ୍ଟା କରନ୍ତି

ନିଜ ପଛ ଭୁଲ୍ ଗୁଡିକରୁ ଶିକ୍ଷା ନେଇକରି ସେମାନେ କଡା ପରିଶ୍ରମ କରିଥାନ୍ତି, ଆଜି ଆମେ ଏହି ପୋଷ୍ଟ ଜରିଆରେ ଏକ ଏମିତି ବ୍ୟକ୍ତିର ସଫଳତାର କାହାଣୀ ବିଷୟରେ କହିବୁ, ଏହି କାହାଣୀ ରାଜସ୍ଥାନର ଜଣାଶୁଣା ବିଜନେସ୍ ମ୍ୟାନ୍ ବିମଳ ପଟେଲରଙ୍କର ଅଟେ, ସପ୍ତମ ଶ୍ରେଣୀରେ ଫେଲ୍ ହେବା କାରଣରୁ ଘର ଲୋକଙ୍କ ଦ୍ୱାରା ଘରୁ ତଡା ଖାଇବା କାରଣରୁ ତାଙ୍କୁ ଘର ଛାଡିବାକୁ ପଡିଥିଲା, ଘରୁ ବାହାରିବାପରେ ସେ ନିଜ ଭୁଲ୍ ବୁଝିପାରିଥିଲେ, ଓ ସେ ଘର ଛାଡି ମୁମ୍ବାଇ ଆସିଗଲେ, ତାହାପରେ ବିମଲ ନିଜ କାମକୁ ଜୀବନର ନୁଆ ଆରମ୍ଭ କରିବାକୁ ପଡୀଥିଲା, ସେ ମାସକୁ ୪ ହଜାର ଟଙ୍କା ପାଉଥିଲେ, ଯେଉଁଥିରେ ସେ ନିଜ ଜୀବିକା ଚଲାଇକରି ଜୀବନ ଅତିବାହିତ କରୁଥିଲେ ।

ବିମଳ କହିଥିଲେ କି ସେ ନିଜ ବାପାଙ୍କ ଠାରୁ ହିରାର ପଲିସିଙ୍ଗ୍ କାମ ଶିକ୍ଷା କରିଥିଲେ, ଯାହା ଆଗକୁ ଯାଇକରି ତାଙ୍କୁ ଆୟ କରିବାର ମୁଖ୍ୟ ସ୍ରୋତ ମିଳିଥିଲା, ସେ ମୁମ୍ବାଇର ଚିରା ବଜାରରେ ଡାଇମଣ୍ତ ପଲିସିଙ୍ଗ୍ କରିବା କାମ ଆରମ୍ଭ କରିଦେଲେ, ତାଙ୍କୁ ଏହା ଭଲ ଭାବରେ ଜଣାଥିଲା କି ଏହି କାମ କରିଲେ ତାଙ୍କ ଜୀବନ ବଦଳିବ ନାହିଁ ଏଥିପାଇଁ ସେ ନିଜ ମିଳୁଥିବା ପଇସାରୁ  କମ୍ ସେ କମ୍ ୪ ହଜାର୍ ଖର୍ଚ୍ଚ କରୁଥିଲେ, ଏହି ସମୟରେ ବିମଳଙ୍କ କିଛି ସାଙ୍ଗ ହିରାର ଦଲାଲି କାମ କରିବାପରେ ବିମଲ ବି ନିଜ ସାଙ୍ଗଙ୍କ ସହ କାମ କରିବକୁ ଲାଗିଲେ, ମାର୍ଚ୍ଚ ୧୯୯୮ ପର୍ଯ୍ୟନ୍ତ ଉଦ୍ୟୋଗର ସବୁ ଜିନିଷ ଶିଖିବାପରେ ବିମଲ ନିଜ ବିଜନେସ୍ ଆରମ୍ଭ କରିଦେଲେ, ସେ ମୁମ୍ବାଇର ଉପନଗରରେ ପ୍ରବେଶ୍ କରିଥିଲେ ଯାହାପରେ ବିମଲ ୧୯୯୯ରେ ୫୦ ହଜାର ନିବେଶ ସହ ଜେମ୍ସ ନାମକ ଏକ କମ୍ପାନୀ ସ୍ଥାପନା କରିଥିଲେ ।

ପରେ ସେ ନିଜ କମ୍ପାନୀକୁ ଆଗକୁ ବଢାଇବାପାଇଁ ନିଜ କିଛି ଭାଇଙ୍କୁ ସାହାଯ୍ୟ ନେଲେ, ୨୦୦୦ ମସିହା ଶେଷରେ ତାଙ୍କ ଏଇ କମ୍ପାନୀ ଚାରିଜଣ ଲୋକଙ୍କ ଦ୍ୱାରା ୧୫ ଲକ୍ଷର କାରୋବାର କରିସାରିଥିଲା, କିନ୍ତୁ ୨୦୦୧ ରେ ବିମଲଙ୍କ ପାଇଁ ବିପଦ ରହିଥିଲା, କାରଣ ବିମଳଙ୍କ ଏକ ବେପାରି ୧୯ ଲକ୍ଷର ହିରା ନେଇକରି  ଫେରାର୍ ହୋଇଯାଇଥିଲା, ଯାହାପରେ ବିମଲ ନିଜ ସବୁ ନିବେଶ ବିକ୍ରି କରି ସେହି ବେପାରିଙ୍କୁ ଦେଇଥିବା କ୍ଷତିର ଭରପାଇ କରି ଥିଲେ, ତାପରେ ଆଉଥରେ ସଫଳତାର ସିଡି ଚଡିବାକୁ ଲାଗିଲେ କିନ୍ତୁ ୨୦୦୮ ରେ ଆସିଥିବା ମନ୍ଦୀର କାରଣରୁ ସେ ତଳକୁ ଖସିଯାଇଥିଲେ ।

କିନ୍ତୁ ଏହି ଥର୍ ବିମଳ ପଛକୁ ଆଉ ବୁଲିନଥିଲେ, ସେ ନିଜ ପରିଶ୍ରମ ବଳରେ ୨୦୦୯ ରେ ଜଲଗାଁରେ ନିଜ ପ୍ରଥମ ଗହଣା ଦୋକାନ ଖୋଲିଲେ ସେ ନିଜ ଦୋକାନ ସହ ଏକ ମହିଳାଙ୍କୁ କାମରେ ଲଗାଇଦେଲେ, ତାଙ୍କ କହିବା କଥାଥିଲା କି ଜୋତିଷ୍ୟ ନିଜ ରାଶି ଅନୁସାରେ ରତ୍ନ ବାଛିକରି ଲୋକନକୁ ପିନ୍ଧାନ୍ତି, ଓ ଏହି ଆଇଡିଆ ଏତେ ଖରାପ ନଥିଲା, ପୁର୍ବରୁ ଦୋକାନରେ ଲକ୍ଷାଧିକ ଟଙ୍କା ଆୟ ହେଉଥିଲା,  ମହାରାଷ୍ଟ୍ରରେ ବିମଲଙ୍କ ୫୨ ଟି ଦୋକାନ ଅଛି, ଓ ଏହି ଦୋକାନରେ ୫୫୦ ଲୋକ କାମ କରୁଛନ୍ତି, କମ୍ପାନୀର ବାର୍ଷିକ ଟର୍ଣ୍ଣଓଭର୍ ଏବେ ୫୦ କୋଟିରୁ ଅଧିକାଅଛି, ବିମଲ ଏହି କମ୍ପାନୀକୁ ୬୦ କୋଟି ଟର୍ଣ୍ଣଓଭର୍ କରିବାର ଆଶା ରଖିଛନ୍ତି ।

Leave a Reply

Your email address will not be published. Required fields are marked *