October 17, 2024

Odia Express

Here, There and Everywhere

ହୃଦଘାତ ପଡିବାରୁ 21 କୋଟିର Sultan ର ହେଲା ମୃତ୍ୟୁ, ମାଲିକ କାନ୍ଦି କାନ୍ଦି ହୋଇଛନ୍ତି ବହୁତ ଦୁଃଖୀ

ସୁଲତାନଙ୍କ ନାଁ ଶୁଣିଲେ ଆପଣଙ୍କ ମନରେ ବଲିଉଡ୍ ଷ୍ଟାର୍ ସଲମାନ ଖାନଙ୍କ ଫିଲ୍ମ ସୁଲତାନର କଥା ମନେ ପଡିଯାଇଥିବ, କିନ୍ତୁ ହରିଆଣାର ଏକ ସୁଲତାନ ଥିଲା ଯିଏକି ଏହି ଦୁନିଆଁକୁ ଛାଡିଦେଲା, ସୁଲତାନଙ୍କ ହୃଦଘାତ ହେବାରୁ ମୃତ୍ୟୁ ହୋଇଯାଇଥିଲା, ସୁଲତାନଙ୍କ ନାଁ ହରିଆଣା ସମେତ ଦୁନିଆଁ ସାରା ଲୋକପ୍ରିୟ ହୋଇଥିଲା, କହିଦେବୁ କି ସୁଲତାନ କେଉଁ ବ୍ୟକ୍ତି ନୁହେଁ ବରଂ ଏକ ମଇଁଷୀ ଥିଲା ଯାହାର ନାଁ ସୁଲତାନ ଥିଲା, ଓ ତାହାର ଦାମ୍ ପ୍ରାୟ ୨୧ କୋଟି ଟଙ୍କା ବୋଲି କୁହାଯାଉଛି ।

କୈଥଲର ବୁଢାଖେଡା ଗାଁର ନିବାସୀ ସୁଲତାନଙ୍କ ମାଲିକ ନରେଶ ବେନିବାଲ କହନ୍ତି କି ସୁଲତାନଙ୍କ ପରି ଆଉ କେହି ନଥିଲା, ଓ ନା ବୋଧେ କେହି ହେବେ, ସୁଲତାନଙ୍କ କାରଣରୁ ଆମକୁ ଲୋକେ ଚିହ୍ନୁଥିଲେ, କିନ୍ତୁ ଏବେ ସୁଲତାନଙ୍କ ମୃତ୍ୟୁ ହୋଇସାରିଛି, ଏମିତିରେ ତାଙ୍କ ମାଲିକ ନରେଶ ବହୁତ ଦୁଃଖୀ ଅଛନ୍ତି, ଓ ସେ ସବୁବେଳେ ସୁଲତାନଙ୍କ ଫଟୋକୁ ଦେଖି ଦୁଃଖରେ ଭାଙ୍ଗିପଡୁଛନ୍ତି, ରାଜସ୍ଥାନର ପୁଷ୍କର ପଶୁମେଳାରେ ସୁଲତାନଙ୍କ ନିଲାମୀ ୨୧ କୋଟିରୁ ଅଧିକା ଲାଗିସାରିଥିଲା, କିନ୍ତୁ ନରେଶ କେବେ ଏହାକୁ ବିକ୍ରି କରିବାର ନିର୍ଣ୍ଣୟ ନେଇନଥିଲେ, ଓ ନା ହିଁ ଏହାକୁ ନିଜ ଠାରୁ ଅଲଗା କରିଥିଲେ ।

ନରେଶ ବେନିବାଲ୍ କହନ୍ତି କି ସେ ସବୁବେଳେ ସୁଲତାନଙ୍କ ଦେଖାଶୁଣା ଏକ ଛୁଆ ପରି କରୁଥିଲେ, ଓ ତାକୁ ନିଜର ପରିବାରର ଭାଗ ଭାବୁଥିଲେ,  କିନ୍ତୁ ଅଚାନକ ୧୨ ବର୍ଷିୟ ସୁଲତାନ ହୃଦଘାତରୁ ମୃତ୍ୟୁ ହୋଇଗଲା ଯାହାପରେ ଘରେ ଶୋକର ଛାୟା ଖେଳିଗଲା, ସୁଲତାନ ଆମକୁ ସବୁବର୍ଷ ୧୦ ଲକ୍ଷ ପ୍ରାୟ କମାଇକରି ଦେଉଥିଲା, ଆମର ପରିବାର ସୁଲତାନର କରଜ କେବେ ସୁଜି ପାରିବ ନାହିଁ ।ସୁଲତାନଙ୍କ ମାଲିକ ମୁତାବିକ ହରିଆଣାର ସହ ପୁରା ଦେଶରେ ସୁଲତାନଙ୍କ ସିମେନ୍ ଅଧିକା ଡିମାଣ୍ତ ଥିଲା, ସୁଲତାନର ସିମେନ୍ ରୁ ସବୁବର୍ଷ ତାଙ୍କୁ ଲକ୍ଷାଧିକ ଟଙ୍କାର କମେଇ ହେଉଥିଲା

ସୁଲତାନର ସିମେନ୍ ଗୋଟେ ଡୋଜ୍ ଦାମ୍ ୩୦୬ ଥିଲା, ଏମିତିରେ ସବୁ ବର୍ଷ ପ୍ରାୟ ୩୦ ହଜାର ସିମେନ୍ ଡୋଜ୍ ଦେଉଥିଲା, ଯାହାର ଜରିଆରେ ଲକ୍ଷାଧିକ ଟଙ୍କା କମାଇହେଉଥିଲା, ଏତିକି ନୁହେଁ ବରଂ ହିସାରରେ ରିସର୍ଚ୍ଚ ସେଣ୍ଟରରେ ଆସୁଥିବା ସବୁ ଚାଷି ସୁଲତାନର ସୀମନ୍ ଡିମାଣ୍ତ କରୁଥିଲେ, ତାପରେ ଏମିତି ଏକ ସୁଲତାନ ଜନ୍ମ କରାଯାଇପାରିବ ।

କହିଦେବୁ କି ସୁଲତାନ କେବଳ ହରିଆଣା ଓ ପଞ୍ଜାବରେ ନୁହେଁ ବରଂ ଦେଶସାରା ପଶୁମେଳାରେ ଚର୍ଚ୍ଚିତ ରହୁଥିଲା, ତାର ସୁନ୍ଦରତା ବି ବଢିଆ ଥିଲା, ଯାହାକୁ ନେଇ ୨୦୧୩ ରେ ରାଷ୍ଟ୍ରିୟ ପଶୁ ସୁନ୍ଦର ପ୍ରତିଯୋଗିତାରେ ରାଷ୍ଟ୍ରିୟ ପୁରସ୍କାର ନିଜ ନାଁରେ କରିଥିଲେ, କହିଦେବୁ କି ସୁଲତାନ ଝାଜ୍ଜର, ହିସାର, ଓ କରନାଲ ରୁ ପୁରସ୍କାର ପାଇଛି, ଖବରରୁ ଜଣାଯାଏ କି ଏହି ସୁଲତାନକୁ ଗୋଟେ ଦିନରେ ୨୦ କିଲୋ ଗାଜର, ୧୦ କିଲୋ ଧାନ, ୧୦ କିଲୋ କ୍ଷୀର, ୧୫ କିଲୋ ସେଓ, ଓ ୧୦ କିଲୋ ପତ୍ର ଖୁଆଯାଉଥିଲା ।

ଖାସ୍ କଥା ଏହା କି ସୁଲତାନ ମଦ ପିଇବାର ସଉକ ରଖୁଥିଲା, ଏମିତିରେ ସବୁ ଦିନ ସଂନ୍ଧ୍ୟାରେ ସୁଲତାନ ମାଲିକ ତାକୁ ହୁସକି ପିଆଉଥିଲେ, ମଦ ପିଇବାକୁ ନେଇ ଏହି ସୁଲତାନ ସୋସିଆଲ୍ ମିଡିଆରେ ବହୁତ ଚର୍ଚ୍ଚାରେ ରହୁଥିଲା, ସୁଲତାନର ମାଲିକଙ୍କ ମୁତାବିକ ସୁଲତାନଙ୍କ ଗୋଟେ ଦିନର ଡାଇଟ୍ ପ୍ରାୟ ୨ ହଜାର ଟଙ୍କାରୁ ଅଧିକା ହେଉଥିଲା । ସୁଲତାନର ମୃତ୍ୟୁ ପରେ ମାଲିକ ନରେଶ କହନ୍ତି କି ସୁଲତାନ ଆମକୁ ବହୁତ ମନେ ପଡୁଛି, ତାର ଖାଲି ଖୁଟା ଦେଖିକରି ଆମକୁ କାନ୍ଦ ଆସୁଛି

ସେ କହିଲେ କି ସୁଲତାନ ହରିଆଣାର ଏକ ମ୍ୟୁଜିକ୍ ଆଲବମ୍ ରେ ଦେଖାଯାଇଛି, ଯେବେ ସୁଲତାନଙ୍କ ମାଲିକକୁ ପଚାରାଗଲାକି ସୁଲତାନ ଦାମ୍ ୨୧ କୋଟି ନିଲାମ ଡକା ହେଲାପରେ ବି ବିକ୍ରି କଣପାଇଁ କରିଲେ ନାହିଁ, ତେବେ ସେ କହିଲେ କି ସୁଲତାନ ତାଙ୍କର ଗୋଟେ ପୁଅ ଓ ପୁଅର କୌଣସି ମୁଲ ହୁଏ ନାହିଁ ।

Leave a Reply

Your email address will not be published. Required fields are marked *