October 22, 2024

Odia Express

Here, There and Everywhere

ଏକ ଅଦ୍ଭୁତ ଜଗନ୍ନାଥ ମନ୍ଦିର, ଯେଉଁଠି ସବୁ ବର୍ଷ କହିଥାଏ ମୌସୁମର ହାଲ୍, ଜାଣନ୍ତୁ କିପରି ହେବ ଏହି ଥର ବର୍ଷା

1 min read

ଭାରତ ଦେଶରେ ସବୁ ଧର୍ମ ଓ ଜାତିର ଲୋକ ରହନ୍ତି, ସମସ୍ତଙ୍କର ନିଜର ଆସ୍ଥା ଅଛି, ହିନ୍ଦୁ ଧର୍ମରେ ବହୁତ ମନ୍ଦିର ଅଛି, ଯାହା ଚମତ୍କାରୀ ଜଣାଯାଏ , ଲୋକଙ୍କର ମାନିବା କଥା କି ଏଠାରେ ଭଗବାନ ନିଜେ ଆସିକରି ସୁଚନା ଦିଅନ୍ତି, ଯିଏ ଭଗବାନ ସିଏ ସବୁ କିଛି କରିପାରିବେ , ଓ କହିବିପାରିବେ, ଏମିତି ଏକ ଭବିଷ୍ୟବାଣୀ ସାମ୍ନାକୁ ଆସିଛି, ଯାହା ସବୁ ବର୍ଷ ଆସିଥାଏ, ଭିତରଗାଁ ଜଗନ୍ନାଥ ମନ୍ଦିର ସଙ୍କେତ ଦେଇଛନ୍ତି କି ଏହିଥର ମନସୁନ୍ ଦୁର୍ବଳ ହେବ ।ସୁଚନା ମୁତାବିକ ମନସୁନ୍ ଆସିବାର କିଛି ଦିନ ପୁର୍ବରୁ ମନ୍ଦିର ଗୁମ୍ବଦରେ ଥିବା ପଥରରୁ ପାଣି ବୁନ୍ଦା ପଡେ, ଏହାର ଆଧାରରେ ପୁଜାରୀ ବର୍ଷାର ଭବିଷ୍ୟବାଣୀ କରିଥାଏ,  ପୁଜାରୀ ପଣ୍ତିତ କେପି ଶୁକ୍ଳା କହିଲେ କି ଦୁଇ ଦିନରୁ ଛୋଟ ବୁନ୍ଦା ପଡୁଛି, ଏହିଥର ବର୍ଷା କମ୍ ହେବ, ପୁଜାରୀ ଅନୁସାରେ ଭିତରଗାଁ ଜଗନ୍ନାଥ ମନ୍ଦିରରେ ଏହି ସଙ୍କେତ ଦେଇଛି

ମନସୁନ୍ ଆସିବାର ୧୫-୨୦ ଦିନ ପୁର୍ବରୁ ଏହା ଜଣାଯାଏ , ଏହି ମାନ୍ୟତାକୁ ବୈଜ୍ଞାନିକ ଆଧାରରେ ପରଖିବା ପାଇଁ ଦେଶ ବିଦେଶରୁ ବୈଜ୍ଞାନିକ ଟିମ୍ ନିରିକ୍ଷଣ କରିସାରିଛନ୍ତି, ବିନା ବର୍ଷା ଭିତରେ ବୁନ୍ଦା ପଡିବାର ରହସ୍ୟ ଏବେ ଅବୁଝା ରହିଛି, ଏହା ଉପରେ ବୈଜ୍ଞାନିକଙ୍କ କହିବା କଥା କି ମନ୍ଦିରର ଡିଜାଇନ୍ ଓ ଗହଣର ଯାଞ୍ଚ ଆବଶ୍ୟକତା ଅଛି । ଭିତର ଗାଁ ବ୍ଲକର ବେହଟା ବୁଜୁର୍ଗ ଗାଁରେ ଥିବା ଏହି ମନ୍ଦିର ପୁରାତତ୍ତ୍ୱ ବିଭାଗ ସଂରକ୍ଷଣରେ ଅଛି, ମନ୍ଦିରର ପୁଜାରୀ କେପି ଶୁକ୍ଳା କହନ୍ତି କି ମନ୍ଦିରର ସେବା କରିବା ସମୟରେ ମୋର ସାତ ପିଢି ଚାଲିଗଲେ, ଦୁଇ ଦିନରୁ ମନ୍ଦିରର ଗୁଂବନ୍ଦରୁ ପାଣି ପଡୁଛି, ଏହିଥର ବୁନ୍ଦା ଛୋଟ ଅଛି, ମାନେ ଅଳ୍ପ ବର୍ଷା ହେବ ।

ଏହି ରହସ୍ୟକୁ ଜାଣିବାକୁ ବହୁତ ପ୍ରୟାସ କରାଯାଈଛି, ସବୁ ସର୍ବେକ୍ଷଣର୍ ପରେ ମନ୍ଦିରର ନିର୍ମାଣ ତଥା ରହସ୍ୟର ସଠିକ୍ ସମୟ ପୁରାତତ୍ତ୍ୱ ବୈଜ୍ଞାନିକଙ୍କୁ ଜଣାପଡିନାହିଁ, ଖାଲି ଏତିକି ଜଣାପଡୀଛି, କି ମନ୍ଦିରର ଅନ୍ତିମ ଦ୍ୱାର ଜିର୍ଣ୍ଣୋଦ୍ୱାର ୧୧ ତମ ସଦିରେ ହୋଇଥିଲା, ତାହା ପୁର୍ବରୁ କେବେ ଓ କେତେ ଜିର୍ଣ୍ଣୋଦ୍ୱାର ହୋଇଥିଲା ଓ ଏହାର ନିର୍ମାଣ କିଏ କରିଥିଲେ, ସେପରି ସୁଚନା ଆଜି ବି ଜଣାନାହିଁ, ଏହି ମନ୍ଦିର ଭଗବାନ ଜଗନ୍ନାଥ ମନ୍ଦିର ଅଟେ,  ଏହି ମନ୍ଦିର କାନପୁରର ଜନପଦ ଭିତରଗାଁ ବିକାଶଖଣ୍ତ ମୁଖ୍ୟାଳୟରୁ ତିନି କିଲୋମିଟରରେ ଥିବା ବେହେଟା ଗାଁରେ ଅଛି, ଏମିତି କୁହାଯାଏ କି ଏହି ମନ୍ଦିରର ଖାସିୟତ୍ ଏହା କି ବର୍ଷାର ୭ ଦିନ ପୁର୍ବରୁ ଏହାର ଛାତରୁ ପାଣିର କିଛି ବୁନ୍ଦା ପଡିଥାଏ , ଯାହାଦ୍ୱାରା ଜଣାପଡେକି କେତେ ବର୍ଷା ହେବ

Leave a Reply

Your email address will not be published. Required fields are marked *