October 22, 2024

Odia Express

Here, There and Everywhere

ବୟସ ୨୩ ବର୍ଷ କିନ୍ତୁ କୋଟିଏ ଟଙ୍କାର ମାଲିକ ଅଟନ୍ତି ରିଷଭ ପନ୍ଥ – ଜାଣନ୍ତୁ ଗୋଟେ ମ୍ୟାଚରେ କେତେ ଟଙ୍କା ସେ ଆୟ କରନ୍ତି..

ଭାରତୀୟ କ୍ରିକେଟ୍ ଟିମ୍ ରେ ଜଣେ ରୁ ବଳି ଜଣେ ଧୁରନ୍ଧର ପ୍ଲେୟାର୍ ଅଛନ୍ତି, କିନ୍ତୁ ଯଦି କଥା ହେବା ରିଷଭ ପନ୍ଥଙ୍କ ବିଷୟରେ ତେବେ ସେ ୨୩ ବର୍ଷ ବୟସରେ ସେ ଲକ୍ଷାଧିକ ଲୋକଙ୍କ ହୃଦୟରେ ଜାଗା ବନାଇଦେଇଛନ୍ତି, କହିଦେବୁ କି ରିଷଭ କ୍ରିକେଟ୍ ଦୁନିଆଁରେ ଏମିତି ପାଗଳ ହୋଇଯାଇଛନ୍ତି କି ତାଙ୍କର ଗୋଟିଏ ଛକା ଦେଖିବାରେ ଝିଅମାନେ ସିଟି ମାରିବା ଆରମ୍ଭ କରିଦିଅନ୍ତି, ଏତେ କମ୍ ବୟସରେ ସେ ଏମିତି ପ୍ରଥମ ଭାରତୀୟ କ୍ରିକେଟିୟର୍ ଅଟନ୍ତି ଯାହାଙ୍କ ପାଖରେ କୋଟିଏ ଟଙ୍କାର ସଂମ୍ପତ୍ତି ଆସିଯାଇଛି, ଏତିକି ନୁହେଁ ବରଂ ତାଙ୍କ ଗ୍ୟାରେଜରେ ୨ କୋଟିରୁ ଅଧିକା ଦାମି ଗାଡିର କଲେକ୍ସନ୍ ଅଛି, ତାଙ୍କ ପାଖରେ ଗୋଟିଏ ନୁହେଁ ବର୍ଂ ଦୁଇଟି ଲେଖାଏଁ ଲକଜୁରୀ ଗାଡୀ ଅଛି, ଯେଉଁଥିରେ ଉତ୍ତରାଖଣ୍ତରେ ଅଛି ଯେବେ କି ଅନ୍ୟଟି ହରିଦ୍ୱାରରେ ଅଛି ।

କଣ ଆପଣ ଜାଣିଛନ୍ତି ରିଷଭ ପନ୍ଥଙ୍କୁ ଏକ ବର୍ଷରେ କେତେ ଟଙ୍କାର ଆୟ ହୋଇଥାଏ , ଯଦି ଜାଣିନାହାନ୍ତି ତେବେ ଆପଣଙ୍କୁ କହିଦେବୁ କି ତାଙ୍କର ବାର୍ଷିକ ଆୟ କେତେ ଅଛି । ମିଳିଥିବା ସୁଚନା ମୁତାବିକ, ଗତ୍ ପାଞ୍ଚ ବର୍ଷରୁ ରିଷଭ ପନ୍ଥ ପ୍ରାୟ ୨୯ , ୧୯ କୋଟି ଟଙ୍କା କମାଇସାରିଛନ୍ତି, ବୋଧେ ଏହି କାରାଣରୁ ତାଙ୍କ ନାଁ ୨୦୧୯ ବର୍ଷର ଫୋବର୍ସ ର ଟପ୍ ୧୦୦ ସେଲିବ୍ରେଟି ହିସାବରେ ଜଣାଯାଏ , ଏହି ଲିଷ୍ଟରେ ସେ ୩୦ ତମ ସ୍ଥାନରେ ଅଛନ୍ତି, ରିପୋର୍ଟ ଅନୁସାରେ ୨୦୨୧ ରେ ସେ ନିଜ ସଂମ୍ପତ୍ତି ବଢାଇକରି ୫ ମିଲିୟନ୍ ଡଲାର୍ କରିଦେଇଥିଲେ, ଯାହା ଭାରତୀୟ ଗଣନା ଅନୁସାରେ ୩୬ କୋଟି ଟଙ୍କାର ବରାବର ଅଟେ , ଯଦି ଦେଖାଯାଏ ତେବେ ସେ ବାର୍ଷିକ ୧୦ କୋଟିରୁ ଅଧିକା ଆୟ କରୁଛନ୍ତି, ଏକ ମାସରେ ସେ ୩୦ ଲକ୍ଷ ଟଙ୍କା କମାଉଛନ୍ତି ।

ରିଷଭଙ୍କ ଘର ବହୁତ ଆଲିଶାନ୍ ଅଟେ, ତାଙ୍କ ବେଡରୁମ୍ ମୋନୋକ୍ରୋମ୍ ଲେଆଉଟ୍ ଅଛି, ଘରର ସବୁ ରୁମ୍ ବହୁତ ବଡ ଅଛି, ଓ ତାଙ୍କ ଘରକୁ ଉଡେନ୍ ୱାର୍କ କରାଯାଇଛି, ସେମିତି ଡିଜାଇନ୍ କଥା କହିଲେ ପନ୍ଥଙ୍କ ଘରର ଡିଜାଇନ୍ ମର୍ଡର୍ଣ୍ଣ ଟେକନିକ୍ ରେ ତିଆରି ହୋଇଛି, ଘରର ସବୁ କାନ୍ଥରେ ମହଙ୍ଗା ପେଣ୍ଟିଙ୍ଗ୍ କରାଯାଇଛି, ଯାହା ଘରର ସୁନ୍ଦରତାର ଦୁଇଗୁଣା ହୋଇଯାଏ , ସେମିତି ତାଙ୍କ ଘରରେ ୱାର୍କଆଉଟ୍ ପାଇଁ ଜିମ୍ ତିଆରି ହୋଇଛି । କହିଦେବୁ କି ରିଷଭ ପାଖରେ କାରର ଖାସ୍ କଲେକ୍ସନ୍ ଅଛି । ଏହି କାର୍ ରେ ମର୍ସଡିଜ୍ , ଅଡି ଏ୮ ଓ ଫୋର୍ଡ ପରି ମହଙ୍ଗା କାର୍ ସାମିଲ୍ ଅଛି, ଏହାର ଦାମ୍ କହିଲେ ସବୁ କାର୍ ୯୫ ଲକ୍ଷରୁ ନେଇକରି ୨ କୋଟି ଟଙ୍କା ମାର୍କେଟ୍ ଭ୍ୟାଲୁ ଅଟେ, ସବୁ ମିଶାଇକରି ଦେଖିଲେ ତାଙ୍କ ଗାଡିରୁ ଏହା ଜଣାଯାଏ କି ରିଷଭ ସବୁବେଳେ  ମହଙ୍ଗା ଗାଡୀର ସଉକ ରଖନ୍ତି ବୋଧେ ଏହି କାରଣରୁ ତାଙ୍କ ପାଖରେ ଡ୍ରିମ୍ କାର୍ ର ଜମା କରୁଛନ୍ତି ।

Leave a Reply

Your email address will not be published. Required fields are marked *