October 22, 2024

Odia Express

Here, There and Everywhere

ହେଲିକପ୍ଟରର ମାଇଲେଜ କେତେ ଓ ଏହାର ଦାମ କେତେ ହୋଇଥାଏ?ଏ ବିଷୟରେ ଜାଣିଲେ ଆପଣ ମଧ୍ୟ ହେଇଯିବେ ଆଶ୍ଚର୍ଯ୍ୟ

ସାଙ୍ଗମାନେ ପିଲାଦିନେ ଆମକୁ ଯେବେ ଉଡାଜାହାଜ ବା ହେଲିକପ୍ଟରର ଧ୍ଵନି ଶୁଣାଯାଉଥିଲା ତ ଆମେ ଆମର ସମସ୍ତ କାମ ଛାଡ଼ି କେବଳ ତାକୁ ହିଁ ଦେଖୁଥିଲୁ।ଗୋଟିଏ ମଧ୍ୟବିତ୍ତ ଶ୍ରେଣୀର ପିଲା ନିଶ୍ଚୟ ଭାବୁଥିଲା ଯେ ଏଥିରେ ନିଶ୍ଚୟ ବସିବାର ଅଛି।କଣ ଆପଣ ଜାଣିଛନ୍ତି କି ହେଲିକପ୍ଟର କେତେ ଟଙ୍କା ହୋଇଥାଏ,ଏହାକୁ କିପରି କିଣା ଯାଇଥାଏ ଓ ଇଏ କେତେ ଆଭରେଜ ଦେଇଥାଏ।ଆଜି ମୁଁ ଆପଣ ମାନଙ୍କୁ ଏସବୁ ବିଷୟରେ କହିବି।ଉଡାଜାହାଜ ଓ ହେଲିକପ୍ଟର ଦୁଇଟି ଯାକ ଉଡ଼ିବା ପାଇଁ ହିଁ ବ୍ୟବହାର କରା ଯାଇଥାଏ କିନ୍ତୁ ଦୁଇଜଣଙ୍କର ଉଡ଼ିବା ଶୈଳୀ ଓ କ୍ଷମତା ଭିନ୍ନ ଭିନ୍ନ ହୋଇଥାଏ।

ଦୁନିଆରେ ସର୍ବପ୍ରଥମେ ହେଲିକପ୍ଟରର ନିର୍ମାଣ ୧୯୪୨ ମସିହାରେ କରାଯାଇଥିଲା।ବାସ୍ତବରେ ହେଲିକପ୍ଟର ବହୁତ ପ୍ରକାରର ହୋଇଥାଆନ୍ତି।କିଛି ହେଲିକପ୍ଟର ଯୁଦ୍ଧ ଆଦିରେ ବ୍ୟବହାର ହୋଇଥାନ୍ତି ତ କେତେକ ଯୁଦ୍ଧ ସାମଗ୍ରୀ ପରିବହନ ପାଇଁ।କିନ୍ତୁ ଧନୀ ବ୍ୟକ୍ତିମାନେ ପ୍ରାୟତଃ ଦୁଇ ପ୍ରକାରର ହେଲିକପ୍ଟର ଅଧିକ ବ୍ୟବହାର କରିଥାଆନ୍ତି।ଗୋଟିଏ ହେଉଛି ବେଲ ୨୨୬ ଓ ଅନ୍ୟଟି ରବିନସନ ଆର ୨୨।ରବିନସନ ଏକ ଦୁଇଟି ସିଟ ବିଶିଷ୍ଟ ହେଲିକପ୍ଟର ଅଟେ। ଏହାର ଟପ ସ୍ପିଡ ୧୮୦ କିମି ପ୍ରତି ଘଣ୍ଟା ଅଟେ।ଯଦି ଆପଣ ଅତ୍ୟାଧୁନିକ ଭର୍ସନକୁ ବ୍ୟବହାର କରିବେ ତ ଏହା ୨୪୦ କିମି ପ୍ରତି ଘଣ୍ଟା ଯାଇପାରେ।

ଏହାର ଓଜନ ସବୁ ମିସେଇକି ପ୍ରାୟ ୧୧୦୦ କେଜି ହୋଇଥାଏ।ଏହି ହେଲିକପ୍ଟର ଏକ ଘଣ୍ଟା ଉଡ଼ିବା ଦ୍ଵାରା ୫୦ ରୁ ୬୦ ଲିଟର ପେଟ୍ରୋଲ ଖାଇଥାଏ।ଯଦି ଆପଣ ଏହାକୁ ଘଣ୍ଟା ପ୍ରତି ୧୮୦ କିମି ବେଗରେ ଉଡାଇବେ ତ ଇଏ ୩ ରୁ ୪ କିମି ଆଭରେଜ ଦେବ।ହେଲିକପ୍ଟର କିଣିବା ପାଇଁ ଆପଣଙ୍କୁ ସ୍ପେଶଲ ପର୍ମିସନର ଆବଶ୍ୟକତା ରହିଛି।ଆପଣ ମନ୍ତ୍ରଣାଳୟକୁ ଯାଇ ଏନଓସି ସାର୍ଟିଫିକେଟ ପାଇଁ ଆବେଦନ କରିବା ପାଇଁ ପଡ଼ିବ।ଏହା ସହିତ ହେଲିକପ୍ଟରର ସମସ୍ତ ଡିଟେଲ ଦେବାକୁ ପଡ଼ିବ।ଏହାବ୍ୟତୀତ ଡିଜିସିଏର ଅନୁମତି ନେବାପାଇଁ ପଡ଼ିବ।ଏଥିରେ ଆପଣଙ୍କ ପାଇଲଟ ଓ ହେଲ୍ପରର ମଧ୍ୟ ତଥ୍ୟ ଦେବାପାଇଁ ପଡିଥାଏ।

ଆପଣ ଏହାର ଦାମ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ।ସବୁଠୁ ଶସ୍ତା ହେଲିକପ୍ଟର ହେଉଛି ରବିନସନ ଆର ୨୨।ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ହେଉଛି ପ୍ରାୟ ୧.୭୦ କୋଟି ଟଙ୍କା। ବେଲ ୨୦୬ ହେଲିକପ୍ଟର ମୂଲ୍ୟ ଭାରତୀୟ ମୁଦ୍ରାରେ ପ୍ରାୟ ୪ କୋଟି ଟଙ୍କା ହେବ।ଆପଣ ଯେତେ ଭଲ ହେଲିକପ୍ଟର କିଣିବେ ମୂଲ୍ୟ ଆହୁରି ବଢିଯିବ।ସାଙ୍ଗମାନେ ଏବେ ଆସିବା ପାଇଲଟ ଉପରକୁ।ଗୋଟିଏ ଭଲ ପାଇଲଟର ଦରମା ୪୦୦୦୦ ରୁ ନେଇ ୧୦୦୦୦୦ ପର୍ଯ୍ୟନ୍ତ ରହିଛି।ଏହାସହିତ ହେଲିକପ୍ଟର ଓହ୍ଲାଇବା ପାଇଁ ସବୁବେଳେ ଚାର୍ଜ ଦେବାପାଇଁ ପଡ଼ିବ।ଯେଉଁଠାରେ ଆପଣ ଓହ୍ଲାଇବେ ସେଠାରେ ଥିବା ଅଧିକାରୀ ମାନଙ୍କ ପାଖରୁ ମଧ୍ୟ ଅନୁମତି ଆଣିବା ପାଇଁ ପଡ଼ିବ।

Leave a Reply

Your email address will not be published. Required fields are marked *