October 26, 2024

Odia Express

Here, There and Everywhere

ଚୁନା ମାଛ ଖାଇବାର ଫାଇଦା ବିଷୟରେ ଆପଣ ଜାଣି ନଥିବେ କେବେ – ଏବେ ଜାଣିରଖନ୍ତୁ ମିଳିବ ଏତେ ଗୁଡିଏ ଲାଭ ଯେ ଆପଣ ମଧ୍ୟ ଆଜିଠୁ କହିବେ କେବଳ ଚୁନା ମାଛ ଖାଇବା ପାଇଁ

ସାଙ୍ଗମାନେ ଆଜି ମୁଁ ଆପଣ ମାନଙ୍କୁ କହିବି ଯେ ଛୋଟ ମାଛ ଖାଇବାର କଣ ସବୁ ଫାଇଦା ରହିଛି। ଚୁନା ମାଛ ପ୍ରାୟତଃ ସବୁ ମାର୍କେଟରେ ମିଳିଥାଏ।କିନ୍ତୁ ଲୋକମାନେ ପ୍ରାୟ ବଡ଼ ମାଛ କିଣିବା ଲକ୍ଷ୍ୟ ରଖିଥାନ୍ତି।କାରଣ ବଡ ମାଛରେ ମାଂସ ଅଧିକ ରହିଥାଏ।ତାକୁ ଖାଇବା ଦ୍ବାରା ଲୋକମାନେ ସ୍ଵାଦ ଅନୁଭବ କରିଥାଆନ୍ତି।କିନ୍ତୁ ଆଜି ମୁଁ ଆପଣ ମାନଙ୍କୁ କହିବି ଯେ ଛୋଟ ମାଛ ଖାଇବା ଦ୍ଵାରା କଣ ସବୁ ଫାଇଦା ରହିଥାଏ।ବଡ ମାଛ ଅପେକ୍ଷା ଛୋଟ ମାଛ ଅଧିକ ଲାଭ କାରି ହୋଇଥାଏ।ଯଦି ଛୋଟ ମାଛ ଖାଇବା ଦ୍ଵାରା ଅଧିକ କାହାକୁ ଫାଇଦା ହୁଏ ତ ସେ ହେଉଛି ଡାଇବେଟିସ ରୋଗୀ ମାନଙ୍କୁ।

ଯଦି ଆପଣଙ୍କ ଘରେ କିଏ ଡାଇବେଟିସ ରୋଗୀ ରହିଛି ଆଉ ଆପଣ ତାକୁ ଛୋଟ ମାଛ ଖାଇବାକୁ ଦେଉଛନ୍ତି ତ ତାଙ୍କର ରକ୍ତ ଶର୍କରା ପରିମାଣ ନିୟନ୍ତ୍ରଣକୁ ଆସିଯିବ।ବୈଜ୍ଞାନିକ ଅଧ୍ୟୟନ ଦ୍ଵାରା ଜଣା ପଡ଼ିଛି ଯେ ଦୁଇରୁ ତିନି ମାସ ଛୋଟ ମାଛ ଖାଇବା ଦ୍ଵାରା ଡାଇବେଟିସ ରୋଗୀ ମାନଙ୍କ ଠାରେ ଉନ୍ନତି ପରିଲକ୍ଷିତ ହୋଇଥାଏ।ବହୁତ ଲୋକମାନେ ଏହା ଉପରେ ବିଜୟ ମଧ୍ୟ ପାଇଛନ୍ତି।ଯଦି ଆପଣଙ୍କ ଘରେ କିଏ ଡାଇବେଟିସ ରୋଗୀ ଅଛନ୍ତି ତ ତାଙ୍କୁ ଏହା କରିବାକୁ ନିଶ୍ଚୟ କୁହନ୍ତୁ।ଏହାଦ୍ବାରା ତାଙ୍କର ଡାଇବେଟିସ ନର୍ମାଲ ସ୍ତରକୁ ଆସିଯିବ।

ଦ୍ଵିତୀୟ ଫାଇଦା ସେମାନଙ୍କୁ ହୋଇଥାଏ ଯେଉଁ ମାନଙ୍କୁ ଆଖିର ସମସ୍ୟା ହୋଇଥାଏ।ଆଖି ସମସ୍ୟାରେ ପୀଡିତ ଥିବା ଲୋକ ମାନଙ୍କୁ ଛୋଟ ମାଛର ସେବନ କରିବା ନିହାତି ଜରୁରୀ।କାରଣ ଆଖି ପାଇଁ ଯେଉଁ ମହତ୍ୱପୂର୍ଣ୍ଣ ତତ୍ତ୍ଵ ରହିଥାଏ ସେଗୁଡିକ ଛୋଟ ମାଛରେ ରହିଥାଏ।ଛୋଟ ପିଲା ଯେତେବେଳେ ପାଠ ପଢୁଥାଏ ତ ତା ଆଖି ଉପରେ ପ୍ରେସର ପଡ଼ିଥାଏ।ଯଦି ସେ ଛୋଟ ମାଛ ଖାଆନ୍ତି ତ ତାଙ୍କ ଆଖି ସୁସ୍ଥ ରହିବ।ସାଙ୍ଗମାନେ ବୟସ ବଢିବା ସଙ୍ଗେ ସଙ୍ଗେ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଆଦି ସମସ୍ୟା ଦେଖା ଦେଇଥାଏ।ତାଙ୍କୁ ଦରକାର କିଛି ଏମିତି ଜିନିଷ ଯାହା ତାଙ୍କ ରୋଗକୁ ମୂଳରୁ ବିନାଶ କରିଦେବ।

ଆପଣ ଏହି ଛୋଟ ମାଛ ମାନଙ୍କୁ ଭାଜି କରି ନର୍ମାଲ ଭାବରେ ଖାଇ ପାରିବେ।ଆପଣ ଦେଖିବେ ଲଗାତାର ତିନିରୁ ଚାରି ମାସ ଏହାର ସେବନ କରିବା ଦ୍ଵାରା ଆପଣଙ୍କ ଆଣ୍ଠୁ ଗଣ୍ଠି ସମସ୍ୟା ସମାପ୍ତ ହୋଇଯିବ।ଆପଣ ବଜାରରୁ ମାଛ ଆଣି ତାକୁ ସେମିତି ଧୋଇ ରୋଷେଇ କରିବେ ନାହିଁ ତା ଭିତରୁ ଏକ କଳା ଅଂଶ ବାହାରେ ଯାହାକୁ ଅନ୍ତ କୁହନ୍ତି ତାକୁ ମଧ୍ୟ ବାହାର କରିବେ।ଯଦି ଏହାକୁ ନ ବାହାର କରିବେ ତ ଏହା ବିଷ ଭଳି କାର୍ଯ୍ୟ କରେ ଓ ଶରୀର ଭିତରକୁ ଯାଇ ବିଭିନ୍ନ ପ୍ରକାର ରୋଗ ସୃଷ୍ଟି କରିଥାଏ।ଆପଣ ଏହାର ଅନ୍ତ ସଫା କରି ଖାଇଲେ ଏହାର ସମସ୍ତ ଲାଭକାରି ଗୁଣ ଆପଣ ପାଇପାରିବେ।

Leave a Reply

Your email address will not be published. Required fields are marked *