November 15, 2024

Odia Express

Here, There and Everywhere

ମୁଣ୍ଡ ବିନ୍ଧାର ଘରୋଇ ଉପଚାର – ଯଦି ଏହି ଋତୁ ପରିବର୍ତନ ସମୟରେ ମୁଣ୍ଡ ବନ୍ଧା ହେଉଛି ଏହାର ଉପଚାର ଜାଣିରଖନ୍ତୁ..

1 min read

ଆଜିକାଲି ମୁଣ୍ଡବିନ୍ଧା ଏକ ସାଧାରଣ ସମସ୍ୟା ହୋଇସାରିଲାଣି।ଅଧିକାଂଶ ଲୋକଙ୍କ ଭିତରେ ଥକିଯିବା ଓ ଚିନ୍ତାର କାରଣରୁ ମୁଣ୍ଡବିନ୍ଧା ହେଇଥାଏ।ମୁଣ୍ଡବିନ୍ଧା ହେତୁ କୌଣସି କାମରେ ମନ ଲାଗିନଥାଏ ଓ ଜୀବନ ଏକପ୍ରକାର ରହିଯାଇଥାଏ।ଏପରି ଲାଗେ ଯେପରି ଆମ ମୁଣ୍ଡରେ କିଏ ବାରମ୍ବାର ଆଘାତ କରୁଛି।ଏମିତିରେ ଆମ ମୁଣ୍ଡବିନ୍ଧାର ଉପଶମ ପାଇଁ ଆମେ ବଜାରରୁ ବଟିକା କିଣି ଖାଇଥାଉ।ଏହା ଅପେକ୍ଷା ଘରୋଇ ଉପଚାର ମୁଣ୍ଡବିନ୍ଧା କମାଇବା ପାଇଁ ଉପଯୁକ୍ତ।ଏପରି କରିବା ଦ୍ବାରା ଏହାର କୌଣସି ବି ପାର୍ଶ୍ଵ ପ୍ରତିକ୍ରିୟା ହେବାର ଭୟ ନଥାଏ।ଏହା ଏପରି ଏକ ଘରୋଇ ଉପଚାର ଯାହାକୁ ବ୍ୟବହାର କରିବା ଦ୍ଵାରା ଆମ ମୁଣ୍ଡବିନ୍ଧା କିଛି ସମୟ ମଧ୍ୟରେ ଭଲ ହୋଇପାରିବ।

ଆଜିକାଲି ପ୍ରାୟ ସମସ୍ତଙ୍କର ମୁଣ୍ଡବିନ୍ଧା ସମସ୍ୟା ଦେଖାଯାଉଛି ଏହାର କାରଣ ହେଉଛି ଅତ୍ୟଧିକ ଚିନ୍ତା।ଲୋକମାନେ ଅତ୍ୟଧିକ ଚିନ୍ତା କରିବା ଦ୍ୱାରା ସେମାନଙ୍କ ମସ୍ତିସ୍କର ଶିରା ପ୍ରସିରା ଉପରେ ଚାପ ପଡ଼ିଥାଏ।ଯାହାଦ୍ଵାରା ସେମାନଙ୍କ ମସ୍ତିସ୍କକୁ ରକ୍ତ ସଞ୍ଚାଳନରେ ବାଧା ସୃଷ୍ଟି ହୋଇଥାଏ ଓ ସେମାନଙ୍କ ମୁଣ୍ଡବିନ୍ଧିବାକୁ ଆରମ୍ଭ କରେ।ଏପରି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଘରୋଇ ଉପଚାର ବ୍ୟବହାର କରିବା ଆବଶ୍ୟକ।ଶରୀରର ସବୁଠାରୁ ପ୍ରଧାନ ଅଙ୍ଗ ହେଉଛି ମସ୍ତିଷ୍କ ଯାହା ଆମ ଶରୀରର ସମସ୍ତ କାର୍ଯ୍ୟ କରିଥାଏ।ଏହା ଉପରେ ଚାପ ପଡିବା ଫଳରେ ଏହା ବିନ୍ଧିବାକୁ ବା ଯନ୍ତ୍ରଣା ଦେବାକୁ ଆରମ୍ଭ କରିଥାଏ।

ତେଣୁ ଏହାର ଉପଶମ ପାଇଁ ଏକ ଘରୋଇ ଉପଚାର ବିଷୟରେ ଆଲୋଚନା କରିବା।ଏହାକୁ ପ୍ରସ୍ତୁତ କରିବାପାଇଁ ପ୍ରଥମ ସାମଗ୍ରୀ ହେଲା ଲବଙ୍ଗ,ପ୍ରଥମେ ୫-୬ ଟି ଲବଙ୍ଗ ନେବା ଯେଉଁଥିରୁ ଫୁଲ ଅଲଗା ହୋଇନଥିବ।କିଛି ଲୋକ ଭାବନ୍ତି କି ଗ୍ରୀଷ୍ମଦିନରେ ଲବଙ୍ଗ ବ୍ୟବହାର କରିବା ଦ୍ଵାରା ଏହା ଆମ ଶରୀରକୁ ଗରମ କରିଦେବ ମାତ୍ର ସେପରି କିଛି ମଧ୍ୟ ହୋଇନଥାଏ।ଏବେ ଏହି ଲବଙ୍ଗ କୁ ଭଲଭାବେ ଗୁଣ୍ଡ କରିଦେବା।ଧ୍ୟାନ ରଖିବା ଯେପରି ଏହାକୁ ଅଧିକ ଗୁଣ୍ଡ ନକରିବା।ଏବେ ଏହି ଗୁଣ୍ଡ ହୋଇଥିବା ଲବଙ୍ଗକୁ ଗୋଟେ ପାତ୍ରରେ ରଖିବା।ଏବେ ସେହି ପାତ୍ରରେ କିଛି ପାଣି ମିଶାଇବା।ପାଣି ମିଶାଇଲା ପରେ ଏହାକୁ ୩୦ ସେକେଣ୍ଡ ଯାଏ ଛାଡ଼ିଦେବା।

ଏବେ ଗୋଟେ ଗ୍ଲାସରେ ଅଧା ଗ୍ଲାସ କ୍ଷୀର ନେବା।ଧ୍ୟାନ ରଖିବା କି କ୍ଷୀର ଯେପରି ଗରମ ହୋଇନଥିବ,କ୍ଷୀର ଥଣ୍ଡା ରହିଥିବା ଆବଶ୍ୟକ।ଏବେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ଲବଙ୍ଗକୁ ଏବେ ସେହି କ୍ଷୀରରେ ମିସାଇଦିଅନ୍ତୁ।ଏବେ ଏହାକୁ କିଛି ସମୟ ପର୍ଯ୍ୟନ୍ତ ଛାଡ଼ିଦେବା।କିଛି ସମୟ ପରେ ଏହାକୁ ପିଇବା। ପିଇବାର କିଛି ସମୟ ପରେ ଆମେ ଦେଖିବାକୁ ପାଇବା ଯେ ଆମର ମୁଣ୍ଡବିନ୍ଧା ଧୀରେ ଧୀରେ କମିବାକୁ ଲାଗିବ।ପିଇବାର ୧୦ ମିନିଟ ପରେ ଏହା ତୁରନ୍ତ କାମ କରିବା ଆରମ୍ଭ କରିଦେବ।ଯଦି ଆମେ ଦେଖିବା ଯେ ଆମର ମୁଣ୍ଡବିନ୍ଧା କମିନାହିଁ ତେବେ ଏହାକୁ ଆଉ ଥରେ ତିଆରି କରି ପିଇବା ପରେ ଏହା ତୁରନ୍ତ ଭଲ ହୋଇଯିବ।

Leave a Reply

Your email address will not be published. Required fields are marked *