February 12, 2025

Odia Express

Here, There and Everywhere

କପିଳଙ୍କ ବିଷୟରେ କିଛି ଅଜଣା ତଥ୍ୟ – ଏତେ କଷ୍ଟ କରିଛନ୍ତି ଜାଣିଲେ ଆପଣଙ୍କ ଆଖିରେ ମଧ୍ୟ ଲୁହ ଆସିଯିବ..

ସାଙ୍ଗମାନେ କପିଲ ଶର୍ମା ଭାରତର ଏକ ନାମୀ ଦାମୀ ଷ୍ଟାର ଅଟନ୍ତି।ସେ ଏକ ବହୁତ ପ୍ରତିଭାଶାଳୀ କମେଡିଆନ ଅଟନ୍ତି।ତାଙ୍କ ପ୍ରସିଦ୍ଧି କେବଳ ଭାରତ ନୁହେଁ ପୁରା ବିଶ୍ୱରେ ଅଛି।ଆଜି ମୁଁ ଆପଣ ମାନଙ୍କୁ କପିଳ ଶର୍ମାଙ୍କ ବିଷୟରେ କିଛି ଏମିତି ତଥ୍ୟ କହିବି ଯାହା ଆପଣ ଆଗରୁ ଜାଣି ନଥିବେ। ତ ଆସନ୍ତୁ ଆରମ୍ଭ କରିବା।କପିଳ ଶର୍ମାଙ୍କ ଅସଲି ନାମ କପିଲ ଶର୍ମା ନୁହେଁ ବରଂ କପିଳ ପୁଞ୍ଜ ଥିଲା।ସେ ଏହି ନାମକୁ ଏଥିପାଇଁ ଚେଞ୍ଜ କଲେ କାରଣ ଏହି ନାମ ତାଙ୍କ ବ୍ୟକ୍ତିତ୍ୱକୁ ମ୍ୟାଚ କଲାଭଳି ଲାଗୁଥିଲା।ସମ୍ପୂର୍ଣ୍ଣ ଭାରତର ଲୋକ ଏହାକୁ ପସନ୍ଦ କରିବେ।ବାସ୍ତବରେ ଏହା ସତ ମଧ୍ୟ ହେଲା।

କପିଳ ଶର୍ମାଙ୍କ ଅଧିକତମ ପରିବାର ସଦସ୍ୟ ପୋଲିସ ବିଭାଗରେ କାମ କରନ୍ତି।ତାଙ୍କ ବାପା ପଞ୍ଜାବ ପୋଲିସର ହେଡ କନେଷ୍ଟବଳ ଥିଲେ।କିନ୍ତୁ ସେ ଏହାକୁ ଗ୍ରହଣ ନକରି ଅଭିନୟ ଦୁନିଆରେ ପାଦ ରଖିଲେ। ଏବଂ ଏହା ତାଙ୍କୁ ଖୁବ ସଫଳତା ମଧ୍ୟ ଦେଲା।

କପିଳ ତାଙ୍କ ହାଇ ସ୍କୁଲ ଓ କଲେଜ ସମୟରେ ବହୁତ ଜାଗାରେ ପାର୍ଟ ଟାଇମ ଚାକିରୀ କରିଛନ୍ତି।ସେ ପିସିଓ,କପଡା ଦୋକାନ ଓ ଜେନେରାଲ ଷ୍ଟୋର ମାନଙ୍କରେ ମଧ୍ୟ କାମ କରିଛନ୍ତି।କପିଲ ପିଲାଦିନୁ ଗାୟକ ହେବାପାଇଁ ଚାହୁଁଥିଲେ।କଲେଜରେ ମ୍ୟୁଜିକ ବିଷୟକୁ ସିରିୟସ ଭାବେ ନ ନିଆଯିବା କାରଣରୁ ସେ ଥିଏଟର ଜଏନ କରିଗଲେ।

କପିଳ କମେଡି ଦୁନିଆକୁ ଆସିବା ଆଗରୁ ଏକ ଫିଲ୍ମରେ ମଧ୍ୟ କାମ କରିଥିଲେ ଯାହାର ନାମ ଥିଲା ଭାବନାକୁ ବୁଝ।ଏହା ଏକ ହୋମ ଭିଡିଓ ଫିଲ୍ମ ଥିଲା ଯାହା ଥିଏଟରରେ ରିଲିଜ ନକରି ଡିଭିଡି ଆଦି ମାଧ୍ୟମରେ ରିଲିଯ କରାଯାଇଥିଲା।କପିଲ ଫେମସ ହେବା ପୂର୍ବରୁ ୨୦୦୪ ମସିହାରେ ତାଙ୍କ ପିତାଙ୍କ ଦେହାନ୍ତ ହୋଇଯାଇଥିଲା।ତାଙ୍କ ପିତାଙ୍କୁ ୧୯୯୭ ରୁ କ୍ୟାନସର ଥିଲା।

କପିଳଙ୍କ ସ୍ବପ୍ନ ଥିଲା ଯେ ତାଙ୍କ ପିତା ତାଙ୍କ ସଫଳତାକୁ ଦେଖନ୍ତୁ।ସେ ତାଙ୍କ ପିତାଙ୍କୁ ପ୍ଲେନରେ ବୁଲାଇବେ ଓ ପୁରା ଦୁନିଆର ଭ୍ରମଣ କରାଇବେ। ଦିନେ କପିଲ ଏକ ପ୍ଲେନରେ ଦୁଇଟି ସିଟ ବୁକ କଲେ ଓ ପୁରା ଯାତ୍ରା ସମୟରେ ତାକୁ ଖାଲି ରଖିଲେ।ପଇସାର ଅଭାବ କାରଣରୁ କପିଳ ତାଙ୍କ ପଢା ସାରିବା ପରେ ଅନ୍ୟମାନଙ୍କ ବିବାହ ଉତ୍ସବରେ ଯାଇ ଶୋ କରୁଥିଲେ ଓ ଏଥିପାଇଁ ତାଙ୍କୁ ୩୦୦ ଟଙ୍କା ମିଳୁଥିଲା।

ତାଙ୍କ ପିତାଙ୍କ ମୃତ୍ୟୁ ସମୟରେ ତାଙ୍କ ପାଖରୁ ସବୁ ପଇସା ସରି ଯାଇଥିଲା।ସେ ତାଙ୍କ ସାଙ୍ଗ ମାନଙ୍କଠାରୁ ପଇସା ଉଧାର କରି ତାଙ୍କ ପିତାଙ୍କ ଶେଷ କର୍ମ ସମାପନ କରିଥିଲେ।ସେ ଏକ ପଞ୍ଜାବୀ ଶୋ ଯାହାର ନା ଥିଲା ହସ୍ତେ ରହୋ।ସେ ଏଥିରେ ରନର ଅପ ରହିଥିଲେ।ଏହା ତାଙ୍କୁ କମେଡି ଦୁନିଆରେ ଆଗ୍ରହ ଦେଖାଇଥିଲା।

Leave a Reply

Your email address will not be published. Required fields are marked *