October 1, 2024

Odia Express

Here, There and Everywhere

ଅନେକ ବର୍ଷ ପରେ ଏହି ଅବସ୍ଥାରେ ଦେଖାଗଲେ ରାମାୟଣର ସୀତା, ଏବେ ଦେଖିବେ ତ ବୋଧହୁଏ ଜାଣି ପାରିବେ ନାହିଁ

1 min read

ଆମେ ସମସ୍ତଙ୍କର ବାଲ୍ୟକାଳ ବହୁତ ସୁନ୍ଦର ସମୟ ଦେଇ କଟିଛି। ବାଲ୍ୟକାଳରେ ଆମେ ରବିବାରର ପ୍ରତୀକ୍ଷା କରୁଥିଲେ। ରବିବାର ର ପ୍ରତୀକ୍ଷା ଘରେ ଆରାମ କରିବା ପାଇଁ ନୁହେଁ ବରଂ କିଛି ଅନ୍ୟ କାରଣରୁ ହେଉଥିଲା । ଏହି ଦିନକୁ ଲୋକମାନେ ଧୈର୍ଯ୍ୟହରା ହୋଇ ପ୍ରତୀକ୍ଷା କରୁଥିଲେ ଯଦ୍ୱାରା ସମସ୍ତେ ଏକାଠି ବସି ରାମାୟଣ ଦେଖିପାରିବୁ। ରାମାୟଣ ସମୟରେ ଘରର ବିଜୁଳି ଚାଲିଯାଉଥିଲା ଯଦି ତ ଆମେ ସେହି ଘରମାନଙ୍କୁ ଯାଉଥିଲେ  ଯାହା ଘରେ ବିଜୁଳି ଥିଲା । ରାମାୟଣର ସବୁ ଚରିତ୍ର ଆମ ସମସ୍ତଙ୍କ ମୁହଁରେ ଅଛି । 90ଦଶକରେ 1987ରେ ରାମାୟଣର ଆରମ୍ଭ ହୋଇଥିଲା। ରାମାୟଣ ଭାରତୀୟଙ୍କ ହୃଦୟରେ ଏକ ଭିନ୍ନ ପରିଚୟ ସୃଷ୍ଟିକରିଥିଲା । ଏପରି କୁହାଯାଏ ଯେ ରାମାୟଣ ଆରମ୍ଭ ହେବାପରେ ସଡକ ସୁନସାନ ହୋଇଯାଉଥିଲା ଯେପରିକି ଆଜି ଭାରତ-ପାକିସ୍ଥାନ କ୍ରିକେଟ ସମୟରେ ହୋଇଯାଉଛି।

ରାମାନନ୍ଦ ସାଗରଙ୍କର ରାମାୟଣର ସ୍ଵତନ୍ତ୍ରତା ଏହା ଥିଲା ଯେ ରାମାୟଣର ସମସ୍ତ ଚରିତ୍ର ଭାରତୀୟଙ୍କ ହୃଦୟରେ ସ୍ଥାନ ବନେଇ ଦେଇଥିଲେ। ସେମାନଙ୍କ ମଧ୍ୟରୁ ଏକ ମୁଖ୍ୟ ଚରିତ୍ର ଥିଲା , ମାଆ ସୀତାଙ୍କର । ଲୋକମାନେ ପ୍ରକୃତରେ ମାନୁଥିଲେ ‘ମାଆ ସୀତା’

କୁହାଯାଏ ଯେ ସୀତାଙ୍କର ଚରିତ୍ର କରିଥିବା ଅଭିନେତ୍ରୀ ଦୀପିକା ଚିଖଳଲିଆଙ୍କୁ ଲୋକମାନେ ପ୍ରକୃତରେ ସୀତା ଜ୍ଞାନ କରିବାରେ ଲାଗିଥିଲେ। ତାଙ୍କୁ ସାକ୍ଷାତ କରିବାରେ ଲୋକମାନେ ତାଙ୍କର ପାଦ ଛୁଇଁବା ଏବଂ ଆଶୀର୍ବାଦ ନେବାରେ ଲାଗିଥିଲେ। ଦୀପିକା ସେଇ ସମୟରେ ସବୁଠାରୁ ସୁନ୍ଦରୀ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ଥିଲେ। ସେ ମାଆ ସୀତାଙ୍କର ଚରିତ୍ର ବହୁତ ସୁନ୍ଦର ରୂପରେ ନିର୍ବାହ କରିଥିଲେ। ସେ ଏହି ଚରିତ୍ରରେ ଏହି ପ୍ରକାର ଢଳିଯାଇଥିଲେ ସତେ ଯେପରି ଏହି ରୋଲ ତାଙ୍କ ନିମନ୍ତେ ହିଁ ତିଆରି ହୋଇଥିଲା। ଦୀପିକା ନିଜର ଅଭିନୟ ଦ୍ଵାରା ମାଆ ସୀତାଙ୍କ ଚରିତ୍ରକୁ ଜୀବନ୍ତ କରିଦେଇଥିଲେ। ଅନେକ ଲୋକଙ୍କ ମନରେ ଏବେ ମଧ୍ୟ ଦୀପିକାଙ୍କ ଛବି ସୀତାଙ୍କ ରୂପରେ ଆଙ୍କି ହୋଇ ରହିଯାଇଛି ।

ପ୍ରଧାନମନ୍ତ୍ରୀ କରିଥିଲେ ସମ୍ମାନିତ – ଦୀପିକାଙ୍କୁ ତାଙ୍କ ଅଭିନୟ ନିମନ୍ତେ ସେହି ସମୟର ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ସମ୍ମାନିତ କରିଥିଲେ। ଦୀପିକା ନିଜେ ମଧ୍ୟ ଭାବି ନଥିଲେ ଯେ ତାଙ୍କୁ ରାମାୟଣ ନିମନ୍ତେ ଏହି ଧାରାବାହିକରୁ ଏତେ ସଫଳତା ମିଳିବ। କିନ୍ତୁ ଏହି ଧାରାବାହିକର ବନ୍ଦ ହେବାପରେ ଦୀପିକା ନଜାଣେ କେଉଁ ଆଡେ ଅଦୃଶ୍ୟ ହୋଇଯାଇଥିଲେ। ରାମାୟଣ ପରେ ଦୀପିକା କେଉଁଠାରେ ନଜର ଆସିନଥିଲେ, ସତେ ଯେପରି ସେ ଗାୟବ ହୋଇଯାଇଛନ୍ତି। କିନ୍ତୁ ସେ ଗାୟବ ହୋଇନଥିଲେ। ସେ ବିବାହ କରିନେଇଥିଲେ ।

କସମେଟିକ କମ୍ପାନୀର ମାଲିକଙ୍କୁ କରିଥିଲେ ବିବାହ – ଦୀପିକା ଜଣେ କସମେଟିକ କମ୍ପାନୀର ମାଲିକ ହେମନ୍ତ ଟୋପିବାଲାଙ୍କୁ ବିବାହ କରିଛନ୍ତି। ଏହି ସମୟରେ ଦୀପିକା ଏହି କମ୍ପାନୀର ରିସର୍ଚ ଏବଂ ମାର୍କେଟିଂଗ ଟିମ କୁ ସମ୍ଭାଳୁଛନ୍ତି। ଦୀପିକାଙ୍କର ଦୁଇଟି ଝିଅ ମଧ୍ୟ ଅଛନ୍ତି, ଯାହାଙ୍କର ନାମ ନିଧି ଏବଂ ଜୁହୀ ଅଟେ।

ବଡ ପରଦାରେ କରିବାକୁ ଯାଉଛନ୍ତି ପ୍ରତ୍ୟାବର୍ତ୍ତନ – ଏବେ ଖବର ଆସିଛି ଯେ ଛୋଟ ପରଦାରେ ନିଜର ଅଭିନୟର ପରାକାଷ୍ଠା ପ୍ରଦର୍ଶନ କରିବା ପରେ ଦୀପିକା ଏକ ବଲିଉଡ ଫିଲ୍ମରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି । ରିପୋର୍ଟ ଅନୁଯାୟୀ ଏହି ଫିଲ୍ମର ଅନମ ‘ଗାଲିବ’ ହେବ ଏବଂ ଏହା ଅଫଜଲ ଗୁରୁର ପୁଅ ଗାଲିବ ଗୁରୁର ଜୀବନ ଉପରେ ପର୍ଜ୍ୟବସିତ ହେବ

Leave a Reply

Your email address will not be published. Required fields are marked *