October 20, 2024

Odia Express

Here, There and Everywhere

ଅନେକ ଖାଇବା ପିଇବା ପରେ ଯଦି ଶରୀର କୁ ଲାଗୁ ନାହିଁ ତେବେ ଆଜି ହିଁ ଏହି ୨ ଟି ଉପାୟ କରନ୍ତୁ…

ବନ୍ଧୁଗଣ ଆଜିର ସମୟରେ କିଏ ନିଜର ଓଜନ କମେଇବାକୁ ନେଇ ଚିନ୍ତାରେ ଥିବା ବେଳେ ଆଉ କିଏ ନିଜ ଓଜନ ବଢ଼େଇବାକୁ ନେଇ ଚିନ୍ତାରେ ଅଛି । ତେବେ ଆଜି ଆମେ ଜାଣିବା ଯିଏ ନିଜ ଓଜନ ବଢ଼ାଇବାକୁ ଚାହୁଁଛନ୍ତି । ତେବେ ଡେରି ନ କରି ଆସନ୍ତୁ ଜାଣିବା ।ଅନେକ ଦୁର୍ବଳ ଥିବା ଲୋକଙ୍କୁ ଲୋକମାନେ ମଜାକ ବା ଥଟା କରିଥାନ୍ତି। ମୋଟା ରୁ ପତଳା ହେବା ସହଜ ହେଲେ ପତଳା ରୁ ମୋଟା ହେବା ଟିକେ କଷ୍ଟ ଅଟେ। ଏମିତି ଲୋକ ବହୁତ ଖାଦ୍ୟ ଖାଆନ୍ତି ହେଲେ ତାଙ୍କ ଦେହରେ ଲାଗେ ନାହିଁ।ତେବେ ଆଜିର ଏହି ଆର୍ଟିକିଲ ସାହାଯ୍ୟ ରେ ମୁଁ ଆପଣଂକୁ ଏମିତି ୨ଟି ଜିନିଷ କହିବି ଯାହାକୁ ବ୍ୟବହାର କଲେ ଆପଣ ନିଜର ଓଜନ ବଢେଇ ପାରିବେ।

ସବୁଠାରୁ ପ୍ରଥମେ ଆପଣଂକୁ ନିଜ ପାଚନ ତନ୍ତ୍ର ଠିକ କରିବାକୁ ହେବ ଯାହା ଫଳରେ ଆପଣ ଯାହାବି ଖାଇବେ ତାହା ଆପଣଙ୍କ ଶରୀର ରେ ଲାଗିବ। ହେଇ ପାରେ ଆପଣ ଏହି କଥା ଆଗରୁ ମଧ୍ୟ ଶୁଣିଥିବେ। ଏହାକୁ କେମିତି କେତେବେଳେ ନେବା ଦରକାର ତାହା ଜାଣିବା ବହୁତ ଦରକାର ଅଟେ।

ପ୍ରଥମ ଉପାୟରେ ଆମକୁ ନେବାର ଅଛି ସୁଖୀ ଥିବା ପୋଦିନା । କେଉଁ ବି ଦୋକାନରେ ବଜାରରେ ଏହା ମିଳିଯିବ। ଏହା ବହୁତ ଶସ୍ତା ଦାମ ରେ ମିଳିଯିବ। ପୁଦିନା ଆମ ପାଚନ ତତ୍ନ ଏବଂ ଲିଭର ପାଇଁ ବହୁତ ସହାୟକ ଅଟେ। ଏହାକୁ ଏକ ଗ୍ଲାସ ପାଣିରେ ଗରମ କରି ଏହାକୁ ଟିକେ ଥଣ୍ଡା କରି ଚା ଭଳି ଏହାକୁ ପିଇବା ଦରକାର ଅଟେ। ଖାଇ ସାରିବା ପରେ ଦିନରେ କେଉଁ ବି ସମୟରେ ଏହାକୁ ଥରେ ନେବା ଆବଶ୍ୟକ ଅଟେ।

ତାହା ପରେ ଆସୁଛି ଜିରା ,ଆପଣ ଙ୍କ ଘରେ କିମ୍ବା ବଜାରରେ ଏହା ବହୁତ ସହଜ ରେ ମିଳିଯିବ। ଗୋଟେ ଗ୍ଲାସରେ ଅଧା ଚାମଚ ଜିରା ପକେଇ ଏହାକୁ ଗରମ କରି ଦିଅନ୍ତୁ। ତାହା ପରେ ଏହାକୁ ଥଣ୍ଡା କରି ଚା ଭଳି ପିଅନ୍ତୁ ଏବଂ ଜିରା କୁ ଭଲ ଭାବରେ ଚୋବାଇ ଖାଇ ଦିଅନ୍ତୁ। ଏହି ଉପାୟକୁ ଖାଲି ପେଟରେ ହିଁ କରିବା ଆବଶ୍ୟକ ଅଟେ।

ଏହି ଦୁଇଟି ଉପାୟରୁ ଗୋଟିଏ ଉପାୟ ପ୍ରତିଦିନ ଆପଣ ନିଶ୍ଚିତ ଭାବରେ କରନ୍ତୁ। ଏହା ଫଳରେ ଆପଣଙ୍କ ପାଚନ ତନ୍ତ୍ର କିଛି ଦିନରେ ଠିକ ହୋଇଯିବ ଏବଂ ତାହା ପରେ ଭଲ ଏବଂ ସ୍ୱାସ୍ଥ୍ୟ ଖାଦ୍ୟ ଖାଇଲେ ଏହା ଆପଣଙ୍କର ଶରୀର କୁ ଲାଗିବ।

Leave a Reply

Your email address will not be published. Required fields are marked *