October 17, 2024

Odia Express

Here, There and Everywhere

ଟ୍ରେନ ରେ ପ୍ରଥମ AC, ଦ୍ୱିତୀୟ AC ଆଉ ତୃତୀୟ AC ଭିତରେ ଫରକ କଣ ଜାଣିଛନ୍ତି କି ? ୯୦ ପ୍ରତିଶତ ଲୋକ ଜାଣିନଥିବେ – ଏବେ ଜାଣିରଖନ୍ତୁ…

ଆଜି ଆମେ ଆପଣଙ୍କ ପାଖରେ କହିବାକୁ ଯାଉଛୁ କି ଭାରତୀୟ ରେଳ ସେବା ର ପ୍ରଥମ ଏସି କୋଚ୍, ଦ୍ୱିତୀୟ ଏସି କୋଚ୍ ତଥା ତୃତୀୟ ଏସି କୋଚ୍ ଭିତରେ ଅନ୍ତର କଣ ଅଟେ। ଆମେ ଜାଣିଛୁ କି ଭାରତୀୟ ରେଳ ପ୍ରାୟତଃ ସମସ୍ତ ଭାରତୀୟ ଙ୍କର ପ୍ରଥମ ପସନ୍ଦ ହେଇ ଥାଏ। ଏହା ପ୍ରାୟ ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ହେଇଥାଏ ଆଉ ସମସ୍ତେ ଏଥିରେ ଯାତ୍ରା କରିବାକୁ ପସନ୍ଦ ବି କରନ୍ତି। ମାତ୍ର ବହୁତ ଲୋକଙ୍କୁ ଭାରତୀୟ ପ୍ରଥମ ଏସି ତଥା ଦ୍ୱିତୀୟ ଏସି ବାବଦରେ ଜଣା ନଥାଏ। ଆଜି ଆମେ ସେହି ବାବଦରେ କଥା ହେବା।

ପ୍ରଥମେ କଥା ହେବା ଆମେ ଫାଷ୍ଟ ଏସି ବାବଦରେ। ଏହା ଭାରତୀୟ ରେଳ ସେବା ର ସବୁଠାରୁ ମହଙ୍ଗା ସେବା ଅଟେ। ଏଥିରେ ଗୋଟେ ରେଳ ଡବା ରେ ଅନେକ ପ୍ରକାର ର କେବିନ ଥାଏ। ସବୁ କେବିନ ରେ ପ୍ରାୟ ଦୁଇଟି ଅଥବା ଚାରିଟି ବେଡ଼ ଥାଏ। ଏହି ଦୁଇଟି ବେଡ଼ ଵାଲା ଜାଗା କୁ କପଲ ତଥା ଚାରିଟି ବେଡ଼ ଵାଲା ଜାଗା କୁ କେବିନ ବୋଲି କୁହା ଯାଏ। ଏଥିରେ ପ୍ରତ୍ୟେକ ଯାତ୍ରୀ ତଥା କେବିନ ପାଇଁ ଏକ ଖାସ ଦସ୍ତବିନ ତଥା ବାଥରୁମ ଥାଏ। ଏଥିରେ ଖାଇବା ଡାକିବା ପାଇଁ ଏକ ଖାସ ପ୍ରକାର ର ସ୍ୱିଚ ଥାଏ। ଆଉ ଏହା ଏସି ରେ ଭରା ଥାଏ।

ଏବେ ଆମେ କଥା ହେବା ସେକେଣ୍ଡ ଏସି ବାବଦରେ। ଏହା ଆମ ଭାରତୀୟ ରେଲୱେ ର ଦ୍ୱିତୀୟ ସବୁଠାରୁ ଭଲ ସେବା ଅଟେ। ଏହା ଫାଷ୍ଟ ଏସି ଠାରୁ ଶସ୍ତା ଥାଏ ଆଉ ଥର୍ଡ଼ ଏସି ଠାରୁ ମହଙ୍ଗା ଥାଏ। ଏଥିରେ କିଛି ବି ଅଲଗା କେବିନ ଅଥବା କପଲ ନଥାଏ। ଏଥିରେ ସାଇଡ଼ ଡାଉନ ସିଟ ଥାଏ ଆଉ ପ୍ରତ୍ୟେକ କମ୍ପାର୍ଟମେଂଟ ରେ ପ୍ରାୟ ୬ଟି ସିଟ ଥାଏ। ଯାତ୍ରୀ ଙ୍କୁ ଶୋଇବା ପାଇଁ ତକିଆ ଆଉ କମ୍ବଳ ଦିଆ ଯାଏ। ଏଥିରେ ଖାଇବା ଥର୍ଡ଼ ଏସି ଭଳି ହି ହେଇଥାଏ ମାତ୍ର ଯଦି ଆପଣ ଅଧିକ ଡାଲି ଅଥବା ଚାଉଳ ନେବାକୁ ଚାହିଁବେ ତ ଆପଣ ଅନ୍ୟ ଆଡୁ ମଗେଇ ପାରିବେ।


ଏବେ ଆମେ କଥା ହେବା ଥର୍ଡ଼ ଏସି ବାବଦରେ। ଥର୍ଡ଼ ଏସି ଭାରତୀୟ ମିଡ଼ିଲ କ୍ଳାସ ଲୋକଙ୍କର ପ୍ରଥମ ପସନ୍ଦ ହେଇ ଥାଏ। ଏଥିରେ କିଛି ବି କେବିନ ଅଥବା ପରଦା ନଥାଏ। ଏଥିରେ ସାଇଡ଼ , ଲୋ ତଥା ମିଡ଼ିଲ ସିଟ ଥାଏ। ଏହାର ମିଡ଼ିଲ ସିଟ କୁ ଉପରକୁ ଉଠାଇ ଶୋଇବା ଯୋଗ୍ୟ କରାଯାଏ। ଏହା ପ୍ରାୟତଃ ଲୋକାଲ ଟ୍ରେନ ଭଳି ହେଇଥାଏ ମାତ୍ର ଏଥିରେ ଏସି ଲଗାଯାଇଥାଏ। ଏହାର ଖାଦ୍ୟ ସେକେଣ୍ଡ ଏସି ଭଳି ହି ହେଇଥାଏ।

Leave a Reply

Your email address will not be published. Required fields are marked *