October 19, 2024

Odia Express

Here, There and Everywhere

ଗଳା ରେ ଯଦି ମାଛ କଣ୍ଟା ଲାଗିଯାଏ ତେବେ କରନ୍ତୁ ଏହି ସହଜ ଉପାୟ – ନିଶ୍ଚୟ ଜାଣିରଖନ୍ତୁ କେବେ ବି କାମରେ ଆସିପାରେ..

ମାଛ ଖାଇବାକୁ ସ୍ୱାଦିଷ୍ଟ ଲାଗେ। ମାଛ ରେ ଅନେକ ଭିଟାମିନ ,ମିନେରାଲ ଏବଂ ପ୍ରୋଟିନ ରହିଛି। ମାଛ ରେ ଥିବା ଓମେଗା 3 ଆମ ଶରୀର ପାଇଁ ମହତ୍ୱପୂର୍ଣ୍ଣ ଅଟେ।ଅନେକ ଲୋକ ମାଛ ତରକାରୀ ଏବଂ ଭଜା ମାଛ ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ ଅନେକ ଲୋକ ଆଜି ମଧ୍ୟ ଅଛନ୍ତି ଯେଉଁମାନେ ମାଛ ରେ ଥିବା କଣ୍ଟା ଯୋଗୁ ଏହାକୁ ଖାଇବା କୁ ଡରିଥାନ୍ତି। ମାଛ କଣ୍ଟା ବହୁତ ବଡ଼ ଅସୁବିଧା ହୋଇଥାଏ ଖାଇବାରେ ମାଛ କୁ ସବୁବେଳେ ଭଲ ଭାବେ ଭାଜି କରି ଖାଇବା ଉଚିତ। କାରଣ ଏହା ଦ୍ୱାରା ମାଛ କଣ୍ଟା ନରମ ହୋଇଯାଏ ଏବଂ ସହଜରେ ଭାଙ୍ଗିଯାଏ। ମାଛ ଖାଇବା ବେଳେ ଏହାକୁ ଧୀରେ ଧୀରେ ଚୋବାଇ ଖାଇବା ଉଚିତ। ଏହା ଦ୍ୱାରା କଣ୍ଟା ଆମ ତଣ୍ଟି କୁ ଯାଇ ନଥାଏ। ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବୁ ଏପରି ଏକ ସହଜ ଉପାୟ ଯଦି ମାଛ ଖାଇଲା ବେଳେ କଣ୍ଟା ଲାଗିଯାଏ ତେବେ ଆପଣ ସହଜ ରେ ଏହାକୁ ନିଜ ଗଳା ରୁ ଛଡ଼େଇ ପାରିବେ।

ବେଳେବେଳେ ଛୋଟ ପିଲା ମାନେ ଖାଉ ଖାଉ ଜଲଦି ରେ ମାଛ କଣ୍ଟା ତାଙ୍କ ତଂଟିରେ ଲାଗିଯାଏ। କଣ୍ଟା ଦୁଇ ପ୍ରକାର ର ଅଛି ଦୁଇ ମୁନିଆ କଣ୍ଟା ଏବଂ ଏକ ମୁନିଆ କଣ୍ଟା। ଏକ ମୁନିଆ କଣ୍ଟା କୁ ବାହାର କରିବାର ଉପାୟ।ଶୁଖିଲା ଭାତ କୁ ଆପଣ ବ୍ୟବହାର କରି ପାରିବେ ଶୁଖିଲା ଭାତ ନିଅନ୍ତୁ ଏହାକୁ ବଡ଼ ଗୋଲ ଗୋଲ କରି ଗିଳି ଦିଅନ୍ତୁ ଏହି ପରି 3,4 ଥର ଖାଇବା ପରେ କଣ୍ଟା ବାହାରି ଯିବ।

ଅଟା ର ବ୍ୟବହାର ମଧ୍ୟ ଆବଶ୍ୟକ । ଅଟାକୁ ଗୋଳାଇ ଏହାକୁ ଗୋଲ ଗୋଲ କରି ଅଳ୍ପ ଚୋବାଇ ଭିତରକୁ ଢ଼ୋକି ଦିଅନ୍ତୁ ଏହା ଦ୍ୱାରା ମଧ୍ୟ ମାଛ କଣ୍ଟା ତଂଟିରୁ ବାହାରି ଯିବ।

କଦଳୀ ପାଚିଲା କଦଳୀ କୁ ଯଦି ଆପଣ ନ ଚୋବାଇ ଗିଳିଦେବେ ତେବେ ସହଜରେ ମାଛ କଣ୍ଟା ତଣ୍ଟି ରୁ ବାହାରି ଯିବ।

ଚୂଡ଼ା କଞ୍ଚା ଚୂଡ଼ା ର ବ୍ୟବହାର ମଧ୍ୟ ଆପଣ କରି ପାରିବେ। ଏହାକୁ ନ ଚୋବାଇ ସିଧା ଗିଳି ଦିଅନ୍ତୁ ଦେଖିବେ କଣ୍ଟା ନିଶ୍ଚିତ ଖସି ପେଟକୁ ଚାଲିଯିବ।

ତେଲ , ରିଫାଇନ ତେଲ ନଚେତ ସୋରିଷ ତେଲ କୁ ପିଇବା ଦ୍ୱାରା ମଧ୍ୟ କଣ୍ଟା ତଂଟିରୁ ଖସିଯିବାର ସମ୍ଭାବନା ଥାଏ।

ତେବେ ଫ୍ରେଣ୍ଡସ୍ ଏହାଥିଲା କିଛି ପ୍ରଥମିକ ଘରୋଇ ଉପଚାର ଦ୍ୱାରା ଆପଣ ମାଛ କଣ୍ଟାକୁ ନିଜ ଗଳାରୁ ବାହାର କରିପାରିବେ।

Leave a Reply

Your email address will not be published. Required fields are marked *