October 23, 2024

Odia Express

Here, There and Everywhere

କାଶ ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ – କରନ୍ତୁ ଏହି ଘରୋଇ ଉପଚାର- ଯେତେ ପୁରୁଣା କାଶ ହେଲେ ମଧ୍ୟ ଏକଦମ ଠିକ ହେଇଯିବ…

1 min read

ପିଲାଠାରୁ ବୁଢ଼ାଯାଏ ସମସ୍ତେ ପ୍ରାୟ ନାଜୁକ ଶରୀର ର ହୋଇଥାନ୍ତି ଯେମିତି କିଛି ଥଣ୍ଡା ଜିନିଷ ଖାଇବା ଦ୍ଵାରା ତାଙ୍କୁ ଥଣ୍ଡା ଜ୍ୱର ଖାସ ଆଦି ଆରମ୍ଭ ହୋଇଯାଏ। କିଛି ଲାଇକ ଏପରି ମଧ୍ୟ ଅଛନ୍ତି ଯେଉଁମାନେ ଖାସ ଭଳି ସମସ୍ୟା କୁ ନଜର ଅନ୍ଦାଜ କରିଦିଅନ୍ତି ।ପରେ ତାହା ଗମ୍ଭୀର ସମସ୍ୟା ଆରମ୍ଭ ହୋଇଯାଏ। ତେବେ ଜାଣି ରଖନ୍ତୁ ଖାସ ଦୁଇ ପ୍ରକାର ହୋଇଥାଏ ଗୋଟିଏ ହେଉଛି। ଯେଉଁଥିରେ କଫ ଯୋଗୁଁ ଖାସ ହୁଏ। ଏହାକୁ ଥଣ୍ଡା ଖାସ ମଧ୍ୟ କୁହାଯାଏ। ଆଉ ଏକ ପ୍ରକାର ର ଖାସ ଅଛି ଯାହାକୁ କି ଶୁଖିଲା ଖାସ କୁହାଯାଏ। ଏଥିରେ ତଣ୍ଟି ରେ କିଛି ଫସିଯାଇଥିବା ଭଳି ଲାଗେ କିନ୍ତୁ ଖାସ ହୁଏ। ଏହାକୁ ଶୁଖିଲା ଖାସ କୁହାଯାଏ।

ଖାସ ହେବାର କାରଣ:-ପାଣିପାଗ ବଦଳିବା ଦ୍ୱାରା ଥଣ୍ଡା ଖାସ ହୁଏ। ଏହା ଦ୍ୱାରା କଫ ଗଳା ରେ ଜମି ରହିଯାଏ। ପରେ ଶ୍ୱାସ ଆଦି ଭଳି ଗମ୍ଭୀର ସମସ୍ୟା ଦେଖାଯାଏ।ବେଳେ ବେଳେ ଭାଇରସ ର ଇଂଫକ୍ସନ ଯୋଗୁ ମଧ୍ୟ ଖାସ ହୁଏ ଏହାକୁ ଅଣଦେଖା କରିବା ଫଳରେ ଫ୍ଲୁ ଭଳି ଗମ୍ଭୀର ସମସ୍ୟା ଦେଖାଯାଏ। ତେବେ ଆଜି ଆମେ ଆପଣଙ୍କୁ ଖାସ ସମସ୍ୟା ର ସମ୍ପୂର୍ଣ୍ଣ ଘରୋଇ ଉପଚାର କହିବୁ।

ହଳଦୀ ; ହଳଦୀ ଦୁଇ ଚାମଚ, ଗୋଲମରିଚ ଦୁଇ ଚାମଚ, ଏକ ଚାମଚ ସୁଣ୍ଠି ପାଉଡର ପକାଇ ଗରମ ପାଣିରେ ପିଇବା ଦ୍ୱାରା ଗଳା ସଫା ହୁଏ ଏବଂ ଥଣ୍ଡା କଫ ଭଳି ସମସ୍ୟା ଦୂର ହୁଏ।ଏହି ପାଣିକୁ ଦିନକୁ 2 ରୁ 3 ଥର ସେବନ କରନ୍ତୁ। ଦେହରେ ରୋଗ ପ୍ରତିରୋଧ ଶକ୍ତି ବଢ଼ିବାରେ ସାହାଯ୍ୟ କରିବ ଏବଂ ଖାସ ସମସ୍ୟା ରୁ ମୁକ୍ତି ମିଳିବ।

ଅଦା ; ଅଦା ଏକ ଔଷଧୀୟ ଦ୍ରବ୍ୟ ଅଟେ। ଗୋଟିଏ ଆଦାକୁ ସମ୍ପୂର୍ଣ୍ଣ ଭାବେ ଛେଚି ଦିଅନ୍ତୁ ଏହାକୁ ତୁଳସୀ ରସ ଏବଂ ମହୁ ସହ ମିଶାଇ ଦିନକୁ 3 ଚାମଚ ଖାଅନ୍ତୁ ଯେପରି ଗଳାରେ ଏହା ଅଧିକ ସମୟ ରହିବ। ଦେଖିବେ ଧୀରେ ଧୀରେ ଖାସ, ଥଣ୍ଡା ଭଳି ସମସ୍ୟା ଦୂର ହୋଇଯିବ।

ଚାହା ; ଚାହା ରେ ଗୋଟିଏ ଅଦା ଛେଚି ପକେଇ ଦିଅନ୍ତୁ, ଡାଲଚିନି ଏବଂ କଲା ମିର୍ଚି ବା ଗୋଲମରିଚ 5,6 ଟି ପକାଇ ଉଷୁମ ଉଷୁମ ଗଳାରେ ରଖି ପିଇବା ଦ୍ୱାରା ସମସ୍ତ ପ୍ରକାର ଖାସ ଦୂର ହୁଏ। ନାକ ସମସ୍ୟ ତଥା କଫ ଏବଂ ଚିଙ୍କ ଆଦି ରୁ ଉପଶମ ମିଳିଥାଏ।

ତୁଳସୀ ପତ୍ର ; ତୁଳସୀ ରସ ସହ ଏକ ଚାମଚ ମହୁ କିମ୍ବା ପ୍ରଥମେ 6,7 ଟି ତୁଳସୀ ପତ୍ର ପାଟିରେ ଚୋବାଇ ମହୁ 2 ଚାମଚ ଖାଇଲେ ଥଣ୍ଡା, କଫ, କାଶ ଆଦି ସମସ୍ୟା ଦୂର ହୁଏ।

ତେବେ ଉକ୍ତ ଉପଚାର ମଧ୍ୟରୁ କୌଣସି ଗୋଟିଏ କୁ ବ୍ୟବହାର କରି ପାରିବେ।

Leave a Reply

Your email address will not be published. Required fields are marked *