October 22, 2024

Odia Express

Here, There and Everywhere

କଣ ହେବ ଯଦି ଆପଣଙ୍କୁ ଛାଡି ଅନ୍ୟ ଲୋକ ସବୁ ପୃଥିବୀରୁ ଗାୟବ ହୋଇଯିବେ…

ସାଙ୍ଗମାନେ ଆପଣ ଜାଣିଛନ୍ତି କି ମଣିଷ ଏ ଗ୍ରହର ସବୁଠାରୁ ପ୍ରମୁଖ ପ୍ରଜାତି ଅଟେ । ବର୍ତ୍ତମାନ ତୁଳନାରେ ମଣିଷ ଅଲଗା ସବୁ ଜୀବମାନଙ୍କ ଠାରୁ ସବୁଠୁ ଉନ୍ନତ ଓ ଶକ୍ତିଶାଳି ପ୍ରାଣୀ ଅଟେ କିନ୍ତୁ ଆଗରୁ ଏମିତି ନଥିଲା ନା ଆଗରୁ ଏମିତି ରହିବ। ଯେତେବେଳେ ମଣିଷ ଏ ଗ୍ରହରେ ଜନ୍ମ ନେଇ ନଥିଲେ ସେତେବେଳେ ବି ସମୟ ଚକ୍ର ଚାଲୁଥିଲା ଆଉ ଚାଲୁଥିବ । ମଣିଷର ବୁଦ୍ଧି ଏ ପ୍ରକୃତି କୁ କିଛି ବି ଦେଇନାହିଁ ଓଲଟା ନିଜ ହାତରେ ପ୍ରକୃତିର ବିନାଶ ହିଁ କରୁଛି। ଆପଣ ଭାବନ୍ତୁ ଆପଣଙ୍କୁ ଛାଡିଦେଲା ପରେ ଯଦି ପୃଥିବୀରୁ ମଣିଷ ଲୁପ୍ତ ହୋଇଗଲେ ଆପଣ କେବଳ ଏକା ଏ ପୃଥିବୀରେ ରହିଯିବେ ଆପଣ କଣ କରିବେ।

ଯଦି ଆପଣ ଏଠି ଏକଲା ରହିଯିବେ ତ ଆପଣ କେବେବି ଜାଣି ପାରିବେନି କି ଆପଣ ଏକୁଟିଆ ଅଛନ୍ତି କି ନାହିଁ।ଆପଣ ସବୁଦିନ କେତେ କିଲୋମିଟର ଚାଲିବେ ଖୋଜିବା ପାଇଁ କି ସହର ସାରା କେହି ଅଛନ୍ତି କି ନାହିଁ। ଆପଣଙ୍କୁ କେତେ ଗାଡି ମିଳିବ କିନ୍ତୁ ଆପଣଙ୍କୁ କେହି ମିଳିବେନି ତା ଭିତରେ। ଆପଣ ଯେ କୌଣସି ଗାଡି ଚଲାଇ ପାରିବେ ତେଲ ସରିଗଲେ ଅଲଗା ଗାଡି ଉଠାଇ ଚଲାଇ ପାରିବେ କହିବାକୁ ଗଲେ ଆପଣ ଏ ପୃଥିବୀର ରାଜା ହୋଇଯିବେ।କିନ୍ତୁ ଅପଣଙ୍କୁ ଦେଖିଲା ଭଳିଆ କେହି ନ ଥିବେ। ଅଲଗା ମଣିଷ ଙ୍କୁ ଖୋଜିବା ଆଗରୁ ଅପଣଙ୍କୁ ପ୍ରଥମେ ଅସ୍ତ୍ରଶସ୍ତ୍ର ଖୋଜିବାକୁ ପଡିବ କାରଣ ସହରରେ ମଣିଷଙ୍କ ରାଜତ୍ୱ ହରାଇବା ପରେ ଜଙ୍ଗଲୀ ଜନ୍ତୁ ମାନଙ୍କ ପାଦୃଭାବ ବଢି ଯିବ।

ଚିଡ଼ିଆ ଘରର ପର୍ଯ୍ୟାପ୍ତ ଦେଖାଶୁଣା ନହେବା କାରଣରୁ ସେମାନେ ବି ବାହାରକୁ ଆସିପାରନ୍ତି। ଏ ସମୟରେ ନିଜର ସୁରକ୍ଷା ପାଇଁ ଅସ୍ତ୍ରର ଦରକାର ପଡିବ। ପ୍ରଥମେ ଅପଣଙ୍କୁ ଉଚ୍ଚ ସ୍ଥାନ ଯେମିତି ସିମଳା କିମ୍ବା ମାନସୁରି କୁ ଯିବାକୁ ପଡିବ କାରଣ ମଣିଷ ମାନଙ୍କ ଦ୍ୱାରା ତିଆରି ବିଭିନ୍ନ ପୋଲ ମଣିଷ ବିନା ନିୟନ୍ତ୍ରଣ ରେ ସେବୁଡିକ ଭାଙ୍ଗିପାରେ। ତାପରେ ଆସିବ ବିଜୁଳି ର ଅସୁବିଧା ହଁ ଆପଣ କିଛି ଦିନ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର କରିପାରିବେ କିନ୍ତୁ ଗୋଟେ ଏକୁଟିଆ ମଣିଷ ଦ୍ୱାରା ଏହା ଏକୁଟିଆ କରିବା ସମ୍ଭବ ପର ନୁହେଁ ତେଣୁ ବିଜୁଳି ବି ଧୀରେ ଧୀରେ ଯିବାକୁ ଲାଗିବ।

ପ୍ରଥମରୁ ଆପଣଙ୍କୁ ଖାଇବାର କୌଣସି ବି ଅସୁବିଧା ହେବ ନାହିଁ କି କୌଣସି ବି ଦାମୀକିଆ ପୋଷାକ,ଗହଣା ନବା ପାଇଁ ଅପଣଙ୍କୁ କାହାର ବି ଅନୁମତି ନବାକୁ ପଡିବ ନାହିଁ।ତାପରେ ଖାଦ୍ୟ ପଦାର୍ଥ ଯେମିତିକି ପାରିବା ଏ ଗୁଡିକ ଶୀଘ୍ର ପଚି ଯିବା ଯାହା ଫଳରେ ଆପଣଙ୍କୁ ଶୀଘ୍ର ଚାଷ କାମ କରିବା ଶିଖିବାକୁ ପଡିବ ଯଦି ଆପଣ ଶାକାହାରି ନୁହେଁ ତାହେଲେ ଆପଣଙ୍କୁ ଶିକାର କରି ନିଜର ପୋଷଣ କରିବାକୁ ପଡିବ। ଆପଣଙ୍କ ପାଖରେ ଯଦି ଓ ସବୁପ୍ରକାରର ସୁଖ ସୁବିଧା ଥାଉ ଗୋଟେ ମଣିଷ କେବେବି ଏକୁଟିଆ ବଂଚି ପାରିବ ନାହିଁ । କଣ ପାଇଁ ନା ଯଦି ଗୋଟେ ମଣିଷ ଏକୁଟିଆ ରହେ ତାହେଲେ ସେ ପାଗଳ ହୋଇଯାଏ।

ଯଦି ଆପଣ ଗୋଟେ ପୁରୁଷ ହୋଇଥିବେ ତ ଅପଣଙ୍କୁ ଗୋଟେ ମହିଳା ସାଥୀର ଆବଶ୍ୟକତା ରହିଛି ଯାହା ଫଳରେ ଆପଣ ନିଜର ବଂଶ ବିସ୍ତାର କରି ମନୁଷ୍ୟ ସମାଜ କୁ ଆଗକୁ ବଢେ଼ଇ ପାରିବ। ଯଦି ଆପଣ ଦୁନିଆରେ ଏକୁଟିଆ ରହି ଯାଇଛନ୍ତି ତ ଆପଣଙ୍କ ପାଇଁ ଭଲ ହେବ କି ଆପଣ ସବୁ ଦୁନିଆ ର ପରିଭ୍ରମଣ କରିବା ଉଚିତ।ସବୁ ପାଳିତ ଜୀଵ ମାରିବାକୁ ଲାଗିବେ ସାଟାଲାଇଟ ଆଦି ତଳକୁ ଖସିବାକୁ ଲାଗିବ ଓ ପ୍ରଦୂଷଣ ଆଉ ରାଡ଼ିଏସନ କମିଯିବ।ଧୀର ଧୀରେ ଜଙ୍ଗଲ ବଢିଯିବ ସବୁ ଗାଁ ସହର ଜଙ୍ଗଲରେ ପରିବର୍ତ୍ତନ ହୋଇଯିବ।

ଏ ବଦଳିଥିବା ପରିବେଶ ଜଙ୍ଗଲୀ ଜୀଵ ମାନଙ୍କ ପାଇଁ ଲାଭଦାୟକ ହେବ ଧୀରେଧୀରେ ସବୁ ଜୀବଜନ୍ତୁ ମାନଙ୍କ ସଂଖ୍ୟା ବଢିଯିବ। ସବୁ ଯନ୍ତ୍ରଚାଳିତ ବସ୍ତୁ ଆଦିକୁ ଆପଣ ଚଳାଇପାରିବେ ନାହିଁ ଆଉ ବିଜୁଳି ଆଦି ତେଲ ଆଦିର ବ୍ୟବହାର କରିବେ ନାହିଁ ଯଦି କୌଣସି ସାଥି ମିଳିଗଲା ତ ଭଲ କଥା ନହେଲେ ଏକୁଟିଆ ପଣ ଅପଣଙ୍କ ଜୀଵନରେ ଗୋଟେ ବୋଝ ହୋଇଯିବ ଯାହା ଆପଣ ଶାନ୍ତିରେ ବଂଚି ପାରିବେ ନାହିଁ।

Leave a Reply

Your email address will not be published. Required fields are marked *