February 12, 2025

Odia Express

Here, There and Everywhere

ଭାରତର ଏହି ଜେଲ ରେ କେବଳ ଜଣେ କଏଦୀ ରହିଥାଏ – କିନ୍ତୁ ତା ପାଇଁ ଖର୍ଚ ହୁଏ ଲକ୍ଷ ଲକ୍ଷ ଟଙ୍କା – ଜାଣିରଖନ୍ତୁ କଣ ପାପ କରିଥିଲେ ସେ…

ଆଜି ଆମେ ଆପଣଙ୍କ ଏକ ଏପରି ଜେଲ ବାବଦରେ କହିବୁ ଯାହା କି ସମୁଦ୍ର ମଝିରେ ଆବସ୍ତିତ ଆଉ ଏଥିରେ ମାତ୍ର ଜଣେ କଏଦୀ ରହୁଛି। ଆଜ୍ଞା ହଁ ଆପଣ ଠିକ ଶୁଣିଲେ କେବଳ ଗୋଟେ ହି କଏଦୀ ରହୁଛି ଏହି ଜେଲ ରେ। ଆଜି ଆମେ ଗୁଜୁରାଟ ର ଏକ ପ୍ରାନ୍ତ ରେ ଆବସ୍ତିତ ଏକ ଜେଲ କଥା କହୁଛୁ ଯେଉଁଠାରେ କି ଗୋଟେ ହି କଏଦୀ ରହୁଛି ଆଉ ତାହା ଏକ ବହୁତ ବଡ଼ ଜେଲ ଅଟେ। ତ ଅଧିକ ଡେରି ନ କରି ଆସନ୍ତୁ ଜାଣିବା ଏହି କାହାଣୀ ବାବଦରେ। ଆପଣମାନେ ଦେଶର କଏଦୀ ମାନଙ୍କ କଥା ତ ଜାଣି ହି ଥିବେ ଆଉ ଏହା ସହ ଏକଥା ବି ଜାଣିଥିବେ କି କଏଦୀ ମାନଙ୍କର ସଂଖ୍ୟା କେତେ ଅଧିକ ଆଉ ସେମାନଙ୍କ ପାଇଁ ପ୍ରହରୀ କେତେ କମ। ମାତ୍ର ଏଠାରେ ଏହି ଜେଲ ବାବଦରେ ଏକ ଅତ୍ୟନ୍ତ ଆକର୍ଷଣୀୟ କାହାଣୀ ଅଛି ଆଉ ଏହି ଜେଲ ରେ ବନ୍ଦ କଏଦୀ ବାବଦରେ ବି।

ଭାରତ ର କେନ୍ଦ୍ରଶାସିତ ଅଂଚଳ ଦିଉ ରେ ଏକ ଜେଲ ଅଛି ଯାହା କି ସମୁଦ୍ର ମଝିରେ ଆବସ୍ତିତ ଆଉ ତାହା ବହୁତ ସୁନ୍ଦର ଦେଖା ଯାଏ। ଏହାର କିଲ୍ଲା ପ୍ରାୟ ଶହ ଶହ ବର୍ଷ ପୁରୁଣା ଆଉ ତାହା ଅତ୍ୟନ୍ତ ସୁନ୍ଦର ଜାଗା ଅଟେ।ଏଠାରେ ଗୋଟେ କଏଦୀ ରହିଛି ଯାହାର ନାମ ହେଉଛି ଦୀପକ କାଞ୍ଜି। ସେ ଏଠାରେ ନିଜର ପତ୍ନୀ ଙ୍କୁ ବିଷ ଦେଇକି ମାରିବା କେସ ରେ ବନ୍ଦ ଅଛି। ଏହି ଜାଗା କୁ ଭାରତ ସରକାର ଏକ ତୁରିଷ୍ଟ ପ୍ଲେସ ବନେଇବାକୁ ଚେଷ୍ଟା କରୁଛି ତେଣୁ ଏହି ୩୦ ବର୍ଷୀୟ ଦୀପକ ବି ଏଠାରେ ଆଉ ବେସିଦିନ ରହିବେ ନାହିଁ।

ସେ ଏହି ସମ୍ପୂର୍ଣ ଜେଲ ରେ ଏକା ରହୁଛନ୍ତି ଆଉ ତାଙ୍କ ପ୍ରହରୀ ଦେବା ପାଇଁ ପ୍ରାୟ ୫ ଜଣ ଗାର୍ଡ ଅଛନ୍ତି। ଏହି ଜେଲ କୁ ପ୍ରାୟ ୨୦୧୩ ରେ ବନ୍ଦ କରିବା ପାଇଁ ଘୋଷଣା କରି ଦିଆ ଯାଇଥିଲା। ମାତ୍ର ଏଠାରେ ସେତେବେଳେ ପ୍ରାୟ ୭ ଜଣ କଏଦୀ ଥିଲେ ଯାହାଙ୍କ ଭିତରୁ ପ୍ରାୟ ୨ ଜଣ ମହିଳା ବି ଥିଲେ। ତାଙ୍କୁ ପରେ ପୁଣି ଗୁଜୁରାଟ ର ଅମରେଲି ଜେଲ କୁ ଶିଫ୍ଟ କରିଦିଆଗଲା। ଅମରେଳି ଜେଲ ଦିଉ ଠାରୁ ପ୍ରାୟ ୧୦୦ କିମି ଦୂରତା ରେ ଅଛି ଆଉ ଏହା ଏକ ତଟ ଦ୍ୱାରା ସଂଯୁକ୍ତ ଅଛି। ତା ପରେ ଅନ୍ୟ ଦୁଇଜଣ କଏଦୀ ଙ୍କର ସଜା ପୁରା ହେଇଗଲା। ତ ଏବେ ଜେଲ ରେ କେବଳ ଦୀପକ ହି ରହିଲେ। କୁହାଯାଏ କି ତାଙ୍କୁ ସମୟ ବିତେଇବା ପାଇଁ ବହୁତ କଷ୍ଟ ହୁଏ। ଏହା ବି ସାଧାରଣ କଥା କାରଣ କାହାକୁ ବି ସମୟ ବିତେଇବାକୁ ବହୁତ କଷ୍ଟ ହେବ। ଏଠାରେ ଦୀପକ ଏକା ନିଜର ସମୟ ଅତିବାହିତ କରୁଛନ୍ତି।

Leave a Reply

Your email address will not be published. Required fields are marked *