October 20, 2024

Odia Express

Here, There and Everywhere

ଫୁଲା ରୁଟି କେମିତି ବନେଇବେ? ରୁଟିକୁ ନରମ ଏବଂ ହାଲୁକା ବନାନ୍ତୁ ଏହି ଉପାୟରେ ଘରେ ସମସ୍ତେ ପ୍ରଶଂସା କରିବେ…

ଗହମରୁ ଆମେ ସାଧରଣତ ରୁଟି ବନାଇଥାଉ | ଅନେକ ଗୃହିଣୀ ମାନେ ଯେତେ ଚାହିଁଲେ ମଧ୍ୟ ଭଲ ରୁଟି ବନାଇ ପାରନ୍ତି ନାହିଁ। ରୁଟି କେତେବେଳେ ଭଲ ଫୁଲେ ନାହିଁ ତ କେତେବେଳେ ଟାଣ ହୁଏ। ଆଜି ଆମେ ଆପଣଙ୍କୁ କହିବୁ କିଛି ଏପରି ଟିପସ୍ ଆଉ ଉପାୟ ଯାହା ଦ୍ୱାରା ଆପଣ ମଧ୍ୟ ସୁସ୍ଵାଦୁ ରୁଟି ତିଆରି କରି ପାରିବେ। ଅନେକ ସମୟରେ ରୁଟି ଗୋଲ ହୁଏ ନାହିଁ ତେବେ ଆପଣ ରୁଟି କୁ ଏକ ମାର୍ବଲ ରେ ବେଲନ୍ତୁ। ସବୁଆଡୁ ସମାନ ଭାବରେ ଭଲସେ ବେଲନ୍ତୁ। ଯଦି ତଥାପି ରୁଟି ଗୋଲ ହେଉନାହିଁ ତେବେ ବେଲା ର ସାହାଯ୍ୟରେ କର ବର୍ଡର କୁ କଟିଦିଅନ୍ତୁ।

ଏହାତ ଗଲା ରୁଟି ର ଆକାର ବିଷୟରେ ଏବେ ଆମେ ଆପଣଙ୍କୁ କହିବୁ କିପରି ରୁଟି କୁ ଆପଣ ନରମ ଏବଂ ହାଲୁକା ବନେଇ ପାରିବେ। ଅଟା ସହ ଆପଣ ଯଦି ଅଳ୍ପ କିଛି ମଇଦା ମିଶାଇ ଚକଟନ୍ତି ତେବେ ରୁଟି ଭଲ ଆସିବ। ମଇଦା ନଥିଲେ ମଧ୍ୟ କୌଣସି ଅସୁବିଧା ନାହିଁ।ଆପଣ ଏହି ଜିନିଷ କୁ ଜାଣିଛନ୍ତି ଏବଂ ଦୈନଦିନ ବ୍ୟବହାର ମଧ୍ୟ କରନ୍ତି। ଏହାକୁ ରୁଟି ରେ ମିଶାଇବା ଦ୍ୱାରା ରୁଟି ଅଧିକ ସମୟ ପର୍ଯ୍ୟନ୍ତ ନରମ ରହିବ ଏବଂ ହାଲୁକା ମଧ୍ୟ ରହିବ। ତେବେ ଆପଣ ଅଟା ଗୋଳେଇବା ସମୟରେ ଯଦି ଏଥିରେ ଅଧ କପ ଗାଈ କ୍ଷୀର ମିସେଇବେ ତ ଆପଣ ଫରକ ଦେଖି ପରେ ଆପଣ ଜାଣିପାରିବେ। ଅଟା ଗୋଳେଇବା ସମୟରେ ଆପଣ ସେଥିରେ କ୍ଷୀର ମିଶାନ୍ତୁ ଏହାଦ୍ୱାରା ଏଥିରେ ନମ୍ରତା ରହିବ।

ଯଦି କ୍ଷୀର ନାହିଁ ତେବେ ଅଧ ଚାମଚ ଘିଅ କିମ୍ବା। ଅଧ ଚାମଚ ରିଫାଇନ ମିଶେଇ ପାରିବେ। ରୁଟିକୁ ଭଲକରି ତାୱା ରେ ସେକି ଦିଅନ୍ତୁ ଏହାପରେ ଏହାକୁ ଖାଲି ନିଆଁ ରେ ଫୁଲାନ୍ତୁ। ଏହା ଫୁଲିବା ପରେ ଏହାକୁ ହଟକେସ ବା ଟିଫିନ୍ ରେ ରଖି ଦିଅନ୍ତୁ। ଏହି ରୁଟି ଅଧିକ ସମୟ ନରମ ରହିବ ଓ ଖାଇବାକୁ ଟେଷ୍ଟ ମଧ୍ୟ ଆସିବ। ଏହି ଭଳି ଉପାୟରେ ଫାଇଭ ଷ୍ଟାର ହୋଟେଲ ରେ ରୋଷେଇ କରାଯାଇଥାଏ। ସେଥିପାଇଁ ସେହି ରୁଟି ଗୁଡିକ ଅଧିକ ସ୍ୱାଦିଷ୍ଟ ଲାଗିଥାଏ। ତେବେ ଆପଣ ଏହି ଉପାୟ କୁ ଥରେ ନିଶ୍ଚିତ ଟ୍ରାଏ କରି ଘରେ ଦେଖନ୍ତୁ ରୁଟି ପାଇଁ ଘରେ ପ୍ରଶଂସା ନିଶ୍ଚିତ ମିଳିବ।

Leave a Reply

Your email address will not be published. Required fields are marked *