October 23, 2024

Odia Express

Here, There and Everywhere

ମୁଷା ଙ୍କୁ ଘରୁ ତଡିବା ର ଏହା ସହଜ ଉପାୟ – ମୁଷା ଆପଣଙ୍କ ଘର କୁ କେବେ ଆସିବ ନାହିଁ…

ମୁଷା ଗୋଟିଏ ବିରକ୍ତି କର ପ୍ରାଣୀ ଅଟେ। ମୁଷା ଅନେକ ସମୟରେ ଖାଦ୍ୟ ଆଶା ରେ ଆମ ଘରକୁ ଆସେ ଏବଂ ଘରେ ଥିବା ଅନେକ ଜିନିଷ କୁ କାଟି ନଷ୍ଟ କରିଦିଏ। ମୁଷା ଆମ ଘରେ ଜରୁରୀ କାଗଜ ପତ୍ର, ଖାତା ବହି, ଲୁଗା ପଟା ଇତ୍ୟାଦି ଜିନିଷ ପତ୍ର ଗୁଡ଼ିକ କାଟିଦିଏ। ଯାହା କି ଆମ କୁ ହଇରାଣ କରିଥାଏ। ଏଣୁ ଆମକୁ ବହୁତ ହଇରାଣ ହେବାକୁ ପଡେ।ଘର ପ୍ରତି ହାନିକାରକ ଅଟେ। ଘରେ ସବୁ ଜିନିଷ କାଟି ନଷ୍ଟ କରିଦିଏ। କୁହନ୍ତି ମୁଷା ଘରେ ରହିଲେ ଗରିବି ଆସେ। ଅଧିକାଂଶ ପରିବାରର ମୂଷା ଥାଏ। ମୂଷା ଘରେ ଥିଲେ କ’ଣ ହୁଏ? ଏହା ଘରେ କୌଣସି ସଙ୍କଟ ସୃଷ୍ଟି କରେ ନା କିଛି ରୋଗ ବା ଜିନିଷ ନଷ୍ଟ କରେ ? କଳା ରଙ୍ଗର ମୂଷା ଘରେ ଥିଲେ ପ୍ଲେଗ ରୋଗ ହେବାର ସମ୍ଭାବନା ଥାଏ।

ଏହା ମଧ୍ୟ ବିଶ୍ୱାସ କରାଯାଏ ମୁଷା ଘରେ ଥିଲେ ଘର ପ୍ରତି ବିପତ୍ତି ଆସେ। ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ ଭାଇ ଭାଇ ଙ୍କ ମଧ୍ୟରେ ଭାଗ ବଣ୍ଟା ହେବାର ସମ୍ଭାବନା ଥାଏ। ଯେ ମୂଷାମାନେ ଧୀରେ ଧୀରେ ଆମ ଘରର ଶାନ୍ତି, ସମୃଦ୍ଧିକୁ ନଷ୍ଟ କରନ୍ତି । ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ ଯଦି ଘରେ ଥିବା କଳା ମୂଷା ଦିନରାତି ବହୁ ସଂଖ୍ୟାରେ ବୁଲନ୍ତି, ତେବେ ଏହା ବୁଝାପଡେ ଯେ କିଛି ରୋଗ କିମ୍ବା ଶତ୍ରୁ ଆକ୍ରମଣ କରିବାକୁ ଯାଉଛନ୍ତି। କୁହାଯାଏ ଯେ ଘରେ ମୂଷାଙ୍କ ଉପସ୍ଥିତି ରୋଗ ବ୍ୟାପିଥାଏ। ମୂଷା କାରଣରୁ ସଂକ୍ରମଣ ବ୍ୟାପିଥାଏ।

ମୂଷା ଯେଉଁଆଡେ ଯାଆନ୍ତି, ସେମାନେ ବସିଥିବା ଦ୍ରବ୍ୟ ଉପରେ ମଧ୍ୟ ରୋଗ ଛାଡିଥାନ୍ତି।ବାସ୍ତୁଶାସ୍ତ୍ରୀଙ୍କ ଅନୁଯାୟୀ, ଏକ ମୂଷା ନକାରାତ୍ମକ ଏବଂ ମୂର୍ଖ ଶକ୍ତିର ପ୍ରତୀକ ଭାବରେ ବିବେଚନା କରାଯାଏ।ମୂଷାଙ୍କ ଉପସ୍ଥିତି ଘରେ ଉପସ୍ଥିତ ଲୋକଙ୍କ ବୁଦ୍ଧି ମଧ୍ୟ ନଷ୍ଟ କରିଥାଏ।

ମୂଷା କୁ ଘରୁ ତଡିବାର ସହଜ ଉପାୟ :ଏକ କପ ନିଅନ୍ତୁ ଏଥିରେ ଚାରି ଚାମଚ ଅଟା ନିଅନ୍ତୁ ଏବଂ ଦୁଇ ଚାମଚ ଲଙ୍କା ଗୁଣ୍ଡ ମିଶେଇ ଦିଅନ୍ତୁ। ଏହି ଅନୁପାତରେ ଆପଣ ଘର ଅନୁସାରେ ପରିମାଣ ମଧ୍ୟ ବଢ଼େଇ ପାରିବେ। ଅଟା ଏବଂ ଲଙ୍କା ଗୁଣ୍ଡ କୁ ଭଲ ଭାବେ ମିସେଇବା ପରେ ଏହାକୁ ଗୋଟିଏ ପେପର୍ ବା କାଗଜ ଉପରେ ବିଛାଇ ଘରେ ମୁଷା ଆସୁଥିବା ସ୍ଥାନ ରେ ରଖିଦିଅନ୍ତୁ। ଧ୍ୟାନ ରଖନ୍ତୁ ଯେପରି ଏହା ଛୋଟ ପିଲା ଙ୍କ ପାଖକୁ ନଯିବ। ଏହି ମିଶ୍ରଣ କୁ ଆପଣ ମୁଷା ଆସୁଥିବା ପକା ରେ ମଧ୍ୟ ବିଛେଇ ପାରିବେ।

ମୁଷା ଙ୍କ ନାକ ବହୁତ ସେଂସିଟିବ ବା ସମ୍ବେଦନଶୀଳ ଅଟେ ଲଙ୍କା ଗୁଣ୍ଡ ଲାଗିବା ମାତ୍ରେ ଏହା ଏପରି ପୋଡିବ ଯେ ମୁଷା ଆପଣଙ୍କ ଘର ଛାଡ଼ି ଦୂରକୁ ପଳେଇବ। ଆପଣଙ୍କ ଘର କଥା ସ୍ୱପ୍ନ ରେ ମଧ୍ୟ ଭାବିବ ନାହିଁ।

Leave a Reply

Your email address will not be published. Required fields are marked *