October 21, 2024

Odia Express

Here, There and Everywhere

ଏହି କୃଷକ ଖୋଜି ବାହାର କରିଲେ ବିନା ବିଜୁଳିରେ ମୋବାଇଲ ଚାର୍ଜ କରିବାର ଅଦ୍ଭୁତ ଉପାୟ, ଜାଣନ୍ତୁ କିପରି କାମ କରେ ଏହି ଡିଭାଇସ…

ମୋବାଇଲ ଆମ ସମସ୍ତଙ୍କର ଜୀବନର ଏକ ମହତ୍ଵପୂର୍ଣ୍ଣ ଅଂଶ ଅଟେ। ଆଜିର ଯୁଗରେ ଆମେ ବିନା ମୋବାଇଲକୁ ଚେକ କରି ଏକ ଘଣ୍ଟା ମଧ୍ୟ ବିତାଇ ପାରିବୁ ନାହିଁ। ଏହି ମୋବାଇଲ ନା କେବଳ ଆମକୁ କଥା ହେବାର ସୁବିଧା ପ୍ରଦାନ କରେ ପରନ୍ତୁ ଆପଣଙ୍କ ଏକ ଟଚ ଦ୍ଵାରା ସାରା ଦୁନିଆର ଖବର ଏଥିରେ ଇଣ୍ଟରନେଟ ଜରିଆରେ ଆସିଯାଏ। ତା ସହିତ ସୋସିଆଲ ମିଡିଆ ଏବଂ ହ୍ଵାଟସଆପ ଭଳି ଜିନିଷ ବଢୁଥିବା ଚଳଣି ମୋବାଇଲର ଉପଯୋଗକୁ ଆହୁରି ବଢେଇଦେଉଛି। ଏମିତିରେ ସବୁଠାରୁ ବଡ ସମସ୍ୟା ସେତେବେଳେ ଆସେ ଯେବେ ମୋବାଇଲର ବ୍ୟାଟେରୀ ସରିଯାଏ। ଏବେ ଆପଣ ଘରେ କିମ୍ବା ଅଫିସରେ ତ ଥରେ ଇଲେକ୍ଟ୍ରିକ ପଏଣ୍ଟ ଖୋଜି ମୋବାଇଲ ଚାର୍ଜ କରିପାରିବେ କିନ୍ତୁ ଯଦି ଆପଣ ଘର ଠାରୁ ଦୂରରେ ବହୁତ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଛନ୍ତି ଏବଂ ଆଖପାଖରେ କେଉଁଠାରେ ମୋବାଇଲ ଚାର୍ଜିଙ୍ଗର ସୁବିଧା ମଧ୍ୟ ନାହିଁ ତ ବହୁତ ଅସୁବିଧା ହୋଇଥାଏ। ଏପରି ପରିସ୍ଥିତିରେ ଜଣେ ସାଧାରଣ ବ୍ୟକ୍ତି ହାତରେ ହାତ ଦେଇ ବସିଯାଏ ଏବଂ ହାର ମାନିଯାଏ। କିମ୍ବା ପୁଣି କୌଣସି ଧନୀ ବ୍ୟକ୍ତି ନିଜ ସହିତ ଅତିରିକ୍ତ ମୋବାଇଲ ରଖନ୍ତି ।

କିନ୍ତୁ ଆପଣଙ୍କୁ ଜାଣିକି ଆଶ୍ଚର୍ଯ୍ୟ ଲାଗିବ ଯେ ଏହି ପରିସ୍ଥିତିର ମୁକାବିଲା କରିବା ପାଇଁ ଜଣେ କୃଷକ ବହୁତ ଅଦ୍ଭୁତ ଉପାୟ ଖୋଜି ବାହାର କରିଛନ୍ତି। ପ୍ରକୃତରେ ଏହି ଘଟଣା ଟି ୨୦୧୮ ରେ ହେଇଥିଲା | 40ହଜାର କୃଷକ ନାସିକ ରୁ ନେଇ ମୁମ୍ବାଇ ପର୍ଯ୍ୟନ୍ତ ଏକ ରାଲି ବାହାର କରିଥିଲେ। ଏହି ରାଲି ନିଜର ଦାବି ପୂରଣ କରିବା ପାଇଁ ଏକ ଶାନ୍ତ ପ୍ରଦର୍ଶନ ଥିଲା। ଏହାର ଅନ୍ତର୍ଗତ କୃଷକ ଋଣ କମ କରିବା, ଅଧିକ ବିଜୁଳି ବିଲରେ କିଛି ଆଶ୍ଵସ୍ତି ଏବଂ ସରକାର ଦ୍ଵାରା କରାଯାଇଥିବା ପ୍ରତିଶ୍ରୁତି ପୂରଣ କରିବାର ଦାବି କରୁଥିଲେ ।

ଏହି ରାଲି ନିମନ୍ତେ ସେମାନେ ନାସିକରୁ ନେଇ ମୁମ୍ବାଇ ପର୍ଯ୍ୟନ୍ତ 180କିଲୋମିଟର ଯାତ୍ରା ଚାଲି ଚାଲି କରିଥିଲେ । ଯେଉଁଠାରେ ଗୋଟିଏ ତରଫରେ ସମସ୍ତଙ୍କର ଦ୍ରୁଷ୍ଟି ଏହି କୃଷକ ରାଲି ଏବଂ ତାଙ୍କର ଦାବି ଉପରେ ଥିଲା ସେଠାରେ ଆମେ ଏମାନଙ୍କ ମଧ୍ୟରେ ଏକ ରୋଚକ କଥା ନୋଟିସ କରିଥିଲୁ। ପ୍ରକୃତରେ ଏହି ରାଲିରେ ଜଣେ କୃଷକ କିଛି ଅଦ୍ଭୁତ ଗାଜେଟ ପିନ୍ଧିଥିଲେ। ତାହାକୁ ଦେଖିବା ଦ୍ଵାରା ଏପରି ଲାଗୁଥିଲା ଯେପରି ନିଜର ମୁଣ୍ଡ ଉପରେ ତାର ଜଡିତ ଏକ ଟାବ୍ଲେଟ ରଖାଯାଇଛି ।

ଯଦିଓ ଯେବେ ଆମେ ପାଖକୁ ଯାଇ ସେହି କୃଷକଙ୍କୁ ଏହା ବିଷୟରେ ପଚାରିଲୁ ତ ଜଣା ପଡିଲା ଯେ ସେ ଏହି ଗାଜେଟର ସହାୟତାରେ ନିଜର ମୋବାଇଲ ଚାର୍ଜ କରୁଥିଲେ । ପ୍ରକୃତରେ ସେ ନିଜର ମୁଣ୍ଡରେ ଏକ ସୋଲାର ପ୍ୟାନେଲ ରଖିଥିଲେ। ଏହି ସୋଲାର ପ୍ୟାନେଲ ସୂର୍ଯ୍ୟଙ୍କ ଠାରୁ ବାହାରୁଥିବା ରଶ୍ମିକୁ ଗ୍ରହଣ କରିନେଉଥିଲା ଏବଂ ତାପରେ ଏହି ଶକ୍ତି ଦ୍ଵାରା ମୋବାଇଲର ବ୍ୟାଟେରୀ ଚାର୍ଜ ହେଉଥିଲା। ଏହା ବହୁତ ଆଶ୍ଚର୍ଯ୍ୟଜନକ କଥା ଥିଲା ଯେ ଆମେ ଶିକ୍ଷିତ ଲୋକମାନଙ୍କ ଠାରୁ ଅଧିକ ଏହି କମ ଶିକ୍ଷିତ କୃଷକ ସୋଲାର ଶକ୍ତି ବିଷୟରେ ଅଧିକ ଜାଣନ୍ତି। ଆମେମାନେ ତ କେବଳ ପୁସ୍ତକ ଜ୍ଞାନ ପ୍ରାପ୍ତ କରୁଛୁ କିନ୍ତୁ ଏହି କୃଷକ ତ ପରିସ୍ଥିତି ଆଧାରରେ ଏହାର ପ୍ରାକ୍ଟିକାଲ ମଧ୍ୟ କରିପାରିଛନ୍ତି । ଖାସ କଥା ଏହା ଥିଲା ଯେ ଏହି କୃଷକ କେବଳ ନିଜର ମୋବାଇଲ ଚାର୍ଜ କରୁନଥିଲେ ପରନ୍ତୁ ସେ ନିଜ ସହିତ ଥିବା ସାଥି ମାନଙ୍କର ମଧ୍ୟ ଏହି ସୋଲାର ପ୍ୟାନେଲ ଦ୍ଵାରା ମୋବାଇଲ ଚାର୍ଜ କରୁଥିଲେ ।

ଏହି ମାମଲା କୃଷକଙ୍କର ପ୍ରଦର୍ଶନ ଏବଂ ତାଙ୍କର ଦାବି ଠାରୁ ସଂପୂର୍ଣ୍ଣ ଭିନ୍ନ ଅଟେ ଏବଂ ସାଧାରଣ ଘଟଣା ଥିଲା କିନ୍ତୁ ତଥାପି ଏହା ଆମ ସହରରେ ରହୁଥିବା ଲୋକଙ୍କ ଶିକ୍ଷା ଦେଇଥାଏ ଯେ ଟେକ୍ନୋଲୋଜି ଉପରେ ନିର୍ଭର କରିବା କିମ୍ବା ତାହାକୁ ଘୋଷିବା ବଦଳରେ ତାହାକୁ ହୃଦବୋଧ କରିବା ମଧ୍ୟ ବହୁତ ଆବଶ୍ୟକ ଅଟେ। ତେବେ ସମୟ ଆସିବା ବେଳେ ଆମେ ଏହାର ସଠିକ ବ୍ୟବହାର କରିପାରିବା ।

Leave a Reply

Your email address will not be published. Required fields are marked *