ଯଦି ଆପଣ ଏହି ଭଳି ମଥାରେ ଲଗେଇଛନ୍ତି ସିନ୍ଦୁର ତେବେ ଆପଣ ନିଜ ସ୍ଵାମୀଙ୍କ ପ୍ରାଣକୁ ବିପଦରେ ପକାଉଛନ୍ତି ଆପଣ..

ହିନ୍ଦୁ ଧର୍ମ ସଂପୂର୍ଣ୍ଣ ରୂପେ ସଂସ୍କୃତି ଏବଂ ପରମ୍ପରା ଉପରେ ନିର୍ଭରଶୀଳ। ହିନ୍ଦୁ ଧର୍ମଏ ଅନେକ ଏଭଳି ପ୍ରାଚୀନ ପରମ୍ପରା ମାନ ରହିଛି ଯାହା ଯୁଗ ଯୁଗରୁ ଚାଲିଆସୁଛି ଏବଂ ଯାହାର ପାଳନ ଲୋକମାନେ ଆଜି ମଧ୍ୟ କରୁଛନ୍ତି । କୁହାଯାଏ ଯେ ଏହି ପ୍ରାଚୀନ ପରମ୍ପରା କାରଣରୁ ଭାରତ ସାରା ଦୁନିଆରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିଛି । ହିନ୍ଦୁ ଧର୍ମର କିଛି ପ୍ରାଚୀନ ପରମ୍ପରାର ବୈଜ୍ଞାନିକ ମହତ୍ଵ ମଧ୍ୟ ରହିଛି । ଯଦୀପ ବହୁତ କମ ଲୋକ ଅଛନ୍ତି ଯେଉଁମାନେ ଏହାର ବୈଜ୍ଞାନିକ ମହତ୍ଵ ବିଷୟରେ ଜାଣନ୍ତି। ଅଧିକତର ଲୋକେ ଏହାକୁ ରୁଢିବାଦୀ ପରମ୍ପରା ହିସାବରେ ଦେଖନ୍ତି ।
ଏଥିମଧ୍ୟରୁ ଗୋଟିଏ ଅଟେ ହିନ୍ଦୁ ଧର୍ମର ବିବାହିତା ମହିଳାଙ୍କର ସିନ୍ଦୁର ଲଗେଇବା। ପ୍ରାୟତଃ ଆପଣ ହିନ୍ଦୁ ଧର୍ମର ସମସ୍ତ ବିବାହିତା ନାରୀ ମାନଙ୍କୁ ସିନ୍ଦୁର ଲଗାଉଥିବାର ଦେଖିଥ୍ହିବେ। ହିନ୍ଦୁ ଧର୍ମରେ ସିନ୍ଦୁରକୁ ସୁହାଗିନୀର ପ୍ରତୀକ ରୂପରେ ମାନ୍ୟତା ଦିଆଯାଇଛି। ହିନ୍ଦୁ ଧର୍ମଶାସ୍ତ୍ରରେ ସଇନ୍ଦୁ ଲଗେଇବାକୁ ନେଇ ଅନେକ ନିୟମ କୁହାଯାଇଛି। ଏସମ୍ବନ୍ଧିତ ଅନେକ କଥାର ବର୍ଣ୍ଣନ କରାଯାଇଛି। ଯାହାର ପାଳନ କରିବା ଦ୍ଵାରା ମହିଳାଙ୍କର ସହିତ ତାଙ୍କ ପରିବାରକୁ ବହୁତ ଲାଭ ମିଳିଥାଏ। ଯେଉଁ ମହିଳାମାନେ ଏହାର ପାଳନ କରନ୍ତି ନାହିଁ, ତାଙ୍କ ଜୀବନରେ ଅନେକ ପ୍ରକାରର ବିଘ୍ନ ଆସିବାର ଆଶଙ୍କା ବୃଦ୍ଧିପାଏ ।
ଜ୍ୟୋତିଷାଚାର୍ଜ୍ୟ ମନୀଷ ଶର୍ମାଙ୍କ ଅନୁଯାୟୀ ଯଦି ନାରୀମାନେ ସଠିକ ରୂପରେ ନିଜର ମଥାରେ ସିନ୍ଦୁର ଲଗାନ୍ତି ତେବେ ଏହାଦ୍ୱାରା ନକରାତ୍ମକ ଶକ୍ତି ଦୂରରେ ରହନ୍ତି। ଏହାଦ୍ୱାରା ଘରେ ସୁଖଶାନ୍ତି ରହିଥାଏ ତାସହ ସ୍ଵାମୀଙ୍କର ଆୟୁଷ ଦୀର୍ଘ ହୋଇଥାଏ। ମନୀଷ ଶର୍ମାଙ୍କ ଅନୁଯାୟୀ ସିନ୍ଦୁର ଲଗେଇବା ସମୟରେ ମହିଳା ମାନଙ୍କୁ ଶାସ୍ତ୍ରରେ କୁହାଯାଇଥିବା କଥା ସବୁ ମାନିବା ଉଚିତ। ଏପରି ନକରିବା ଦ୍ଵାରା ମହିଳାଙ୍କର ସ୍ଵାମୀଙ୍କୁ ଧନ ସମ୍ବନ୍ଧୀୟ ବାଧାର ସମ୍ମୁଖୀନ ହେବାକୁ ପଡିଥାଏ। ଏହା ସହିତ ସ୍ଵାମୀଙ୍କର ଆୟୁଷ ଉପରେ ମଧ୍ୟ ଖରାପ ପ୍ରଭାବ ପଡିଥାଏ। ଆଜି ଆମେ ଆପଣଙ୍କୁ ସିନ୍ଦୁର ଲଗେଇବା ସମୟରେ ଧ୍ୟାନ ଯୋଗ୍ୟ କଥା ବିଷୟରେ ଜଣେଇବୁ ।
ସିନ୍ଦୁର ଲଗେଇବା ସମୟରେ ପ୍ରତ୍ୟେକ ମହିଳା ଧ୍ୟାନ ରଖନ୍ତୁ ଏକଥା:
– ଭୁଲରେ ମଧ୍ୟ ବିବାହିତା ମହିଳା କୌଣସି ଅନ୍ୟ ମହିଳାଙ୍କର ସିନ୍ଦୁର ନିଜ ସିନ୍ଥିରେ ଲଗାନ୍ତୁ ନାହିଁ । ଏହା ଅଶୁଭ ହୋଇଥାଏ। ଏହାଦ୍ୱାରା ସ୍ଵାମୀଙ୍କୁ ଧନ ସମ୍ବନ୍ଧୀୟ ହାନିର ସମ୍ମୁଖୀନ ହେବାକୁ ପଡିଥାଏ ।
– ବିବାହିତା ମହିଳାଙ୍କୁ ସବୁବେଳେ ନିଜର ଟଙ୍କାରେ ହିଁ ସିନ୍ଦୁର କିଣିବା ଉଚିତ। କୌଣସି ଅନ୍ୟ ମହିଳାଙ୍କ ଟଙ୍କାରେ କିଣା ଯାଇଥିବା ସିନ୍ଦୁର ଲଗେଇବା ଉଚିତ ନୁହେଁ ।
– ଯଦି କୌଣସି ବ୍ୟକ୍ତି କିମ୍ବା ମହିଳା ଆପଣଙ୍କୁ ଉପହାରରେ ସିନ୍ଦୁର ଦେଉଛନ୍ତି ତ ତାହାର ବ୍ୟବହାର କରିବା ଉଚିତ ନୁହେଁ । ଏହା ମଧ୍ୟ ଅଶୁଭ ହୋଇଥାଏ ।
ଯେଉଁ ମହିଳାମାନେ ଧର୍ମଶାସ୍ତ୍ରର ଏହି କଥା ସମୂହର ପାଳନ କରନ୍ତି , ତାଙ୍କ ଜୀବନରେ ଏବଂ ତାଙ୍କ ସ୍ଵାମୀଙ୍କ ଜୀବନରେ କୌଣସି ପ୍ରକାରର ବିଘ୍ନ ଆସେ ନାହିଁ । ଏହାର ବିପରୀତ ଯେଉଁ ମହିଳାମାନେ ଧର୍ମଶାସ୍ତ୍ରର ଏହି କଥାକୁ ପରିହାସ ଭାବି ଏପରି କରନ୍ତି ନାହିଁ , ତାଙ୍କ ଜୀବନରେ ବାଧାବିଘ୍ନର ପ୍ରବେଶ ହୁଏ ଏବଂ ତାଙ୍କର ଜୀବନ ଦୁଃଖରେ ପୂର୍ଣ୍ଣ ହୋଇଯାଏ ।