October 23, 2024

Odia Express

Here, There and Everywhere

ନିଛାଟିଆ ଜଙ୍ଗଲ ମଝିରେ ନିର୍ମିତ ଏହି ସ୍ଥାନକୁ କୁଡିଆ ଭାବି ଭିତରକୁ ପଶିଲେ ରେଞ୍ଜର ଏବଂ ପୁଣି ଯାହା ହେଲା….

ପ୍ରକୃତିର ଦୃଶ୍ୟ ବହୁତ ସୁନ୍ଦର ଏବଂ ରହସ୍ୟ ପୂର୍ଣ୍ଣ ହୋଇଥାଏ। ପ୍ରକୃତି ଆଜି ମଧ୍ୟ ଲୋକଙ୍କ ନିମନ୍ତେ ରହସ୍ୟ ବନିରହିଛି। ଏତେ କୌଶଳର ବିକାଶ ହେବା ସତ୍ବେ ମଧ୍ୟ ପ୍ରକୃତିର ଅନେକ ରହସ୍ୟ ଉପରୁ ପରଦା ଉଠା ଯାଇପାରିନାହିଁ । ପ୍ରକୃତି ମନୁଷ୍ୟ ଙ୍କ ନିମନ୍ତେ ଜଙ୍ଗଲ, ନଦୀ, ଏବଂ ପାହାଡ ଦେଇଛି। ଆଜି ମନୁଷ୍ୟ ଏମାନଙ୍କ ସାହାଯ୍ୟରେ ନିଜର ଜୀବନ ବିତାଉଚି । କିନ୍ତୁ ଅନେକ ସମୟରେ ପ୍ରକୃତି ସହିତ ଖେଳିଥାଏ , ଯାହାର ଭୟାନକ ପରିଣାମ ହୋଇଥାଏ । ଯଦିଓ ଆଜି ଆମେ ଆପଣଙ୍କୁ ପ୍ରକୃତିର ଭୟାନକ ପରିଣାମ ବିଷୟରେ କହିବୁ ନାହିଁ ।

ସଂପୂର୍ଣ୍ଣ ପୃଥିବୀ ଉପରେ ଜଙ୍ଗଲ ରହିଛି । ଜଙ୍ଗଲ ମାନଙ୍କରେ ହିଁ ଆମକୁ ଶୁଦ୍ଧ ପବନ ଏବଂ ଜୀବନର ଅନେକ ଅନ୍ୟ ଉପଯୋଗୀ ଜିନିଷ ମିଳିଥାଏ । ଆଜି ଆମେ ଆପଣଙ୍କୁ ଜଙ୍ଗଲର ଏକ ଅଦ୍ଭୁତ ଘଟଣା ବିଷୟରେ କହିବାକୁ ଯାଉଛୁ । ଆମେ କହୁଛୁ କାଲିଫର୍ଣ୍ଣିଆର ଅର୍କଟା ଜଙ୍ଗଲର । ଏହି ସମୟ ଏହି ଜଙ୍ଗଲରେ ତିଆରି ହୋଇଥିବା ଏକ କୁଡିଆ ଲୋକଙ୍କ ନିମନ୍ତେ ରହସ୍ୟମୟ ହୋଇଛି । ପୁରା ଆମେରିକାରେ ଏହି କୁଡିଆ ବିଷୟରେ ଚର୍ଚ୍ଚା କରାଯାଉଛି । କଣ ରହସ୍ୟ ଅଛି ଏହି କୁଡିଆରେ ଆସନ୍ତୁ ଜାଣିବା ।

ପ୍ରକୃତରେ କିଛି ଦିନ ପୂର୍ବରୁ ଏକ ରେଞ୍ଜରଙ୍କର ସାମ୍ନା ଏଠାରେ ଏଭଳି ଜିନିଷ ସହିତ ହେଲା, ଯାହାର ସେ କେବେ କଳ୍ପନା କରିନଥିଲେ। ଅନେକ ବର୍ଷରୁ ଜଙ୍ଗଲରେ ରହି କାମ କରୁଥିବା ମର୍କ ଆନ୍ଦ୍ରେ ଦିନେ ଜଙ୍ଗଲରେ କଟାଜାଇଥିବା ଗଛରେ ଦାଗ ଦେବାକୁ ଜଙ୍ଗଲ ଭିତରକୁ ପଶିଲେ। ସେଠାରେ ସେ ଏକ କୁଡିଆ ଦେଖିଲେ, ଯାହାକୁ ଦେଖି ସେ ଆଶ୍ଚର୍ଯ୍ୟରେ ପଡିଗଲେ। ସେ ଜଙ୍ଗଲ ମଝିରେ ନିସ୍ତବ୍ଧ କୁଡିଆ ଦେଖି ତାଙ୍କର ବିଶ୍ବାସ ହେଲା ନାହିଁ । ରେଞ୍ଜର କହିଲେ ଯେ ଯେବେ ସେ କିଛି ଦିନ ପୂର୍ବରୁ ଜଙ୍ଗଲକୁ ଆସିଥିଲେ ତ ଏହି କୁଡିଆ ସେଠାରେ ନଥିଲା । କିଛି ଦିନ ପରେ ଯେବେ ସେ ପ୍ରତ୍ୟାବର୍ତ୍ତନ କଲେ ତ ସେହି କୁଡିଆକୁ ଦେଖିଲେ ।

ଯେବେ ରେଞ୍ଜର ସାହସ କରି କୁଡିଆ ଭିତରକୁ ଗେଲ ତ ସେଠାକାର ଦୃଶ୍ୟ ଦେଖି ବିସ୍ମିତ ହୋଇଗଲେ। ଯେବେ ସେ କୁଡିଆ ଭିତରକୁ ଗଲେ ତ ସେ ଦେଖିଲେ ଯେ ସେଠାରେ ଏକ ଭବ୍ୟ ଘର ଭଳି ସମସ୍ତ ଉପକରଣ ମହଜୁଦ ଥିଲା। ସେ ଏହି ରହସ୍ୟ ବୁଝିପାରିଲେ ନାହିଁ ଯେ କିଏ ଏଭଳି ଭୟଙ୍କର ଏବଂ ନିଶୁନ ଜଙ୍ଗଲରେ ରହିବାକୁ ଚାହୁଁଛି ।

ଯେବେ କୁଡିଆର ତଲାସି ନେଲେ ତ ସେ ମାସାଧିକ କାଳ ଜୀବିତ ରହିବାର ଜିନିଷ ଦେଖିବାକୁ ପାଇଲେ । ଶେଷ୍ଟରେ ବଡ ବଡ ସୋଫା ଏବଂ ଟାଇପରାଇଟର ମଧ୍ୟ ଥିଲା। ରେଞ୍ଜର ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଜଣେଇଲେ ଯେ ଘରର ଜିନିଷ ସବୁ ଦେଖି ଏଭଳି ଲାଗୁଥିଲା ଯେ ଏଠାରେ କୌଣସି ସନ୍ଦେହୀ ବ୍ୟକ୍ତି ରହୁଛନ୍ତି ।

ଘର ଭିତରୁ ଏକ ତାଲିକା ମିଳିଲା, ଯାହା ଉପରେ ପ୍ରତିଦିନର କାମର ସୂଚନା ଥିଲା ଏବଂ ଘରର ମରାମତି ବିଷୟରେ ଲେଖାଯାଇଥିଲା । ବାହାରୁ ହୁଏତ ଏହା ଏକ କୁଡିଆ ଭଳି ଦେଖାଯାଉଥିଲା କିନ୍ତୁ ଏହା ଏକ ଶକ୍ତ କଂକ୍ରିଟ ନିର୍ମିତ ତିଆରି କରଯାଇଥିଲା । ଏହାକୁ ଏଭଳି ପ୍ରକାରେ ତିଆରି କରଯାଇଥିଲା ଯେ ଏହା କାହାକୁ ସହଜରେ ଦୃଶ୍ୟ ହେବ ନାହିଁ । କାହାକୁ ଦେଖିନପାରି  ରେଞ୍ଜର ଘର ଭିତରେ ଏକ ତାଲିକା ଛାଡିଦେଲେ , ଯାହା ଉପରେ ଲେଖିଲେ ଯେ ଏହି ପ୍ରକାର ପବ୍ଲିକ ପ୍ରପର୍ଟିରେ କ୍ୟାମ୍ପିଙ୍ଗ କରିବା ବେଆଇନ ଅଟେ । ଏହାର କିଛି ପରେ ଯେବେ ରେଞ୍ଜର ନିଜର ଦଳ ସହିତ ସେଠାରେ ପହଞ୍ଚିଲେ ତ କୁଡିଆ ସେଠାରୁ ଗାୟବ ହୋଇଯାଇଥିଲା। ରେଞ୍ଜର କହିଲେ ଯେ କୁଡିଆ ହଟେଇବା ପରେ ଏତେ ସଫା କରାଗଲା ଯେ ଏହା ଜଣା ପଡିବ ନାହିଁ ଯେ ଏଠାରେ କେହି ରହୁଥିଲା। ଏଠାରେ ଗୋଟିଏ କଣ୍ଟା ମଧ୍ୟ ଛାଡି ନଥିଲେ ।

Leave a Reply

Your email address will not be published. Required fields are marked *