June 23, 2025

Odia Express

Here, There and Everywhere

ଦିନରେ ମାତ୍ର ଥରେ ସେବନ କରନ୍ତୁ – ବାତ ରୋଗ, ଗଣ୍ଠି ରୋଗ, କ୍ୟାଲସିୟମ ର ଅଭାବ ଏବଂ ଦୁର୍ବଳତା ରୁ ମୁକ୍ତି ପାଆନ୍ତୁ

ଟଙ୍କା ରୋଜଗାର କରିବା ରେ ବ୍ୟସ୍ତ ରହି ଆମେ ନିଜର ଶରୀର ର ଯତ୍ନ ନେବା ଭୁଲି ଯାଉଛନ୍ତି। ଏହା ଦ୍ବାରା ସମୟ ଅନୁସାରେ ଆମ ଶରୀର ଦୁର୍ବଳ ହୋଇଯାଉଅଛି। ପୃଷ୍ଟିସାର ଅଭାବରୁ ଆମ ଶରୀର ର ହାଡ଼ ଗୁଡ଼ିକ ଦୁର୍ବଳ ହୋଇଯାଇଥାଏ, ମାଂସପେଶୀ ଗୁଡ଼ିକ ଦୁର୍ବଳ, ଗଣ୍ଠି ବ୍ୟଥା ଇତ୍ୟାଦି ରୋଗ ର ସମ୍ମୁଖୀନ ହୋଇଥାନ୍ତି। ଏହିପରି ଶରୀର ରେ ବାତ ରୋଗ ର ଏପରି ବୃଦ୍ଧି ଘଟିଥାଏ ଯେ,ଚାଲିବା ବୁଲିବା ତ ଦୂରର କଥା ବସିବା ଉଠିବା ମଧ୍ୟ କଷ୍ଟକର ହୋଇଯାଏ। ଏହି ସବୁ ରୋଗ ଗୁଡ଼ିକ ରୁ ମୁକ୍ତି ପାଇବା ପାଇଁ ମୁଁ ଆପଣ ଙ୍କୁ ଏକ ଉପାୟ କହିବାକୁ ଯାଉଅଛି। ତେବେ ଚାଲନ୍ତୁ ଜାଣିବା ତାହା କଣ। ପ୍ରଥମେ ଆପଣ ଏକ ଗ୍ଲାସରେ କଞ୍ଚା ଦୁଗ୍ଧ ନିଅନ୍ତୁ ଏବଂ ଏହାକୁ ଆପଣ ଅଳ୍ପ ତାପମାତ୍ରାରେ ଗରମ କରନ୍ତୁ। ଏହି ଦୁଗ୍ଧ ଗରମ ହୋଇ ଆସିଲେ , ସେଥିରେ ଲବଙ୍ଗ ଏବଂ ଜିରା ପକାନ୍ତୁ।

ଜିରା ଆମ ଶରୀର ରେ ରକ୍ତ ସଞ୍ଚାଳନରେ ସାହାଯ୍ୟ କରିଥାଏ ଏବଂ ରକ୍ତକୁ ଶୁଦ୍ଧ କରିଥାଏ। ଯଦି କୌଣସି ବ୍ୟକ୍ତି ଙ୍କ ର ଛାତି ପୋଡ଼ିବା କିମ୍ବା ଉଚ୍ଚ ରକ୍ତଚାପ ଥାଏ, ତେବେ ଆପଣ ଗରମ ଦୁଗ୍ଧ ରେ ଏକ ଚାମଚ ଜିରା ଏବଂ ଦୁଇଟି ଲବଙ୍ଗ ପକାଇ ଗୋଳାଇ ଦିଅନ୍ତୁ। ଏହା ଛଡ଼ା ଆପଣ ସେଥିରେ ଡ଼ାଲିଚିନି ମିଶାନ୍ତୁ। ଅଦାକୁ ଛେଚି ତାହାର ଅଧା ଚାମଚ ସେଥିରେ ପକାନ୍ତୁ। ଏହା ପରେ ଆପଣ ଏହି ଦୁଗ୍ଧ କୁ ଗରମ କରି ଦିଅନ୍ତୁ। ଏହାକୁ ସେବନ କରିବା ଦ୍ୱାରା ଦୁର୍ବଳ ହାଡ଼, ଗଣ୍ଠି ଯନ୍ତ୍ରଣା, ଅଣ୍ଟା ଏବଂ ପିଠି ବିନ୍ଧିବା ଇତ୍ୟାଦି ରୋଗରୁ ମୁକ୍ତି ପାଇପାରିବେ କିନ୍ତୁ ମନେ ରଖନ୍ତୁ ଏହି ଦୁଗ୍ଧ ଗରମ ହେବା ପରେ ଏହା କୁ ଛାଣି ଦିଅନ୍ତୁ ଏବଂ ଉଷୁମ ଥିବା ଅବସ୍ଥାରେ ପିଅନ୍ତୁ। ଯଦି ଆପଣ ଏହା କୁ ଥଣ୍ଡା କରି ପିଇବେ ,ତେବେ ଆପଣଙ୍କୁ ଏହାର କୌଣସି ସଫଳତା ମିଳିବ ନାହିଁ। ଏହାକୁ ଆପଣ ଶୋଇବା ପୂର୍ବରୁ ଏବଂ ଖାଇ ସରିବା ପରେ ପିଇବା ଆବଶ୍ୟକ।

ଯଦି ଆପଣ ଏହାକୁ ସକାଳେ ପିଇବା ପାଇଁ ଚାହୁଛନ୍ତି, ଏହାକୁ ଜଳଖିଆ ଖାଇବା ସହ ପିଇ ପାରିବେ। ଆପଣଙ୍କୁ ଯଦି ମିଠା ପସନ୍ଦ ତେବେ ଆପଣ ଏହା ସହ ଗୁଡ଼ ମିଶାଇ ପିଇ ପାରିବେ କିମ୍ବା ମିଶ୍ରିର ବ୍ୟବହାର କରିପାରିବେ। ଏହା କୁ ଆପଣ ସପ୍ତାହ ରେ ତିନି ଥର କରିବା ଆବଶ୍ୟକ।ଏହା ଦ୍ବାରା ଆପଣଙ୍କ ଶରୀର ଶକ୍ତ ହେବ ଏବଂ ସବୁ ପ୍ରକାର କଷ୍ଟ ରୁ ମୁକ୍ତି ପାଇ ପାରିବେ। ଯଦି ଆପଣଙ୍କ ପରିବାରରେ କେହି ବୟସ୍କ ବ୍ୟକ୍ତି ଅଛନ୍ତି , ତେବେ ଆପଣ ଏହା ନିଶ୍ଚୟ ତାଙ୍କୁ ସେବନ କରିବାକୁ ଦିଅନ୍ତୁ। ଏହା ଦ୍ବାରା ସେ ଏହି ସବୁ ରୋଗରୁ ମୁକ୍ତି ପାଇ ପାରିବେ ଏବଂ ସୁସ୍ଥ ଅନୁଭବ କରିବେ। ଯେଉଁ ଲୋକ ମାନେ ଭଲରେ ଚାଲି ପାରୁନାହାନ୍ତି, ସେମାନେ ଯଦି ଏହାକୁ ସେବନ କରନ୍ତି, ତେବେ ସେମାନେ ନିଜର କାମ ସୁଚାରୁ ରୂପେ କରିପାରିବେ।

Leave a Reply

Your email address will not be published. Required fields are marked *