October 28, 2024

Odia Express

Here, There and Everywhere

ଗୋଟିଏ ରାତିରେ ଗୋଇଠୀ ଫାଟିବାରୁ ମୁକ୍ତି ପାଆନ୍ତୁ – ନିଶ୍ଚୟ ଆଜି ରାତିରୁ ଆପଣାନ୍ତୁ ଏହି ଉପାୟ..

ଏକ ସରଳ ଉପାୟ ଆପଣ ମାନଙ୍କ ପାଇଁ ଆଜି ଆଣିଛୁ। ଯାହା ଫଳରେ ଆପଣ ଗୋଟିଏ ରାତିରେ ଗୋଇଠୀ ଫାଟିବା ଭଳି ଚିନ୍ତାପୂର୍ବ ସମସ୍ୟାରୁ ମୁକ୍ତି ପାଇପାରିବେ। ଗୋଇଠି ଫାଟିବା ସାଧାରଣତଃ ଶୀତ ଦିନରେ ହୋଇଥାଏ।ଆମ ଗୋଇଠି ସାଧାରଣତଃ ଶରୀର ଆରେ ଜଳର ଅଭାବ ହେତୁ ହୋଇଥାଏ।ଯଦି ଆପଣଙ୍କ ଶରୀରରେ ବିଭିନ୍ନ ପ୍ରକାର ର ସାର ର ଅଭାବ ଥାଏ ତେବେ ଏହି ସମସ୍ୟା ଦେଖାଯାଏ। ଏହାଛଡା ଯେଉଁ ମାନଙ୍କର ଚର୍ମ ଅଧିକ ରୁକ୍ଷ ହୋଇଥାଏ,ସେମାନଙ୍କର ଗୋଇଠି ଫାଟି ଥାଏ। ମୁଁ ଆଜି ଆପଣଙ୍କୁ ଏକ ଖୁବ୍ ସୁନ୍ଦର ଉପାୟ କହିବି, ଯାହା ଦ୍ଵାରା ଆପଣ ଘର ଥାଇ ମଧ୍ୟ ଏହି ଭଳି ଚିନ୍ତା ମୂଳକ ସମସ୍ୟା ରୁ ଉପଶମ ଲାଭ କରିପାରିବେ ।ଆମେ ନିଜ ଶରୀରର ବହୁତ ଧ୍ୟାନ ରଖିଥାଉ କିନ୍ତୁ ଆମେ ନିଜ ଗୋଇଠିର ଧ୍ୟାନ ରଖି ନଥାଉ। ଯାହା ଦ୍ଵାରା ଏହା ଅଧିକ ରୁକ୍ଷ ହୋଇଯାଏ ଏବଂ ଫାଟିଯାଏ। ଯାହା ଫଳରେ ରକ୍ତ ମଧ୍ୟ ବାହାରିଥାଏ। ଏହା ଛଡ଼ା ଆମ ଶରୀରର ସମସ୍ତ ଓଜନ ଏହା ଉପରେ ହିଁ ନ୍ୟସ୍ତ ଥାଏ। ତେବେ ଚାଲନ୍ତୁ ଜାଣିବା ସେ ବିଷୟରେ।

ଯଦି ଆପଣ ଏହି ସମସ୍ୟାରୁ ମୁକ୍ତ ହେବା ପାଇଁ ଚାହୁଛନ୍ତି, ତେବେ ଆପଣଙ୍କୁ ଏକ ଚାମଚ ଲୁଣର ଆବଶ୍ୟକତା ରହି ଅଛି। ସାଧାରଣତଃ ଘରେ ଲୁଣ ଥାଏ। ଏହା ଛଡ଼ା ଦୁଇ ଚାମଚ ଗୋଲାପ ଜଳ ଏବଂ କିଛି ଥଣ୍ଡା ଜଳର ଆବଶ୍ୟକତା ଅଛି। ଏହି ସବୁ ଉପକରଣ ଗୁଡ଼ିକୁ ନେଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ଏହି ମିଶ୍ରଣକୁ ନେଇ ଗରମ କରି ଦିଅନ୍ତୁ, ଯାହା ଫଳରେ ଏହାର ଉପକାରିତା ଆହୁରି ବଢିଯିବ। ଏହି ତରଳ ପଦାର୍ଥକୁ ନେଇ ଏକ ପାତ୍ର ରେ ରଖି ଦିଅନ୍ତୁ। ଏହି ମିଶ୍ରଣକୁ ଆପଣ ସପ୍ତାହରେ ୩ଦିନ ନିଜ ଗୋଡ଼ ରେ ଲଗାନ୍ତୁ। ଏହାକୁ ରାତିରେ ଶୋଇବା ପୂର୍ବରୁ ଲଗାନ୍ତୁ। ମନେ ରଖିବେ ଶୋଇବା ପୂର୍ବରୁ ଭଲ ଭାବେ ଗୋଡ଼ କୁ ଧୁଅନ୍ତୁ ଏବଂ ସଫା କରନ୍ତୁ, ତା ପରେ ଏହି ମିଶ୍ରଣ କୁ ନିଜ ଗୋଇଠୀ ରେ,ଯେଉଁ ସ୍ଥାନ ରେ ଫାଟି ଅଛି,ସେହି ସ୍ଥାନ ରେ ଭଲ ଭାବରେ ରେ ମାଲିସ କରନ୍ତୁ।ସକାଳେ ଆପଣ ନିଶ୍ଚିତ ସୁଫଳ ପାଇବେ।

ଯଦି ଏହାକୁ ଆପଣ ଏକ ମାସ ପର୍ଯ୍ୟନ୍ତ ବ୍ୟବହାର କରିବେ,ତେବେ ଆପଣ ଏହି ସମସ୍ୟା ରୁ ସମ୍ପୂର୍ଣ୍ଣ ଭାବେ ମୁକ୍ତି ପାଇ ପାରିବେ । ଯଦି ଆପଣ ଭଲରେ ପାଦ ଧୋଇବା ପାଇଁ ଚାହୁଛନ୍ତି ତେବେ, ଆପଣ କିଛି ପାଣି ନିଅନ୍ତୁ,। ଯଦି ଆପଣ କୌଣସି ସାମ୍ପୋ ବ୍ୟବହାର କରୁଛନ୍ତି, ତେବେ ସେଥିରେ କିଛି ମିଶାନ୍ତୁ। ଏହା ପରେ ତାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ ଏବଂ ସେଥିରେ ନିଜର ଗୋଡ଼କୁ ବୁଡ଼େଇ ରଖନ୍ତୁ ଏବଂ ଭଲ ଭାବରେ ସଫା କରନ୍ତୁ। ଯଦି ଆପଣଙ୍କ ନିକଟରେ ବ୍ରସ ଥାଏ, ତେବେ ଆପଣ ତାର ବ୍ୟବହାର ନିଶ୍ଚିତ କରନ୍ତୁ। ଯାହା ଦ୍ବାରା ଆପଣ ନିଜ ସମସ୍ୟାରୁ ଖୁବ ଶୀଘ୍ର ଉପଶମ ଲାଭ କରିପାରିବେ।

Leave a Reply

Your email address will not be published. Required fields are marked *