October 27, 2024

Odia Express

Here, There and Everywhere

ଅତି ଭୟଙ୍କର ଦନ୍ତ ବିନ୍ଧା ସଙ୍ଗେ ସଙ୍ଗେ ଠିକ ହୋଇଯାଏ ଏହି ଉପାୟରେ – ଏବେ ଏହି ସାଧାରଣ ଉପାୟ ଜାଣିରଖନ୍ତୁ…

1 min read

ଆମ ଶରୀର ର ମଜବୁତ ଅଙ୍ଗ ହୋଇଥାଏ ଦାନ୍ତ। ଦାନ୍ତ ଦ୍ୱାରା ଆମେ ବହୁତ ଟାଣ ଜିନିଷ କୁ ମଧ୍ୟ ଚୋବାଇ ସହଜରେ ଖାଦ୍ୟ ଖାଇପାରୁ। ଭଲରେ ଚୋବାଇ ଖାଇଲେ ଖାଦ୍ୟ ଠିକରେ ହଜମ ମଧ୍ୟ ହୋଇଥାଏ। ଦାନ୍ତ ଦୁର୍ବଳ ହେଲେ ଏହା ର ମୂଳରେ ଯନ୍ତ୍ରଣା ଆରମ୍ଭ ହୋଇଥାଏ। ଅନେକ ଙ୍କ ଠାରେ କ୍ୟାଭିଟି ସମସ୍ୟା ଯୋଗୁଁ ମଧ୍ୟ ଦାନ୍ତ ନଷ୍ଟ ହୁଏ ଓ ବିନ୍ଧିବା ଆରମ୍ଭ ହୁଏ। ତେବେ ଆଜି ଆମେ ଆପଣଙ୍କ ପାଇଁ ଆଣିଛୁ ଏକ ସହଜ ଉପାୟ ଯାହାଦ୍ୱାରା ଆପଣ ସହଜରେ ଦାନ୍ତ ବିନ୍ଧା ରୁ ଉପଶମ ପାଇ ପାରିବେ। ତେବେ ଆର୍ଟିକେଲ ଟିକୁ ସମ୍ପୂର୍ଣ୍ଣ ପଢ଼ନ୍ତୁ।

ଅନେକ କାରଣ ପାଇଁ ଦାନ୍ତ ବିନ୍ଧେ। ସେଗୁଡିକ ମଧ୍ୟରୁ କ୍ୟାବିଟି ହେଉଛି ଏକ ବଡ଼ ସମସ୍ୟା। ଏନେକ ପିଲା ମାନଙ୍କ ଦାନ୍ତ ପୋକ ଖାଇ ଥାଏ ।ଏପରି ସେମାନଙ୍କ ଅଧିକ ମିଠା ବା ଚକଲେଟ ଖାଇବା ଏବଂ ପରେ ମୁହଁ ନଧୋଇ ବା ପାଇଁ ହୁଏ। ଯଦି ଦାନ୍ତ ବିନ୍ଧା ଅଧିକ ଅସହ୍ୟ ହୁଏ ତେବେ ପ୍ରଥମେ ଏହି ଉପାୟ ସବୁ କରନ୍ତୁ।

ପ୍ରସ୍ତୁତି ସାମଗ୍ରୀ ;- ହଳଦୀ ଏକ ଚାମଚ, ସୋରିଷ ତେଲ ଏକ ଚାମଚ, ଲେମ୍ଭୁ ଏକ ଫାଳ। ଏହି ପରିମାଣରେ ଏହି ସବୁ ଉପାଦାନ କୁ ଭଲ ଭାବେ ମିଶେଇ ଦିଅନ୍ତୁ ଯଦି ଘରେ ଲବଙ୍ଗ ତେଲ ଅଛି ତେବେ ଏହାକୁ ମଧ୍ୟ ଏଥିରେ ମିଶେଇ ପାରନ୍ତି। ନଥିଲେ ମଧ୍ୟ କୌଣସି ଅସୁବିଧା ନାହିଁ । ତେବେ ଏହି ମିଶ୍ରଣ କୁ କିପରି ବ୍ୟବହାର କରିବେ ତାହା ଜାଣିବା ଗୁରୁତ୍ୱପୂର୍ଣ୍ଣ ଅଟେ। ଏହାକୁ ଏକ କଟନ ସାହାଯ୍ୟରେ ନେଇ ବିନ୍ଧୁଥିବା ଦାନ୍ତ ମୂଳରେ କାଠି ବା ଚାମଚ ସାହାଯ୍ୟରେ ଦାବନ୍ତୁ। ଯେତେ କଠିନ ବିନ୍ଧା ହୋଇଥିଲେ ମଧ୍ୟ ଅଧଘଣ୍ଟା ମଧ୍ୟରେ ଏଥିରୁ ଉପଶମ ମିଳିଥାଏ। ଯଦି ତଥାପି ବିନ୍ଧା କମେନାହିଁ ତେବେ ଆପଣଙ୍କ ଡେଣ୍ଟିସ୍ ଙ୍କ ସହ ଦେଖା କରନ୍ତୁ।

ଅନ୍ୟ ଏକ ଉପାୟ ହେଉଛି ଅପୁଲ କପୁଲ:- ଦେଖିଥିବେ ନାଲି ରଙ୍ଗର ରବର ମଧ୍ୟରେ ଛୋଟ ଛୋଟ ମଞ୍ଜି ଆକାର ର ଏହା ଆସିଥାଏ । ଅନେକ ଏହାକୁ ଖଣ୍ଡିଆ ସ୍ଥାନ ରେ ଲଗାଇ ଥାନ୍ତି। ଏହାକୁ ମଧ୍ୟ ଯଦି ଆପଣ ଏକ ଚାମୁଚରେ ଉଷୁମ କରି ଦାନ୍ତ ମୂଳରେ ଦେବେ ତେବେ ଦାନ୍ତ ବିନ୍ଧାରୁ ଶୀଘ୍ର ଉପଶମ ମିଳିପାରିବ।

Leave a Reply

Your email address will not be published. Required fields are marked *