October 24, 2024

Odia Express

Here, There and Everywhere

22 ଡିସେମ୍ବର ୨୦୨୨ ଆଜିର ରାଶିଫଳ,କେମିତି କଟିବ ଆଜି ଆପଣଙ୍କ ଦିନ,ଏହି ରାଶି ପାଇଁ ଦିନ ଶୁଭ ରହିବ…

1 min read

ମେଷ ରାଶି:- ଏହି ରାଶିର ଲୋକଙ୍କର ଅଟକି ରହିଥିବା କାର୍ଯ୍ୟ ପୂର୍ଣ୍ଣ ହେବ। ଗୁରୁଜନ ମାନଙ୍କର ପରାମର୍ଶ ଅନୁସାରେ କାର୍ଯ୍ୟ କରିବା ଫଳରେ ସମସ୍ୟାର ସମାଧାନ ହୋଇପାରେ ଆଜି ଆପଣ ଖେଳରେ ଭାଗ ନେଇ ପାରନ୍ତି ଯାହା ଆପଣଙ୍କୁ ସୁସ୍ଥ ରହିବାରେ କାର୍ଯ୍ୟ କରିବ।

ବୃଷ ରାଶି:- କଳା ଓ ସାହିତ୍ୟରେ ଉନ୍ନତି କରିବେ ଓ ପ୍ରଶଂସିତ ହେବେ। ବିଶ୍ୱାସ ହରାନ୍ତୁ ନାହିଁ ଅସୁବିଧା ସମୟରେ ଆପଣଙ୍କର ବନ୍ଧୁ ଆପଣଙ୍କର କାର୍ଯ୍ୟରେ ସହାୟତା କରିବେ।

ମିଥୁନ ରାଶି:- ଭଲ ସମ୍ପର୍କ ନଥିବା କୌଣସି ବ୍ୟକ୍ତି ସମସ୍ୟା ବଢାଇ ଦେଇ ପାରନ୍ତି। ପିଲାଙ୍କ ଅଭିଯୋଗକୁ ବିଚାର କରି ଉଚିତ ପଦକ୍ଷେପ ନିଅନ୍ତୁ। ଆପଣଙ୍କର ଆତ୍ମବିଶ୍ବାସରେ ବୃଦ୍ଧି ହେବ।

କର୍କଟ ରାଶି:- ଆଜି ଆପଣ ସମ୍ପୂର୍ଣ୍ଣ ଦିନ ଖାଲି ବସି ଏହାକୁ ନଷ୍ଟ ନ କରି କିପରି ନିଜର ଜୀବନରେ ଉନ୍ନତି ଆଣିବେ ଏହା ପ୍ରୟାସ କରନ୍ତୁ। ଯେଉଁମାନେ ଆପଣଙ୍କର ଅଧିକ ଧ୍ୟାନ ରଖନ୍ତି ଆପଣ ସେମାନଙ୍କୁ ନିଜର କଥା ବୁଝାଇବା ପାଇଁ ଅସୁବିଧା ଅନୁଭବ କରିବେ ଯେଉଁମାନେ ପ୍ରେମରେ ରହିଛନ୍ତି ଏମାନେ କେବଳ ଏହି ସୁର ତାଳର ଆନନ୍ଦ ପାଇ ପାରିବେ।

ସିଂହ ରାଶି:- ଇଛା ନଥାଇ ମଧ୍ୟ ଅଧିକ ଭ୍ରମଣ କାରଣରୁ କ୍ଳାନ୍ତ ଅନୁଭବ କରିବେ। ଉଚ୍ଚ ପଦାଧିକାରୀଙ୍କ ସାନ୍ନିଧ୍ୟ କାରଣରୁ ଉପକୃତ ହେବ। ଅସଫଳତା କାରଣ ଖୋଜିବାକୁ ଯାଇ ନିଜର ଲୋକଙ୍କୁ ଭୁଲ ବୁଝିବେ। ଚିକିତ୍ସା କାରଣରୁ ଆପଣଙ୍କର ଘର ଲୋକଙ୍କ ଖର୍ଚ୍ଚ ବଢ଼ିପାରେ।

କନ୍ୟା ରାଶି:- ଆଜି ଆପଣଙ୍କର କାର୍ଯ୍ୟକୁ ଅଚାନକ ଭାବରେ ନିରୀକ୍ଷଣ କରାଯାଇପାରେ ଏହି ସମୟରେ ଆପଣଙ୍କର କୌଣସି ଭୁଲ ଆପଣଙ୍କୁ ଭାରି ପଡ଼ିପାରେ। ବେପାରୀ ମାନେ ନିଜର ବ୍ୟବସାୟକୁ ନୂଆ ଦିଗକୁ ନେବା ପାଇଁ ଚିନ୍ତା କରିବେ।

ତୁଳା ରାଶି:- ବିଦେଶ ବା ଦୂର ଦେଶରେ ଥିବା ଆପଣଙ୍କର ଜମି ଭଲ ଦରରେ ବିକ୍ରି ହୋଇପାରେ। ପ୍ରେମର ସ୍ମୃତି ଆଜି ଆପଣଙ୍କ ଉପରେ ଛାଇ ପରି ଲାଗି ରହିବ।

ବିଛା ରାଶି:- ନିଜର ବ୍ୟକ୍ତିତ୍ଵ ସୁଧାରିବା ପାଇଁ ଆପଣ ଯାହା ମଧ୍ୟ ପ୍ରୟାସ କରୁଛନ୍ତି ଏହା ସଫଳ ହେବ ଆଜି ଆପଣ ଅନୁଭବ କରିବେ କି ଆପଣଙ୍କର ବୈବାହିକ ଜୀବନ ବହୁତ ସୁନ୍ଦର ଅଟେ।

ଧନୁ ରାଶି:- ପ୍ରତ୍ୟେକ କ୍ଷେତ୍ରରେ ଭଲ ବ୍ୟବହାର ପ୍ରଦର୍ଶନ କରି ସମସ୍ତଙ୍କର ପ୍ରିୟ ହେବେ।ସ୍ବାସ୍ଥ୍ୟ କାରଣରୁ ବାରମ୍ବାର ଚିକିତ୍ସକଙ୍କ ପାଖକୁ ଯିବାକୁ ପଡ଼ିପାରେ। ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରରେ କ୍ଷତିର ସମ୍ଭାବନା ରହିଛି।

ମକର ରାଶି:- ସ୍ଥାନ ଦେଖି ପରିସ୍ଥିତି ଅନୁସାରେ ବ୍ୟବହାର କରନ୍ତୁ। ଆବଶ୍ୟକ ନ ପଡ଼ିଲେ ଚୁପ ରୁହନ୍ତୁ କାରଣ ଅନାବଶ୍ୟକ କଥା ଆପଣଙ୍କୁ ଅସୁବିଧାରେ ପକାଇପାରେ। ବୈବାହିକ ଜୀବନ ଦୃଷ୍ଟିରୁ ଆଜିର ଦିନ ଉତ୍ତମ ରହିବ।

କୁମ୍ଭ ରାଶି:- କେତେକ କ୍ଷେତ୍ରରେ ନିଜକୁ ଆପଣ ନିମ୍ନ ମନେ କରି ପାରନ୍ତି।ଧର୍ଯ୍ୟହରା ନ ହୋଇ କାର୍ଯ୍ୟ କରିଲେ ଉପକୃତ ହେବେ।କୌଣସି ନିଜ ଲୋକଙ୍କ ସହାୟତା କାରଣରୁ ଉପକୃତ ହେବାର ଅନୁମାନ କରାଯାଇପାରେ।

ମୀନ ରାଶି:- କର୍ମ କ୍ଷେତ୍ରରେ ଉପରିସ୍ଥଙ୍କ ଚାପ ଫଳରେ ବାହାରକୁ ଯିବାକୁ ପଡ଼ିପାରେ। ପାରିବାରିକ ସମସ୍ୟା କ୍ଷେତ୍ରରେ ଅଧିକ ଚିନ୍ତା କରି ମନକୁ ଭାରାକ୍ରାନ୍ତ କରନ୍ତୁ ନାହିଁ। ପ୍ରକୃତ ଘଟଣା ନ ବୁଝି ପଡୋଶୀ କଟୁ କଥା କହିବାକୁ ପଛାଇବେ ନାହିଁ, ସେଥିପାଇଁ ସତର୍କ ରୁହନ୍ତୁ। ଆଜି ଆପଣ କୌଣସି ପୁରୁଣା ରୋଗରୁ ମୁକ୍ତି ପାଇବେ।

Leave a Reply

Your email address will not be published. Required fields are marked *