October 22, 2024

Odia Express

Here, There and Everywhere

୧୨ March ୨୦୨୩ ରବିବାର,ଆଜିର ରାଶିଫଳ,କେମିତି କଟିବ ଆଜି ଆପଣଙ୍କ ଦିନ…

1 min read

ମେଷ ରାଶି:- ଆଶା କରିଥିବା କାର୍ଯ୍ୟ ପାଇଁ ଅନେକ କଷ୍ଟ ଗ୍ରହଣ କରିବାକୁ ହେବ। ପାରିବାରିକ ସମସ୍ୟା ବିଶେଷ ଭାବରେ ପିଲାଙ୍କ କଥାକୁ ନେଇ ଦେଖା ଯାଇ ପାରେ। ଅତ୍ୟଧିକ ଚିନ୍ତା କରିବା ମାନସିକ ଶାନ୍ତିକୁ ନଷ୍ଟ କରି ପାରେ। ଆପଣଙ୍କର କିଛି ବସ୍ତୁ ଆଜି ଚୋରି ହୋଇ ପାରେ। ସତର୍କତା ଅବଲମ୍ବନ କରନ୍ତୁ। ହରିନାମ ଜପ କରନ୍ତୁ, ସତ ପଥରେ ରୁହନ୍ତୁ।

ବୃଷ ରାଶି:- ଆପଣଙ୍କ ହସ ମୁଖ ସ୍ବଭାବ ଅନ୍ୟ ମାନଙ୍କୁ ଖୁସି ରଖିବ। ପରିବାର ଲୋକଙ୍କ ସହିତ ଗତିବିଧି ଆଜି ବୃଦ୍ଧି ହୋଇ ପାରେ।ନ୍ୟାୟରେ ରୁହନ୍ତୁ, ପ୍ରଭୁଙ୍କ ନାମ ଜପ କରନ୍ତୁ।

ମିଥୁନ ରାଶି:- ନିଜକୁ ମାନସିକ ଭାବରେ ଖୁସି ଓ ଶରୀରକୁ ସୁସ୍ଥ ରଖିବା ପାଇଁ ଭଲ ଖାଦ୍ୟ ଖାଆନ୍ତୁ ଆଜି ଆପଣଙ୍କ ଘରେ ଅତିଥି ଆସି ପାରନ୍ତି। ସତ କର୍ମ କରନ୍ତୁ, ଭଗବାନଙ୍କ ନାମ ଜପ କରନ୍ତୁ।

କର୍କଟ ରାଶି:- ଯେଉଁ କାର୍ଯ୍ୟ ହାତକୁ ନେଇଛନ୍ତି ଏହା ସମ୍ପୂର୍ଣ୍ଣ ହେବ। ସରକାରୀ ସ୍ତରରେ ଋଣ ସୂତ୍ରରେ ଅର୍ଥ ଲାଭ କରିବେ।କେହି ଆପଣଙ୍କ ମନ ଖରାପ କରି ପାରେ। ଭଗବାନଙ୍କ ନାମ ଜପନ୍ତୁ ଜୀବନରେ ସଫଳତା ହାସଲ କରିବେ।

ସିଂହ ରାଶି:- ବହୁତ ଦିନରୁ ରହି ଆସିଥିବା ସମସ୍ୟା ଆଜି ଆକସ୍ମିକ ସମାଧାନ ହୋଇ ଯିବ। ବାଧା ପ୍ରାପ୍ତ ପରିବହନ କାରଣରୁ ଉନ୍ନତି ପ୍ରାପ୍ତ ହେବ। ହରିନାମ ଜପ କରନ୍ତୁ, ସତ ପଥରେ ରୁହନ୍ତୁ।

କନ୍ୟା ରାଶି:- କର୍ମ କ୍ଷେତ୍ରରେ ଶତ୍ରୁତା କାରଣରୁ ବିଚଳିତ ହୋଇ ପାରନ୍ତି।ଆପଣଙ୍କ ବନ୍ଧୁ ସଠିକ ସମୟରେ ଆସିବେ।ନିଜକୁ ପରିସ୍ଥିତି ଓ ପରିବେଶ ସହିତ ଖାପ ଖୁଆଇ ଚଳିବା ପାଇଁ ବାଧ୍ୟ ହୋଇ ପାରନ୍ତି। ଭଗବାନଙ୍କ ନାମ ଜପନ୍ତୁ ଜୀବନରେ ସଫଳତା ହାସଲ କରିବେ।

ତୁଳା ରାଶି:- ଆଜି ଦିନରେ ଆପଣଙ୍କ କୌଣସି କଥାରେ ଅଭାବ ରହିବ ନାହିଁ। ସନ୍ଧ୍ୟା ସମୟରେ ବନ୍ଧୁଙ୍କ ପାଖରୁ କିଛି ଖବର ପାଇ ବିସ୍ମୟ ପ୍ରକାଶ କରି ପାରନ୍ତି। ଆଜି ଆପଣଙ୍କୁ ଅର୍ଥ ସମସ୍ୟା ଦେଖା ଯାଇ ପାରେ। ନ୍ୟାୟରେ ରୁହନ୍ତୁ, ପ୍ରଭୁଙ୍କ ନାମ ଜପ କରନ୍ତୁ।

ବିଛା ରାଶି:- ବନ୍ଧୁଙ୍କ ସହିତ ସମୟ ଅତିବାହିତ କରି ପାରନ୍ତି। ଆଜି ନିଜର ଦେହର ଯତ୍ନ ନେବା ପାଇଁ ଅନେକ ସମୟ ମିଳିବ।ଆଜି ଆପଣ ବିନା କିଛି ସହାୟତାରେ ଅନେକ ଧନ ଲାଭ କରିବେ।ଆପଣ ଅନୁଭବ କରିବେ କି ଆପଣଙ୍କ ଜୀବନ ଅଧିକ ଅର୍ଥ ପୂର୍ଣ୍ଣ ହେଉ ଅଛି। ହରିନାମ ଜପ କରନ୍ତୁ, ସତ ପଥରେ ରୁହନ୍ତୁ।

ଧନୁ ରାଶି:- ସରକାରୀ ଚାକିରୀ କାର୍ଯ୍ୟରେ ଅବହେଳା କାରଣରୁ ଉପରିସ୍ଥ ଅଧିକାରୀଙ୍କ ପାଖରୁ ତିରସ୍କାର ଶୁଣି ପାରନ୍ତି। ସତ କର୍ମ କରନ୍ତୁ, ଭଗବାନଙ୍କ ନାମ ଜପ କରନ୍ତୁ, ସଫଳତା ହାସଲ କରିବେ।

ମକର ରାଶି:- ଏବେ ଠାରୁ ଆପଣ ଅର୍ଥ ସଞ୍ଚୟ କରନ୍ତୁ ନଚେତ ଭବିଷ୍ୟତରେ ଅନେକ ଅସୁବିଧାର ସମ୍ମୁଖିନ ହେବେ।ଅଧିକ ରାତି ଯାଏ କାହା ସହିତ କଥା ହେବାର କିଛି ଆବଶ୍ୟକତା ନାହିଁ। ନ୍ୟାୟରେ ରୁହନ୍ତୁ, ଜୀବନରେ ଉନ୍ନତି କରିବେ। ଭଗବାନଙ୍କ ନାମ ଜପ କରନ୍ତୁ।

କୁମ୍ଭ ରାଶି:- ଅନ୍ୟ ମାନଙ୍କ କାରଣରୁ ଅଧିକ କଷ୍ଟ ଅନୁଭବ କରିବେ। ଅପରାହ୍ନରେ ଭଲ ସମ୍ପର୍କ ଥିବା ବନ୍ଧୁ ସାଧାରଣ କଥାରେ ବିଗିଡି ଯାଇ ପାରନ୍ତି।ଯେଉଁ ମାନଙ୍କର ଏବେ ଯାଏ ଦରମା ମିଳି ନାହିଁ ସେମାନେ ଆଜି ଦୁଶ୍ଚିନ୍ତାରେ ରହି ପାରନ୍ତି। ସତ୍ୟ ପଥରେ ରୁହନ୍ତୁ, ହରିନାମ ଜପ କରନ୍ତୁ।

ମୀନ ରାଶି:- ହାତକୁ ନେଇଥିବା କାର୍ଯ୍ୟକୁ ଶେଷ କରିବା ପାଇଁ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି ଆଜି ଆପଣଙ୍କୁ ଧନ ଲାଭ ହୋଇ ଲପାରେ। ନିଜର ଆଖ ପାଖ ଲୋକଙ୍କ ସହିତ ବିବାଦ କରନ୍ତୁ ନାହିଁ। ଆଜି କୌଣସି କାରଣରୁ ଆପଣ ଶୀଘ୍ର ଘରକୁ ଆସିବେ ଓ ବାହାରକୁ ବୁଲାବୁଲି କରିବାକୁ ଯିବା ପାଇଁ ଯୋଜନା କରିପାରନ୍ତି। ହରିନାମ ଜପ କରନ୍ତୁ, ନ୍ୟାୟରେ ରୁହନ୍ତୁ।

Leave a Reply

Your email address will not be published. Required fields are marked *