October 19, 2024

Odia Express

Here, There and Everywhere

୨୪ August ୨୦୨୨ ଆଜିର ରାଶିଫଳ,କେମିତି କାଟିବ ଆଜି ଆପଣଙ୍କ ଦିନ,ଏହି ରାଶି ମାନେ ହେବେ ଭାଗ୍ୟବାନ…

1 min read

ତେବେ ଆଜି ହେଉଛି 24 ଅଗଷ୍ଟ ୨୦୨୨,ବୁଧବାର  ଭାଦ୍ରବ ମାସ କୃଷ୍ଣ ପକ୍ଷ ଏକାଦଶୀ ସିଂହ ୭ ଦିନ।ଆଜି ସାରୁ ଖାଇବା ନିଷେଧ ଅଟେ ଓ ଆଜି ନବ ଜାତ ଶିଶୁର ମିଥୁନ ରାଶି।ତେବେ ଆମେ ବର୍ତ୍ତମାନ ଆଜିର ରାଶି ଫଳ ସମ୍ପର୍କରେ ଆଲୋଚନା କରିବା।ମେଷ ରାଶି:- ଏହି ଆଜିର ଦିନ ଆପଣଙ୍କ ପାଇଁ ଅନେକ ଭାବରେ ଲାଭଦାୟକ ରହିବ।ଏହା ବ୍ୟତୀତ ଆପଣ କୌଣସି ପୁରୁଣା ରୋଗରୁ ଆରାମ ଅନୁଭବ କରିବେ।ଭଗବାନଙ୍କ ନାମ ଜପ ସବୁ ରୋଗ ଦୂର ହେବ।

ବୃଷ ରାଶି:- ତେବେ ଆପଣଙ୍କର ଆଜି ବାହାରକୁ ଯିବାର ସୁଯୋଗ ଆସି ପାରେ।ଏହା ବ୍ୟତୀତ ଆପଣଙ୍କ ପାଇଁ ଆଜି କିଛି ସମସ୍ୟା ଆସିବା ଫଳରେ ନିଜର ବୁଦ୍ଧି ବ୍ୟବହାର କରି ଏହି କ୍ଷତିକୁ ଆପଣ ଲାଭରେ ପରିଣତ କରିଦେବେ।ମିଥୁନ ରାଶି:- ତେବେ ଆଜି ଆପଣ ଦାନ ଧର୍ମ କାର୍ଯ୍ୟରେ ସହଭାଗୀ ହୋଇ ପାରନ୍ତି।ଯାହା ଫଳରେ ଆପଣଙ୍କୁ ଅନେକ ମାନସିକ ସହଭାଗୀତା ମିଳିବ।ଏହା ବ୍ୟତୀତ ନିଜର ଜୀବନ ସାଥି ସହିତ ମିଶି ଆପଣ କୌଣସି ଆର୍ଥିକ ଯୋଜନା ମଧ୍ୟ କରି ପାରନ୍ତି।

କର୍କଟ ରାଶି:- ତେବେ ଆପଣ ଯଦି କୌଣସି କାର୍ଯ୍ୟ ପାଇଁ ଆବେଦନ କରିଥିଲେ କିମ୍ବା ଆଉ କିଛି ଅପେକ୍ଷା କରି ଥିଲେ ତେବେ ଏହି କାର୍ଯ୍ୟରେ ଆପଣଙ୍କୁ ଶୁଭ ଫଳ ମିଳି ପାରେ।ଏହା ବ୍ୟତୀତ ଆପଣଙ୍କୁ ଅନେକ ବିଶେଷ କାର୍ଯ୍ୟରେ ସଫଳତା ମିଳିବାର ସମ୍ଭାବନା ରହି ଅଛି।ସିଂହ ରାଶି:- ଯାହାର ଆପଣଙ୍କ ଜୀବନରେ କୌଣସି ମହତ୍ତ୍ଵ ନାହିଁ ଆପଣ ସେହି କାର୍ଯ୍ୟ ବାରମ୍ବାର କରି ନିଜର ସମୟ ନଷ୍ଟ କରନ୍ତୁ ନାହିଁ।ଏହା ବ୍ୟତୀତ ଆପଣ ନିଜର ବନ୍ଧୁ ମାନଙ୍କର ସହଯୋଗ ପାଇ ପାରନ୍ତି।

କନ୍ୟା ରାଶି:- ଆଜି ଆପଣ ବ୍ୟକ୍ତିଗତ ସମ୍ପର୍କରେ ସମ୍ବେଦନଶୀଳ ରହିବେ।ଏହା ବ୍ୟତୀତ ଆଜି ଆପଣଙ୍କର ନିଜର କୌଣସି ପୁରୁଣା ବନ୍ଧୁ ସହିତ ମଧ୍ୟ ଦେଖା ହୋଇ ପାରେ ଯାହା ଫଳରେ ଆପଣ ଅନେକ ଖୁସି ଅନୁଭବ କରିବେ।ତୁଳା ରାଶି:- ଆପଣଙ୍କ ଜୀବନରେ ବର୍ତ୍ତମାନ ଦୁଃଖ ଦିନ ଶେଷ ହେବାକୁ ଯାଉଚି।ତେଣୁ ଆପଣ ନିଜର ଜୀବନକୁ ଏକ ନୂଆ ଦିଗ ଦେବା ପାଇଁ ପ୍ରୟାସ କରିବା ଆବଶ୍ୟକ।

ବିଛା ରାଶି:- ଆପଣ ଯଦି ଆଜି ଭ୍ରମଣ କରିବା ପାଇଁ ବାହାରକୁ ଯାଉଛନ୍ତି ତେବେ ଆପଣ ନିଜର ମୂଲ୍ୟବାନ ବସ୍ତୁ ମାନଙ୍କର ବିଶେଷ ଧ୍ୟାନ ରଖନ୍ତୁ।ଏହା ବ୍ୟତୀତ ଏହା ଚୋରି ହେବାର ମଧ୍ୟ ବିଶେଷ ସମ୍ଭାବନା ରହିଛି।ତେବେ ଆପଣଙ୍କୁ ମିଳିଥିବା ଉପହାର ଆଜି ଅନେକ ସାହାଯ୍ୟ କରି ପାରେ।ଧନୁ ରାଶି:- ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ଅବହେଳା ଆପଣଙ୍କୁ ଅନେକ ଆର୍ଥିକ ସମସ୍ୟାର ସମ୍ମୁଖୀନ କରାଇ ପାରେ।ଏହା ବ୍ୟତୀତ ଘର ଲୋକଙ୍କୁ ଆପଣ ଲଜ୍ଜିତ କରନ୍ତୁ ନାହିଁ।ଘରର ଅବସ୍ଥା ସମ୍ପର୍କରେ ଚିନ୍ତା କରି କାର୍ଯ୍ୟ କରନ୍ତୁ।

ମକର ରାଶି:- ଆପଣ ଆଜି ଭଲ ଚଳଚ୍ଚିତ୍ର ଦେଖି ପାରନ୍ତି।ଏହା ବ୍ୟତୀତ ନିଜର ବନ୍ଧୁ ସହିତ ଆପଣ ଆଜି ଅନେକ ଭଲ ସମୟ ଅତିବାହିତ କରିବେ।ଆପଣଙ୍କ ପାଇଁ ଦିନ ଆଜି ମଙ୍ଗଳମୟ ରହିବାକୁ ଯାଉ ଅଛି।କୁମ୍ଭ ରାଶି:- ଏହି ରାଶିର ଲୋକଙ୍କ ପାଇଁ ଆଜି ଧର୍ଯ୍ୟ ରଖିବାର ଆବଶ୍ୟକତା ରହିଛି।ତେବେ ଆପଣଙ୍କୁ ଆଜି ବ୍ୟକ୍ତିଗତ କଥାରେ ଅନେକ ଭାବରେ ଲାଭ ମିଳି ପାରେ।ଏହା ବ୍ୟତୀତ ଆପଣ ବ୍ୟବସାୟରେ ମଧ୍ୟ ଅନେକ ଫାଇଦା କରି ପାରନ୍ତି।

ମୀନ ରାଶି:- ଏହି ରାଶିର ଲୋକମାନେ ଆଜି ନିଜର ଖାଦ୍ୟ ଉପରେ ନିୟନ୍ତ୍ରଣ ରଖନ୍ତୁ।ଆପଣ ଆଜି ଅଳ୍ପ ବ୍ୟାୟାମ କରିବା ଆବଶ୍ୟକ ଏହା ବ୍ୟତୀତ ଯିଏ ଆପଣଙ୍କୁ ଋଣ ମାଗୁଛନ୍ତି ଆପଣ ସେମାନଙ୍କୁ ଋଣ ପ୍ରଦାନ କରନ୍ତୁ ନାହିଁ।ନିଜର ପରିବାର ଲୋକଙ୍କ ସହିତ ଆଜି ଆପଣ ସମୟ ଅତିବାହିତ କରିବେ।ତେବେ ଆପଣଙ୍କର ଯେଉଁ ରାଶି ବି ହେଉ ଭଗବାନଙ୍କ ନାମ ଜପ କର ସବୁ ଦୁଃଖ ହେବ ଦୂର।

Leave a Reply

Your email address will not be published. Required fields are marked *