October 21, 2024

Odia Express

Here, There and Everywhere

ଜାଣନ୍ତୁ କେତେ ସଂମ୍ପତ୍ତିର ମାଲିକ ଅଟନ୍ତି MDH ବାଲା ମହାଶୟ Dharampal Gulati, ସଂଘର୍ଷରେ କଟିଥିଲା ତାଙ୍କ ଜୀବନ

ଏମଡିଏଚ୍ ମସଲାର ଜନ୍ମଦାତା ଧର୍ମପାଳ ଗୁଲାଟିଙ୍କୁ କିଏ ବା ନଜାଣେ, ସେ ନିଜ ପରିଶ୍ରମ ଓ ସାହାସ ଦମରେ ଏକ ବଡ ସଫଳତା ହାସିଲ୍ କରିଥିଲେ, ଧର୍ମପାଳ ଗୁଲାଟି ନିଜ ଜୀବନରେ ବହୁତ୍ ସଂଘର୍ଷ କରିଥିଲେ, ଓ ନିଜ ପରିଶ୍ରମରେ ବହୁତ ଫ୍ୟାକ୍ଟ୍ରିର ମାଲିକ ଓ ଏମଡିଏଚ୍ କମ୍ପାନୀର ମାଲିକ ହୋଇଥିଲେ, ମସଲାର ଦୁନିଆଁରେ ତାଙ୍କର ଏକ ବଡ ନାଁ ଅଛି, ବୋଧେ ଏମିତି କିଏ ବ୍ୟକ୍ତିଥିବ ଯିଏକି ଧର୍ମପାଳ ଗୁଲାଟିଙ୍କୁ ଜାଣିନଥିବ, ଧର୍ମପାଳ ଗୁଲାଟି ଦେଶରେ ନୁହେଁ ବରଂ ବିଦେଶରେ ନିଜ ମସଲା ବିକ୍ରି କରି ବହୁତ ବଡ ନାଁ କମାଇଛନ୍ତି ।

କହିଦେବୁ କି ୩ ଡିସେମ୍ବର ୨୦୨୦ କୁ ୯୭ ବର୍ଷ ଆୟୁରେ ମସଲା ଦୁନିଆଁରେ ନିଜ ଅଲଗା ନାଁ ବନାଇଥିବା ଧର୍ମପାଳ ଗୁଲାଟିଙ୍କ ନିଧନ ହୋଇଗଲା । ଧର୍ମପାଳ ଗୁଲାଟି ଙ୍କ ନିଧନ ହାର୍ଟ ଆଟାକ୍ କାରଣରୁ ହୋଇଥିଲା, ମସଲା କିଙ୍ଗ୍ ନାଁରେ ଲୋକପ୍ରିୟ ଧର୍ମପାଳ ଗୁଲାଟି ନିଜ ଜୀବନରେ ପରିଶ୍ରମ ଓ ଲଗନ ଦ୍ୱାରା ଯାହା ସଫଳତା ହାସିଲ୍ କରିଥିଲେ, ତାହାର କାହାଣୀ ଆଜି ବି ଲୋକଙ୍କ ପାଇଁ ପ୍ରେରଣା ହୋଇସାରିଛି ।

ଧର୍ମପାଳ ଗୁଲାଟି ଦାଦାଜି, ମସଲା କିଙ୍ଗ୍ , କିଙ୍ଗ୍ ଅଫ୍ ସ୍ପାଇସେସ୍, ଓ ମହାଶୟଜୀ ନାଁରେ ଜଣାଯାଆନ୍ତି, ୧୯୨୩ ରେ ପାକିସ୍ଥାନର ସିୟାଲକୋଟରେ ଜନ୍ମ ନେଇଥିବା ଧର୍ମପାଳ ଗୁଲାଟି ଛୁଆବେଳ ଦାରିଦ୍ରତାରେ କଟିଥିଲା , ତାଙ୍କ ବାପା ସିୟାଲକୋର୍ଟରେ ମସଲାର ଦୋକାନ କରିଥିଲେ, ଘରର ଆର୍ଥିକ ଅବସ୍ଥା ଖରାପ ଥିଲା ଧର୍ମପାଳ ଗୁଲାଟିଜୀ ଛୁଆବେଳରୁ ନିଜ ପାଠପଢା ଛାଡିବାକୁ ବାଧ୍ୟ ହୋଇଥିଲେ, ସେ ସେମିତି ପାଠପଢରେ ଏତେ ଭଲ ନଥିଲେ କିନ୍ତୁ ସେ କାମରେ ନିପୁଣ ଥିଲେ ।

ମସଲାର କିଙ୍ଗ୍ ନାଁରେ ଲୋକପ୍ରିୟ ମହାଶୟ ଧର୍ମପାଳ ଗୁଲାଟିଙ୍କ ବାପା ଚୁନିଲାଲ୍ ଭାଗ ବଣ୍ଟା ପରେ ପାକିସ୍ଥାନ ଛାଡିକରି ଭାରତର ଦିଲ୍ଲୀରେ ଆସି ରହିବାକୁ ଲାଗିଲେ, ଯେଉଁଠି ସେ ବହୁତ ସଂଘର୍ଷ କରିଥିଲେ, ସେ ମସଲାର ଏକ ଛୋଟ୍ ଦୋକାନ ଖୋଲିଲେ, ମସଲାର ବେପାର ବଂଶଗତ୍ ଥିଲା, ଏତିକି ନୁହେଁ ଧର୍ମପାଳ ଗୁଲାଟି ଯିଏକି ନିଜ ସଂଘର୍ଷର ସହ ଦିନରେ ଟାଙ୍ଗା ଚଲାଉଥିଲେ । ଏହି ପରି ସେ ନିଜ ପରିବାରର ପେଟ ପୋଷୁଥିଲେ, ଧର୍ମପାଳ ଗୁଲାଟିଙ୍କ ବାପା ସେହି ଦୋକାନରେ ବସିବାକୁ କହିଲେ ଏହି କାମକୁ ଆଗକୁ ବଢିବାକୁ କହିଲେ, ଯେଉଁଥିରେ ଧର୍ମପାଳ ଗୁଲାଟି ମାନିଗଲେ, ଓ ଟାଙ୍ଗା କାମ ବନ୍ଦ କରି ଦୋକାନରେ କାମ କରିବାକୁ ଲାଗିଲେ ।

ଆପଣଙ୍କୁ କହିଦେବୁ କି ୧୯୫୨ ରେ ଧର୍ମପାଳ ଗୁଲାଟି ଦିଲ୍ଲୀର ଚାନ୍ଦନୀ ଚୌକରେ ଏକ ଦୋକାନ କିଣିଲେ, ଏହି ଦୋକାନରେ ମସଲା ବିକ୍ରି କରିବା କାମ ଆରମ୍ଭ କରିଦେଲେ, ସେ ଲଗାତାର ପରିଶ୍ରମ କରୁଥିଲେ, ଦିନେ ତାଙ୍କୁ ସଫଳତା ମିଳିବାକୁ ନେଇ ସେ ଆଶାବାଦୀ ଥିଲେ, ଧୀରେ ଧୀରେ ଦୋକାନର ନାଁ ଲୋକପ୍ରିୟ ହୋଇଗଲା< ନିଜ ପରିଶ୍ରମରୁ ସେ ବହୁତ ପଇସା କମାଇଲେ, ଯାହାପରେ ସେ ମସଲାର ଏକ ଫ୍ୟାକ୍ଟ୍ରି ଲଗାଇଲେ, ଧୀରେ ଧୀରେ ସେ ମସଲାର ଦୁନିଆଁର କିଙ୍ଗ୍ ଭାବେ ଲୋକପ୍ରିୟ ହୋଇଗଲେ।

ଯଦି ଆମେ ଧର୍ମପାଳ ଗୁଲାଟିଙ୍କ ସଂମ୍ପତି ବିଷୟରେ କଥା ହେବା ତେବେ ୨୦୧୭ ରେ ଏକ ରିପୋର୍ଟର ମୁତାବିକ ଧର୍ମପାଳ ଗୁଲାଟିଙ୍କ ନେଟ୍ ୱର୍ଥ ଇନକମ୍ ୨୧୩ କୋଟି ବୋଲି ଜଣାଯାଏ, ଧର୍ମପାଳ ଗୁଲାଟି ଏମିତି ଜଣେ ବ୍ୟକ୍ତିଥିଲେ, ଯିଏକି ଧର୍ମ କର୍ମ ଉପରେ ବିଶ୍ୱାସ ରଖୁଥିଲେ, ସେ ସମାଜ ସେବା ଓ ଦାନ ପୁଣ୍ୟ ପରି କାର୍ଯ୍ୟରେ ମନ ଲଗାଇଥିଲେ, ଓ ବହୁତ ସାରା ପଇସା ଦାନରେ ଦେଉଥିଲେ ।

ଧର୍ମପାଳ ଗୁଲାଟି ନିଜ ବାପାଙ୍କ ନାଁରେ ଏକ ଚ୍ୟାରିଟେବୁଲ୍ ଟ୍ରଷ୍ଟ ଚଲାଇଥିଲେ, ଓ ସେ ଟ୍ରଷ୍ଟରେ ଏକ ୨୫୦ ବେଡ୍ ବାଲା ମେଡିକାଲ୍ ବନାଇଥିଲେ, ଯେଉଁଥିରେ ଗରିବ ଲୋକଙ୍କର ମାଗଣାରେ ଚିକିତ୍ସା ହୋଇପାରିବ, ଏତିକି ନୁହେଁ ଏହି ଟ୍ରଷ୍ଟରେ ସେ ଏକ ସ୍କୁଲ ବି ବନାଇଲେ, ଯେଉଁଥିରେ ଗରିବ ଛୁଆଙ୍କୁ ମାଗଣା ଶିକ୍ଷା ବି ଦିଆଯାଉଥିଲା, ମହାଶୟଜୀ ସାମାଜିକ କାର୍ଯ୍ୟ କରୁଥିଲେ, ଯେଉଁଥିରେ ସେ ମେଡିକାଲ୍, ସ୍କୁଲ, ଓ ସେବା ସଂସ୍ଥାନ ବନାଇଥିଲେ, ଯେଉଁଠି ଅସହାୟ ଲୋକଙ୍କୁ ସହାୟତା ନିଶୁକ୍ଳ ରୁପରେ ଦିଆଯାଉଥିଲା ।

Leave a Reply

Your email address will not be published. Required fields are marked *