March 20, 2025

Odia Express

Here, There and Everywhere

ଏକ ଦୁର୍ଘଟଣାରେ କଟିଗଲା ଦୁଇ ହାତ, ତାପରେ ବି ମାନିନଥିଲେ ହାର୍, Tanu ଏହି ପରି ପାଦରେ ନିଜ ଭାଗ୍ୟ ଲେଖୁଛନ୍ତି

ଏହି ସଂସାରରେ କେଉଁ ବି ମନୁଷ୍ୟର ଜୀବନ ଏକ ସମାନ ବ୍ୟତିତ ହୋଇନଥାଏ, ଜୀବନରେ ସବୁ ପ୍ରକାରର ଉତଥାନ ପତ୍ତନ ଦେଖାଯାଇଥାଏ , କେବେ ଜୀବନ ଖୁସିମୟ ପୁର୍ବକ ବ୍ୟତିତ ହୋଇଥାଏ, ତେବେ କେବେ ଚିନ୍ତା ଆସିବାକୁ ଲାଗେ, ବହୁତଥର ଦେଖାଯାଇଛି କି ଜୀବନରେ କିଛି ଏମିତି ଘଟଣା ଘଟିଯାଏ ଯାହାକୁ ନେଇ ବ୍ୟକ୍ତିର ଜୀବନରେ ବହୁତ ଅସୁବିଧା ଦେଇ ଗତି କରିବାକୁ ପଡିଯାଏ । ଯେଉଁ ବ୍ୟକ୍ତିର ଜୀବନରେ ଅସୁବିଧା ଥାଏ ତାହାର ଦୁଃଖ ପୀଡା କିଏ ବି ଚିହ୍ନିପାରେ ନାହିଁ

ସେମିତି ଏହି ସବୁ କଥା କହିବାରେ ସହଜ ହୋଇଥାଏ, କିନ୍ତୁ ଯାହା ସହ ଏହା ସବୁ ହୋଇଥାଏ ତାକୁ ହିଁ ଜଣାପଡେ କି ସେ କେଉଁ ଅସୁବିଧା ଦେଇ ଗତି କରୁଛି, ଆଜି ଆମେଏହି ଲେଖ ମାଧ୍ୟମରେ ଏକ ଏମିତି ଝିଅ ବିଷୟରେ କହିବୁ ଯିଏକି ଏକ ଦୁର୍ଘଟଣାରେ ନିଜ ଦୁଇ ହାତ ହରାଇଦେଇଥିଲେ, କିନ୍ତୁ ଏହା ସତ୍ତ୍ୱେ ବି ସେ ହାର୍ ମାନିନଥିଲେ

ସେ ଆଜି ସ୍କୁଲରେ ପଢୁଛନ୍ତି, ହାତ ନ ହେବା କାରଣରୁ ଏହି ଝିଅ ପାଦରେ ଲେଖୁଛି, ଓ ଦୁନିଆଁକୁ ଦେଖାଉଛି କି ଶିକ୍ଷାର୍ ରାସ୍ତାରେ ଆସୁଥିବା ସବୁ ଅସୁବିଧାକୁ ସେ ଖୁସିରେ ପାର୍ କରିପାରିବ, ଏହି ଝିଅର୍ କାହାଣୀ ପ୍ରେରଣାଦାୟକ ଅଟେ । ଆମେ ଆପଣଙ୍କୁ ଯେଉଁ ଝିଅର ବିଷୟରେ କହିବାକୁ ଯାଉଛୁ ସେହି ଝିଅର ନାଁ ତନୁ କୁମାରୀ ଅଟେ, ଯିଏ ବିହାରର ପଟଣାର ଅଟେ, ତନୁ କୁମାରୀ ୨୦୧୪ ରେ ଏକ୍ ଦୁର୍ଘଟଣା ହୋଇଥିଲା

ଏହି ଦୁର୍ଘଟଣାରେ ତାଙ୍କ ଦୁଇ ହାତ ଚାଲିଯାଇଥିଲା, ଦୁହେଁ ହାତ ନ ହେବା କାରଣରୁ ତନୁ କୁମାରୀ ବହୁତ କଠିନ ପରିସ୍ଥିତି ଦେଇ ଗତି କରିଥିଲେ କିନ୍ତୁ ସେ ସେହି ଅସୁବିଧାଗୁଡିକ ସାମ୍ନା କରିଥିଲେ । ଏଏନଆଇ ଅନୁସାରେ ତନୁ କୁମାରୀ ଦଶମ ଶ୍ରେଣୀରେ ପଢୁଛନ୍ତି, ଓ ସେ ସ୍କୁଲ୍ ର ସବୁ କାମ ପାଦରେ କରନ୍ତି, ତନୁ କୁମାରୀଙ୍କ କିଛି ଫଟୋ ସୋସିଆଲ୍ ମିଡୀଆରେ ବହୁତ ଭାଇରାଲ୍ ହେଉଛି

ଯେଉଁଥିରେ ଦେଖାଯାଉଛି କି ସେ ନିଜ ପାଦରେ ଲେଖୁଛନ୍ତି, ସୋସିଆଲ୍ ମିଡିଆରେ ତନୁ କୁମାରୀଙ୍କ କାହାଣୀ ଭାବୁକ କରିଦେଉଛି, ଲୋକେ ତାଙ୍କ ସାହାସ କୁ ସଲାମ କରୁଛନ୍ତି, ଲୋକେ ତାଙ୍କ ଫଟୋ ଉପରେ ନିଜ ପ୍ରତିକ୍ରିୟା ଦେଉଛନ୍ତି । ତନୁ କୁମାରୀ କହନ୍ତି କି ଦୁର୍ଘଟଣା ପରେ ଧୀରେ ଧୀରେ ସେ ନିଜ ପାଦରେ ଲେଖିବା ଆରମ୍ଭ କରିଦେଲି, ମୁଁ ଖେଳ ଓ ପେଣ୍ଟିଙ୍ଗ୍ ଆକ୍ଟିଭିଟିରେ ଭାଗ ନିଏ, ମୁଁ ଏକ୍ ଶିକ୍ଷକ ହେବାକୁ ଚାହୁଛି ।

ସେମିତି ଦେଖିବାକୁ ଗଲେ ଏହି ଝିଅର ସାହାସ ଯେତେ ପ୍ରଶଂସନୀୟ ତାହା କହିପାରିବା ଯଥେଷ୍ଟ ନୁହେଁ , ସତରେ ତନୁ କୁମାରୀ ବହୁତ୍ ସାହାସ ଦେଖାଇଛନ୍ତି, ଯଦି ମଣିଷ ନିଜ ଜୀବନରେ କେବେ ହାର୍ ମାନିବ ନାହିଁ ତେବେ ସେ ନିଜ ସ୍ୱପ୍ନକୁ ଦିନେ ନାଦିନେ ପୁରା କରିବ, ଏଥିପାଇଁ ମଣିଷକୁ ଲଗାତାର୍ ଚେଷ୍ଟା କରିବା ଉଚିତ୍ ।

Leave a Reply

Your email address will not be published. Required fields are marked *