October 23, 2024

Odia Express

Here, There and Everywhere

Selfi ନେବା ଚକ୍କରରେ ହଲାଲୀ ଡ୍ୟାମରେ ପଡିକରି ବହିଗଲେ ସ୍ତ୍ରୀ, ବେସାହାରା ପରି ଦେଖୁଥିଲା ସ୍ୱାମୀ

ବନ୍ଧୁଗଣ ସେଲଫି ନେବାରେ ବହୁତ ଲୋକ ଆପଣ ଦେଖିଥିବେ, ଓ ସେଲଫି ନେବାପାଇଁ ତାଙ୍କ ପାଗଳାମୀ ଆପଣ ବହୁତଥର ଦେଖିଥିବେ । ଏମିତି ପାଗଳାମୀ ଏମିତି ବହୁତ ଥର ଜୀବନପ୍ରତି ବିପଦରେ ପକାଇଦିଏ, ଓ ବହୁତଥର ଏମିତି ଦୁର୍ଘଟଣାର ଶିକାର ବି ହୋଇଯାଆନ୍ତି, ନିଜ ଜୀବନ ହାରିବାକୁ ପଡେ, ଭୋପାଳରେ ଏମିତି ଏକ ଦୁର୍ଘଟଣାର ଖବର ଆସୁଛି ଯେଉଁଠି ଏକ ମହିଳା ସେଲଫି ନେବାରେ ବେଳେ ବହିଗଲେ, ଓ ନିଜ ଜୀବନ ହରାଇବସିଲେ, ଭୋପାଳ ସ୍ଥିତ ହଲାଲି ଡ୍ୟାମ୍ ବୁଲିବାକୁ ଆସିଥିବା ଏକ ଡାକ୍ତର ପାଇଁ ଜୀବନ ସାରା ଶୋକ ଦେଇଗଲା, ଡ୍ୟାମ୍ ପାଖରେ ତାଙ୍କ ସ୍ତ୍ରୀ ସେଲଫି ନେଉଥିଲେ, ତେବେ ତାଙ୍କର ବାଲାନ୍ସ ହରାଇଲେ ଓ ସେ ୧୦ ରୁ ୧୨ ଫୁଟ୍ ତଳେ ପଡିଯାଇଥିଲେ ।

ଭୋପାଳର କୋଲାର୍ ରେ ରହୁଥିବା ଡାକ୍ତର ଉତ୍କର୍ଷ ମିଶ୍ରା ନିଜ ସ୍ତ୍ରୀ ହିମାନୀ ମିଶ୍ରାଙ୍କ ସହ ଭୋପାଳରେ ପ୍ରାୟ ୪୦ କିମି ଦୁର ହଲାଲୀ ବନ୍ଧ ଦେଖିବାକୁ ଯାଇଥିଲେ, ରବିବାରକୁ ଛୁଟି ହେବା କାରଣରୁ ଏଠାରେ ବହୁତ ସଂଖ୍ୟାରେ ଲୋକେ ଦର୍ଶନ୍ କରି ଆସନ୍ତି ।ଡାକ୍ତର ଉତ୍କର୍ଷ ନିଜ ସ୍ତ୍ରୀ ସହ୍ ବୁଲିବାକୁ ଆସିଥିଲେ, ସେ କହିଲେ କି ସେ ମୋବାଇଲ୍ ରୁ ନିଜ ମେସେଜ୍ ଚେକ୍ କରିଥିଲେ, ତାଙ୍କ ସ୍ତ୍ରୀ ସେଲଫି ନେବା ଆରମ୍ଭ  କରିଦେଇଥିଲେ, ଓ ସେଲଫି ନେବା ସମୟରେ କିପରି ତାଙ୍କ ସନ୍ତୁଳନ ବିଗିଡିଗଲା, ଓ ସେ ୧୦ରୁ ୧୨ ଫୁଟ ପାଣିରେ ଯାଇପଡିଲେ, ଓ ସେ ପାଣିରେ ବହିଗଲେ, ଦେଖୁ ଦେଖୁ ମୋର ସ୍ତ୍ରୀ ମୋର ଆଖିର ସାମ୍ନାରେ ଗାୟବ ହୋଇଗଲେ ।

ଏହି ଘଟଣାପରେ ରେସକ୍ୟୁ ଟିମ୍ ପହଞ୍ଚିଥିଲେ ଓ ରେସକ୍ୟୁ ଅପରେସନ୍ ଚଲାଗଲା, ଏହି ଅପରେସନ୍ ରାତିସାରା ଚାଲିଲା କିନ୍ତୁ ବଡିକୁ ଖୋଜିପାରିଲେ ନାହିଁ, ସୋମବାର ସକାଳୁ ପୁଣି ରେସକ୍ୟୁ ଟିମ୍ ଅପରେସନ୍ ଚଲାଇଲା।କିନ୍ତୁ ମହିଳାଙ୍କ କିଛି ବି ସୁରାଗ ମିଳିପାରିଲା ନାହିଁ, ମହିଳା ବଞ୍ଚିବାର ଆଶା ବହୁତ କମ୍ ବୋଲି ଜଣାଯାଉଛି ।

Leave a Reply

Your email address will not be published. Required fields are marked *