October 19, 2024

Odia Express

Here, There and Everywhere

ପାଠପଢାରେ Kajol ଲାଗୁନଥିଲା ମନ, 16 ବର୍ଷର ବୟସରେ ବଡ ପର୍ଦାରେ କରିଥିଲେ ଏଣ୍ଟ୍ରି, ଦେଖନ୍ତୁ କିଭଳି ଥିଲା ତାଙ୍କ କାହାଣୀ

ବଲିଉଡ୍ ଇଣ୍ତଷ୍ଟ୍ରିରେ ଜଣାଶୁଣା ଅଭିନେତ୍ରୀ କାଜୋଲ୍ ସେମିତି କିଏ ବା ନ ଜାଣେ, ସେ ନିଜ ଶାନଦାର୍ ଅଭିନୟ ରୁ ଲୋକଙ୍କ ହୃଦୟରେ ଏକ ଖାସ୍ ଜାଗା ବନାଇପାରିଥିଲେ, କାଜୋଲ୍ ୯୦ ଦଶକରୁ ଏବେ ନେଇକରି ଗୋଟେ ରୁ ବଳି ଗୋଟେ ଫିଲ୍ମରେ କାମ କରିଥିଲେ, ଓ ଲୋକେ ଅଭିନେତ୍ରୀଙ୍କ ଅଭିନୟର ପ୍ରଶଂସା କରିବାରେ କେବେ ଥକନ୍ତି ନାହିଁ, ଆପଣଙ୍କୁ କହିଦେବୁ କି କାଜୋଲ୍ ଙ୍କ ଜନ୍ମ ୫ ଅଗଷ୍ଟ ୧୯୭୪ ମସିହାକୁ ହୋଇଥିଲା, ସେ ଏବେ ୪୭ ବର୍ଷିୟ ହୋଇସାରିଛନ୍ତି, ଆଜି ଆମେ ଆପଣଙ୍କୁ ତାଙ୍କ ଜନ୍ମଦିନ ଅବସରରେ ତାଙ୍କ ସହ ଯୋଡିହୋଇଥିବା କିଛି ମହତ୍ତ୍ୱପୁର୍ଣ୍ଣ କଥା ବିଷୟରେ ଜଣାଇବୁ ।

ବଲିଉଡ୍ ରେ ଜଣାଶୁଣା ଅଭିନେତ୍ରୀ କାଜୋଲ୍ ଆଜି ତାଙ୍କର ୪୭ ତମ ଜନ୍ମଦିନ ପାଲୂଛନ୍ତି, ଏହି ମଉକାରେ ତାଙ୍କର୍ କିଛି ପୁରୁଣା ଫଟୋ ଦେଖିବା ସହ ତାଙ୍କ ବିଷୟରେ ଜାଣିବା, ଆପଣଙ୍କୁ କହିଦେବୁ କି କାଜୋଲ୍ ତନୁଜା ଓ ଶୋମୁ ମୁର୍ଖାଜୀଙ୍କ ଝିଅ ଅଟନ୍ତି, ଯେବେ କାଜୋଲ୍ ନିଜ କ୍ୟାରିୟରର ଶିଖରରେ ଥିଲା ତେବେ ସେ ବିବାହ କରିନେଇଥିଲେ କିନ୍ତୁ ଏହା ପରେ ବି କାଜୋଲ୍ ଙ୍କ ପ୍ରତି ତାଙ୍କ ଫ୍ୟାନ୍ସ ମାନଙ୍କର ଭଲ ପାଇବା କମ୍ ହୋଇନାହିଁ  । ଏବେ କାର ସମୟରେ କାଜୋଲ୍ ଙ୍କ ଗଣନା ହିନ୍ଦୀ ସିନେମା ଜଗତରେ ଦିଗଜ୍ଜ ଅଭିନେତ୍ରୀଙ୍କ ହିସାବରେ କରାଯାଏ

କାଜୋଲ୍ ନିଜ ଫିଲ୍ମି କ୍ୟାରିୟରରେ ବଲିଉଡ୍ ରେ ବହୁତ ବଡ ବଡ ଅଭିନେତାଙ୍କ ସହ କାମ କରିଛନ୍ତି, ଶାହାରୁଖ୍ ଖାନ୍ ଓ କାଜୋଲ୍ ଙ୍କ ଫିଲ୍ମ ଦିଲୱାଲେ ଦୁଲହନିଆଁ ଲେ ଜାୟେଗେଁ ସୁପରହିଟ୍ ହୋଇଥିଲା, ଆଜି ବି କାଜୋଲ୍ ସେହି ଭୁମିକାକୁ ଲୋକେ ମନେ ରଖିଛନ୍ତି, କାଜୋଲ୍ ଓ ସାହାରୁଖ୍ ଖାନ୍ ଙ୍କ ଯୋଡି ଆଜି ସିନେମା ଜଗତରେ ସବୁଠାରୁ ସୁପରହିଟ୍ ଯୋଡି ଭାବେ ଜଣାଯାଏ । ଆପଣଙ୍କୁ କହିଦେବୁ କି କାଜୋଲ୍ ଛୁଆ ବେଳ ସମୟରେ ଜିଦ୍ଧି ସ୍ୱଭାବର ଥିଲେ, ସେ ଥରେ ଯେଉଁ କଥା ନିଷ୍ପତ୍ତି ନେଇଯାଉଥିଲେ ସେ ତାକୁ କରିଦେଉଥିଲେ

କାଜୋଲ୍ ବଲିଉଡ୍ ରେ ନିଜ କ୍ୟାରିୟର୍ ୧୯୯୨ ରେ ଫିଲ୍ମ ବେଖୁଦିରୁ କରିଥିଲେ, ଏହାପରେ କାଜୋଲ୍ ବଲିଉଡ୍ ଇଣ୍ତଷ୍ଟ୍ରିରେ ଗୋଟେ ରୁ ବଳି ଗୋଟେ ଫିଲ୍ମ ରେ ଅଭିନୟ କରିଥିଲେ, ଓ ବଡ ପରଦାରେ ସେ ନିଜ ଅଲଗା ଛାପ ଛାଡିଥିଲେ, ଆପଣଙ୍କୁ କହିଦେବୁ କି ଆଶ୍ଚର୍ଯ୍ୟ ହେବ କି କାଜୋଲ୍ ସେହି ସମୟରେ ନିଜ ପାଠପଢା ଛାଡିକରି ପାଦ ରଖିଥିଲେ, ଅଭିନୟ ପାଇଁ ନିଜ୍ ପାଠପଢା ମଧ୍ୟରେ ଛାଡିଦେଇଥିଲେ

୧୯୯୩ ରେ ଫିଲ୍ମ୍ ବାଜିଗର୍ ରିଲିଜ୍ ହୋଇଥିଲା, ଯିଏ ସୁପରହିଟ୍ ପ୍ରମାଣିତ ହୋଇଥିଲା, ଏହି ଫିଲ୍ମରେ କାଜୋଲ୍ ଖାନ୍ ଅପୋଜିଟ୍ ରେ ନଜର ଆସିଥିଲେ, ଏହି ଫିଲ୍ମ ପରେ କେବେ ପଛକୁ ବୁଲିକରି ଦେଖିନାହାନ୍ତି, କାଜୋଲ୍ ନିଜ ଫିଲ୍ମ କ୍ୟାରିୟରରେ କରନ୍ ଅର୍ଜୁନ୍, ଦିଲୱାଲେ ଦୁହ୍ଲନିଆଁ ଲେ ଜାୟେଗେଁ ,ଗୁପ୍ତ, କୁଛ୍ କୁଛୁ ହୋତା ହେ, କଭି ଖୁସି କଭି ଗମ୍, ଦିଲୱାଲେ, ତାନାଜି ସହ ବହୁତ ଫିଲ୍ମରେ କାମ କରିଥିଲେ, ଓ ସେ ନିଜ ଅଭିନୟରୁ ଦର୍ଶକଙ୍କ ହୃଦୟ ଜିତିବାରେ ସଫଳ ହୋଇଥିଲେ ।

ସାହାରୁଖ୍ ଖାନ୍ ଓ କାଜୋଲ୍ ଫିଲ୍ମ ଦିଲୱାଲେ ଦୁହ୍ଲନିଆଁ ଲେ ଜାୟେଙ୍ଗେ ହିନ୍ଦୀ ସିନେମା ଶାନଦାର୍ ଫିଲ୍ମ ରୁ ଗୋଟେ ଥିଲା, ଏହା ଛଡା କାଜୋଲ୍ ଫିଲ୍ମ କୁଛ୍ କୁଛ୍ ହୋତା ହେ, କଭି ଖୁସି କଭି ଗମ୍, ଫନା, ମାଇ ନେମ୍ ଇଜ୍ ଖାନ୍ ପାଇଁ ଫିଲ୍ମ ଫେୟାର୍ ରେ ସର୍ବଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିସାରିଛି, ୧୯୯୭ ରେ କାଜୋଲ୍ ଫିଲ୍ମ ଗୁପ୍ତ୍ ରୁ ଆସିଥିଲା, ଏହି ଫିଲ୍ମରେ ଅଭିନେତ୍ରୀ ଭିଲେନ୍ ଭୁମିକା ନିଭାଇଥିଲେ, ଯାହାପାଇଁ ସେ ଫିଲ୍ମ ଫେୟାର୍ ସର୍ବଶ୍ରେଷ୍ଠ ଖଳନାୟିକା ପୁରସ୍କାର ମିଳିସାରିଛି, ୨୦୧୧ ରେ ଅଭିନେତ୍ରୀ କାଜଲ୍ ପଦଶ୍ମୀ ପୁରସ୍କାରରେ ସମ୍ମାନିତ୍ କରାଯାଇଥିଲା ।

ଯଦି ଆମେ କାଜୋଲ୍ ଙ୍କ ପର୍ସନାଲ୍ ଲାଇଫ୍ ବିଷୟରେ କଥା ହେବା ସେ ୧୯୯୯ରେ ଅଭିନେତା ଅଜୟ ଦେବଗନଙ୍କ ସହ ବିବାହ କରିଥିଲେ, ଅଜୟ ଦେବଗନ ଓ କାଜୋଲ୍ ଙ୍କ ଯୋଡି ବଲିଉଡ୍ ର ଶାନଦାର୍ ଯୋଡିରୁ ଗୋଟେ ଜଣାଯାଆନ୍ତି, ଏହି ଦୁହେଁଙ୍କ ଦୁଇଟି ପୁଅ ଝିଅ ଅଛନ୍ତି ତାଙ୍କ ନାଁ ହେଲା ନ୍ୟାସା ଓ ଯୁଗ୍, ଅଜୟ ଦେବଗନ ଓ କାଜୋଲ୍ ଏକା ସାଙ୍ଗରେ ଇସ୍କ, ପ୍ୟାର୍ ତୋ ହୋନା ହିଁ ଥା, ରାଜୁ ଚାଚା, ୟୁ ମି ଔର୍ ହମ୍ ଦିଲ୍ କ୍ୟା କରେ, ତାନାଜି ପରି ଫିଲ୍ମରେ କାମ କରିସାରିଛନ୍ତି ।

Leave a Reply

Your email address will not be published. Required fields are marked *