June 23, 2025

Odia Express

Here, There and Everywhere

6 ଟି ହେଲିକାପ୍ଟର କିଣିକରି ଆଣିଲା Punjab ର କବାଡି ବାଲା, ସହରରେ ପହଞ୍ଚିଲା ତ ଦେଖିବା ଲୋକଙ୍କର ଲାଗିଗଲା ଭିଡ

ମେସିନ୍ ଅଧିକାଂଶ ଥର ମଣିଷଙ୍କୁ ନିଜ ଆଡକୁ ଆକର୍ଷିତ କରେ , କେବେ ଜେସିବି ଓ କ୍ରେନ୍ ଦେଖିବାପାଇଁ ଲୋକଙ୍କର୍ ଭିଡ ଲାଗିଯାଏ , ତ କେବେ କବାଡ ହୋଇସାରିଥିବା ହେଲିକାପ୍ଟର ସହ ଲୋକେ ସେଲଫି ନେବା ଆରମ୍ଭ କରିଦିଅନ୍ତି, ହଁ ଆଜ୍ଞା ପଞ୍ଜାବର ମାନସାରେ କବାଡ ହୋଇସାରିଥିବା ହେଲିକାପ୍ଟର ଦେଖିବାପାଇଁ ଓ ତାହା ସହ ଫଟୋ ଉଠାଇବା ପାଇଁ ଲୋକଙ୍କର ଭିଡ ଲାଗିଛି । ପଞ୍ଜାବର ମାନସାରେ ରହୁଥିବା ଜଣାଶୁଣା କବାଡି ବାଲା ମିଠୁ କବାଡି ଙ୍କ ପୁଅ ଡିମ୍ପଲ୍ ଅରୋଡା ଉତ୍ତର ପ୍ରଦେଶର୍ ସହାରନପୁର ଜିଲ୍ଲାର ସରସାବା ଏୟାରବେସ୍ ଷ୍ଟେସନରୁ ଏୟାରଫୋର୍ସର ଛଟି ହେଲିକାପ୍ଟର କିଣିଆଣିଲେ ଏହି ହେଲିକାପ୍ଟର ମୁଲ୍ୟ ୭୨ ଲକ୍ଷ ଟଙ୍କା ଅଟେ, ତଥା ପ୍ରତି ହେଲିକାପ୍ଟରର୍ ଭାର ୧୦ ଟନ୍ ହେବ

ଏହି ହେଲିକାପ୍ଟର ଅନଲାଇନ୍ ନିଲାମୀ ମାଧ୍ୟମରେ କିଣାଯାଇଛି , କିଣିବା ସହ ଏଥିରେ ତିନୋଟି ହେଲିକାପ୍ଟର ତଥା ବାକି ତିନୋଟି ହେଲିକାପ୍ଟର ଡିମ୍ପଲ୍ ସୋମବାର ସଂନ୍ଧ୍ୟାକୁ ମାନସା ନେଇଆସିଥିଲେ , ହେଲିକାପ୍ଟର ମାନସା ପହଞ୍ଚିବା ପରେ ଏହାକୁ ଦେଖିବା ଲୋକଙ୍କର ଭିଡ ଲାଗିଗଲା, ଏବେ ଲୋକେ ଏହାସହ ସେଲଫି ନେଉଛନ୍ତି । କବାଡ ହେଲିକାପ୍ଟର ଦେଖିବାପାଇଁ ଡିମ୍ପଲ୍ ଙ୍କ କହିବା କଥା କି କବାଡିର ଏହି କାମ ତାଙ୍କ ବାପା ମିଠୁ ୧୯୮୮ ରେ ଆରମ୍ଭ କରିଥିଲେ, ସମୟର ସହ ତାଙ୍କ କାମ ଏତେ ବଢିଗଲା କି ଆଜିର ସମୟରେ ତାଙ୍କର ୬ ଏକର କବାଡି ଖାନା ଅଛି, ଡିମ୍ପଲ୍ କେବଳ ନିଜ କ୍ଷେତ୍ର ମାନସା କିମ୍ବା ଅନ୍ୟ ରାଜ୍ୟ ପଞ୍ଜାବରୁ ନୁହେଁ ବରଂ ପୁରା ଦେଶର ଅଲଗା ଅଲଗା ଭାଗରୁ କବାଡ କିଣିକରି ଆଣନ୍ତି

ଡିମ୍ପଲ୍ ଏହି କବାଡ୍ ହୋଇସାରିଥିବା ହେଲିକାପ୍ଟର୍ ବିଷୟରେ ତେବେ ଜଣାଗଲା ଯେବେ ତିନି ମାସ ପୁର୍ବରୁ ସେ କବାଡ କିଣିବାପାଇଁ ଅନଲାଇନ୍ ସର୍ଚ୍ଚ କରୁଥିଲେ, ଏହି ସମୟରେ ତାଙ୍କୁ ଏୟାରଫୋର୍ସରେ ହେଉଥିବା କବାଡର ନିଲାମୀ ବିଷୟରେ ଜଣାପଡିଲା, ସୁଚନା ମିଳିଲା କି ଛଅଟି ହେଲିକାପ୍ଟର ନିଲାମୀ ହେବାର ଅଛି, ଏମିତିରେ ସେ ଏହି ହେଲିକାପ୍ଟରକୁ ୧୨ ଲକ୍ଷ ପ୍ରତି ହେଲିକାପ୍ଟର ଦାମ୍ ରେ ୭୨ ଲକ୍ଷରେ କିଣିଦେଲେ, ତିନୋଟି ହେଲିକାପ୍ଟର ତ କିଣିବାର କିଛି ସମୟରେ ବିକ୍ରି ହୋଇଗଲା, ବାକି ଡିମ୍ପଲ୍ ମାନସା ଆଣିବାକୁ ଯାଊଥିଲେ କିନ୍ତୁ ଲକ ଡାଉନ୍ ଯୋଗୁଁ ଡେରି ହୋଇଗଲା

ଏବେ ଗତ ସୋମବାର ସଂନ୍ଧ୍ୟାକୁ ଏହି ତିନୋଟି  ହେଲିକାପ୍ଟର କୁ ଟ୍ରଲର୍ ରେ ଲଦିକରି ମାନସା ଆଣାଗଲା, ସରସାବା ରୁ ମାନସା ଆଣିବାପାଇଁ ଡିମ୍ପଲ୍ ଙ୍କୁ ଭଡାରେ ଏକ ହେଲିକାପ୍ଟର ପାଇଁ ୭୫ ହଜାର ଦେବାକୁ ପଡିଲା, ଏବେ ଏହି ହେଲିକାପ୍ଟରକୁ ଦେଖିବାପାଇଁ ଲୋକ ବଡ ସଂଖ୍ୟାରେ ଭିଡ ଜମାଇଛନ୍ତି, ନିଜ ସ୍ମରଣୀୟ ମୁହୁର୍ତ୍ତ ପାଇଁ ନିଜ ଛୁଆଙ୍କ ସହ ହେଲିକାପ୍ଟର ପାଖରେ ଠିଆ ହୋଇ ସେଲଫି ନେଉଛନ୍ତି ।

୬ ମାସରୁ ତିନୋଟି ହେଲିକାପ୍ଟର ଦେଖୁ ଦେଖୁ ବିକ୍ରି ହୋଇଗଲା, ଡିମ୍ପଲ୍ ଅରୋଡା ଅନୁସାରେ ଏକ ହେଲିକାପ୍ଟର କୁ ଲୁଧିଆନାର ରୋଡ୍ ରେ ସ୍ଥିତ ଏକ ରିଜୋର୍ଟ ମାଲିକ କିଣିଲେ, ଯେବେ କି ଦ୍ୱିତୀୟ ହେଲିକାପ୍ଟର୍ ଚଣ୍ତିଗଡର ଏକ ବ୍ୟକ୍ତି ମଡେଲ୍ ରୁପରେ ସଜାଇବାପାଇଁ କିଣିଥିଲେ , ତଥା ତୃତୀୟ ହେଲିକାପ୍ଟର ମୁମ୍ବାଇର ଏକ ଫିଲ୍ମ ନିର୍ମାତା କିଣିଥିଲେ ।

Leave a Reply

Your email address will not be published. Required fields are marked *