October 19, 2024

Odia Express

Here, There and Everywhere

ଅଣ୍ତା ଓ କ୍ଷୀରର ଏକା ସାଙ୍ଗେ ସେବନ କରିଲେ Health ପାଇଁ ଠିକ୍ ଅଟେ କି ନାହିଁ ଜାଣନ୍ତୁ ଏହି ପ୍ରଶ୍ନର ଉତ୍ତର

ଖାଦ୍ୟପାନ କିଛି ଜିନିଷ ଆମେ ମାନେ ସବୁଦିନ ଖାଇଥାଉ, କିନ୍ତୁ ସେଥିରୁ ନେଇକରି ମନରେ କିଛି ନା କିଛି ପ୍ରଶ୍ନ ଉଠିଥାଏ, ଏହି ଜିନିଷରେ ଦୁଇଟି ଜିନିଷ ଅଛି ଯାହା ହେଲା ଅଣ୍ତା ଓ କ୍ଷୀର, ବହୁତ ଲୋକ ବ୍ରେକ୍ ଫାଷ୍ଟରେ ଅଣ୍ତା ଓ କ୍ଷୀରକୁ ଏକାସାଙ୍ଗରେ ଖାଆନ୍ତି, କିଛି ଲୋକ ଅଣ୍ତାକୁ କଞ୍ଚା ଖାଇଦିଅନ୍ତି, ଓ କ୍ଷୀରକୁ ପିଇଦିଅନ୍ତି, ସେମିତି କିଛି ଲୋକ ଅଣ୍ତାକୁ ସିଝାଇକରି ଖାଆନ୍ତି, ଓ ତାପରେ କ୍ଷୀର ପିଇଦିଅନ୍ତି, ଏମିତି ଲୋକଙ୍କର୍ ମନରେ ଏକ ପ୍ରଶ୍ନ ଆସିଥାଏ, ଯାହା ଭାସିଥାଏ, ସେ ପ୍ରଶ୍ନ ଅଟେ କି କଣ ଅଣ୍ତା ଓ କ୍ଷୀରର ସେବନ ଏକା ସାଙ୍ଗେ କରିବା ସ୍ୱାସ୍ଥ୍ୟ ପାଇଁ ଠିକ୍ ଅଟେ, ଯଦି ଆପଣଙ୍କ ମନରେ ଅଣ୍ତା ଓ କ୍ଷୀର ଏକା ସହ ସେବନକୁ ନେଇକରି ପ୍ରଶ୍ନ ଆସେ ତେବେ ଏହାର୍ ଜବାବ୍ ଏହିଠାରେ ଜାଣନ୍ତୁ ।

ସେମିତି ଅଣ୍ତା ଓକ୍ଷିରରେ ଦୁହେଁରେ ପ୍ରୋଟିନ୍ ହୋଇଥାଏ, କିନ୍ତୁ ଏହି କଥା ସଠିକ୍ ଯେ ଅଣ୍ତାରେ କ୍ଷୀର ତୁଳନାରେ ଅଧିକା ମାତ୍ରାରେ ପ୍ରୋଟିନ୍ ହୋଇଥାଏ , କ୍ଷୀରର ତୁଳନାରେ ଅଣ୍ତାରେ ୩୦୫ ପ୍ରତିଶତ ଅଧିକା ପ୍ରୋଟିନ୍ ହୋଇଥାଏ, ସେମିତି ଫ୍ୟାଟ୍ କଥା କହିଲେ ଅଣ୍ତାରେ ଫ୍ୟାଟ୍ ମାତ୍ରାରେ କ୍ଷୀରରେ ୧୭୫ ପ୍ରତିଶତ ଅଧିକା ହୋଇଥାଏ, ଏନର୍ଜୀ କଥା କହିଲେ ୧୦୦ ଗ୍ରାମ କ୍ଷୀରରୁ ଆପଣଙ୍କୁ ୬୧ କେସିଏଲ୍ ଉର୍ଜା ମିଳିଥାଏ ତେବେ ୧୦୦ ଗ୍ରାମ ଅଣ୍ତାରେ ୧୪୩ କେସିଏଲ୍ ଉର୍ଜା ମିଳିଥାଏ ।

ଅଣ୍ତା ଓ କ୍ଷୀରର ସେବନ ଏକା ସାଙ୍ଗେ କରିପାରିବେ କିମ୍ବା ଏବେ ଜାଣନ୍ତୁ ଏହାର ଉତ୍ତର ଯଦି ଆପଣ କ୍ଷିର ସହ କଞ୍ଚା ଅଣ୍ତାକୁ ସେବନ କରନ୍ତି, ତେବେ ଏମିତି କରନ୍ତୁ ନାହିଁ, ଏଥିରେ ଆପଣଙ୍କ ସ୍ୱାସ୍ଥ୍ୟ ସଂବନ୍ଧୀ ଅସୁବିଧା ହୋଇପାରେ, କଞ୍ଚା ଅଣ୍ତା ସହ କ୍ଷୀରର ସେବନ କରିଲେ ଫୁଡ୍ ପଏଜନିଙ୍ଗ୍, ପେଟ୍ ଖରାପ ହୋଇପାରେ, ଯଦି ଆପଣ୍ କଞ୍ଚା ଅଣ୍ତା ଓ କ୍ଷୀରର ସେବନ କରିବାକୁ ଚାହଁନ୍ତି ତେବେ ଦୁହେଁଙ୍କ ମଧ୍ୟରେ ୧ ଘଣ୍ଟାରୁ ୨ ଘଣ୍ଟା ବ୍ୟବଧାନ ରଖନ୍ତୁ, ଆପଣ ସିଝା ଅଣ୍ତା ସହ କ୍ଷୀରର୍ ସେବନ କରନ୍ତୁ ଅଣ୍ତାକୁ ଭାଜିକରି ଖାଇଲେ ସେଥିରୁ ପ୍ରୋଟିନ୍ ସହଜରେ ଶରୀରରୁ ଅବଶୋଷିତ ହୋଇଯାଏ , ଓ ଏହା ସହ ସ୍ୱାସ୍ଥ୍ୟ ସଂବନ୍ଧି କିଛି ପ୍ରକାରର୍ ସମସ୍ୟା ରୁହେ ନାହିଁ ।

Leave a Reply

Your email address will not be published. Required fields are marked *