October 22, 2024

Odia Express

Here, There and Everywhere

ଭଗବାନ Shiva ଙ୍କର ମନ୍ଦିରର ସବୁ ଜାଗାରେ ହୋଇଥାଏ ନନ୍ଦୀଙ୍କ ପୁଜା, ଜାଣନ୍ତୁ ଏହା ସହ ଯୋଡି ହୋଇଥିବା Story

ଭଗବାନ ଶିବଙ୍କୁ ଦେବଙ୍କ ଦେବ କୁହାଯାଏ , ଏମିତି ମାନାଯାଏ କି ଯେଉଁ ବ୍ୟକ୍ତି ସଚ୍ଚା ମନରେ ଭଗବାନ ଶିବଙ୍କର ପୁଜା ଅର୍ଚ୍ଚନା କରେ ତାର ସବୁ ମନୋକାମନା ପୁରା ହୋଇଥାଏ, ଭଗବାନ ଶିବଜୀ ସବୁ ଦେବତାଙ୍କ ମଧ୍ୟରେ ସବୁଠାରୁ ଅଧିକା ପ୍ରସନ୍ନ ହେଉଥିବା ଦେବତା ଅଟନ୍ତି, ଆମର ଦେଶ ସାରା ଭଗବାନ ଶିବଙ୍କର ବହୁତ ସାରା ମନ୍ଦିର ଅଛି, ଏହି ମନ୍ଦିରରେ ଭକ୍ତଙ୍କ ବହୁତ ଭିଡ ଦେଖିବାକୁ ମିଳେ, ଶିବଜୀ ଏମିତି ବହୁତ ଚମତ୍କାରୀକ ମନ୍ଦିର ଅଛି ଯାହାର ବିଶେଷତା ଓ ଚମତ୍କାର ପାଇଁ ଦୁନିଆଁ ସାରା ଲୋକପ୍ରିୟ ହୋଇଛି ।ଯଦି ଆପଣ ଭଗବାନ ଶିବଙ୍କର ଭକ୍ତ୍ ଅଟନ୍ତି ଓ ତାଙ୍କୁ ସର୍ବଦା ଭକ୍ତି କରନ୍ତି, ତେବେ ଆପଣ ଧ୍ୟାନ ଦେଇଥିବେ କି ସବୁ ମନ୍ଦିରରେ ଯେଉଁଠି ଶିବଜୀ ବିରାଜମାନ ହୋଇଛନ୍ତି ସେଠାରେ ନନ୍ଦୀ ହୋଇଥାନ୍ତି

ଭଗବାନ ଶିବଙ୍କର ସହ ନନ୍ଦୀ ମହାରାଜଙ୍କ ବି ପୁଜା କରାଯାଏ, କିନ୍ତ୍ କଣ ଆପଣଙ୍କୁ ଜଣାଅଛି କି ନନ୍ଦୀଙ୍କର ପୁଜା କଣପାଇଁ କରାଯାଏ , ଭଗବାନ ଶିବଙ୍କ ସହ ସବୁ ଜାଗାରେ ତାଙ୍କ ବାହାନ ନନ୍ଦୀଙ୍କୁ କଣପାଈଁ ପୁଜା କରାଯାଏ , ଆଜି ଆମେ ଏହି ବିଷୟରେ ଏକ କାହାଣୀ କହିବୁ । ପୁରାଣରେ ଏହି କଥା ବିଷୟରେ କୁହାଯାଇଛି ଗୋଟେ ସମୟରେ ଶିଳାଦ ନାମକ ଏକ ରୁଷିଥିଲେ, ଯିଏ ବହୁତ ଦିନରୁ ଶିବଙ୍କର ତପସ୍ୟା କରୁଥିଲେ, ଭଗବାନ ଶିବ ସେହି ରୁଷିଙ୍କର ତପସ୍ୟାରେ ପ୍ରସନ୍ନ ହେଲେ ଓ ଭୋଳାନାଥ ତାଙ୍କୁ ନନ୍ଦୀଙ୍କ ରୁପରେ ପୁତ୍ର ସନ୍ତାନ ଦେଲେ, ଶିଳାଦ ରୁଷି ଏକ ଆଶ୍ରମରେ ରହୁଥିଲେ, ଓ ତାଙ୍କ ପୁଅ ସେହି ଆଶ୍ରମରେ ଶିକ୍ଷା ପ୍ରାପ୍ତ କରୁଥିଲା, ଗୋଟେ ସମୟ ଥିଲା ଯେବେ ରୁଷି ଆଶ୍ରମରେ ମିତ୍ର ଓ ବରୁଣ ନାମକ ଦୁଇଜଣ ସନ୍ଥ ଆସିଥିଲେ , ଯାହାଙ୍କ ସେବାର ଦାୟିତ୍ୱ ରୁଷି ନିଜ ପୁଅ ନନ୍ଦିଙ୍କୁ ଦେଇଥିଲେ ।

ଶିଳାଦ ରୁଷିଙ୍କ ପୁଅ ନନ୍ଦି ସେହି ଦୁହେଁ ସନ୍ଥଙ୍କ ବହୁତ ସେବା କଲେ, ସନ୍ଥ ଯେବେ ଆଶ୍ରମରୁ ଯାଉଥିଲେ ତେବେ ସେ ଶିଳାଦ ରୁଷିଙ୍କୁ ଲମ୍ବା ଆୟୁର ଆଶିର୍ବାଦ ଦେଇଦେଲେ, କିନ୍ତୁ ନନ୍ଦୀକୁ ଦେଲେନାହିଁ, ଏହି କଥାରେ ଶିଳାଦ ରୁଷି ବହୁତ ଚିନ୍ତିତ ହୋଇଗଲେ, ଓ ସେ ଚିନ୍ତାରେ ଆସି ସନ୍ଥଙ୍କ ଆଗରେ ଏହି କଥାର୍ କାରଣ ପଚାରିଲେ, କିଛି ସମୟଭାବିବାପରେ ସନ୍ଥ କହିଲେ ନନ୍ଦୀ ଅଳ୍ପାୟୁ ଅଛି, ଏହା ଶୁଣିକରି ଶିଳାଦ ରୁଷି ପାଦ ତଳୁ ମାଟି ଖସିଗଲା, ଏହି କଥାକୁ ନେଇକରି ରୁଷି ଅଧିକା ଚିନ୍ତିତ ହୋଇଗଲେ । ଥରେ ନନ୍ଦୀ ନିଜ ପିତା ଶିଳାଦଙ୍କୁ ଚିନ୍ତିତ ହେବା ଦେଖି ପଚାରିଦେଲେ କଣ ପାଇଁ ଚିନ୍ତିତ ଅଛ

ଶିଳାଦ ରୁଷି ନିଜ ପୁଅକୁ କହିଲେ କି ସନ୍ଥ କହିଲେ କି ତୁମେ ଅଳ୍ପାୟୁ ହେବ, ଏଥିପାଈଁ ମୁଁ ବହୁତ ଚିନ୍ତାରେ ଅଛି, ଯେବେ ବାପାଙ୍କର କଥା ନନ୍ଦୀ ଶୁଣିଲେ ତେବେ ସେ ହସିବାକୁ ଲାଗିଲେ, ଓ କହିଲେ ଭଗବାନ ଶିବ ମୋତେ ଆପଣଙ୍କୁ ଦେଇଛନ୍ତି, ଏମିତିରେ ମୋର ରକ୍ଷା କରିବା ତାଙ୍କ ଦାୟିତ୍ୱ, ଏଥିପାଇଁ ଆପଣ ଚିନ୍ତିତ ହୁଅନ୍ତୁ ନାହିଁ । ନିଜ ବାପାଙ୍କୁ ନନ୍ଦୀ ଶାନ୍ତ କରି ଭୁବନନନ୍ଦି ତଟରେ ଭଗବାନ ଶିବଙ୍କର ତପସ୍ୟା କରିବା ଆରମ୍ଭ କରିଦେଲେ, ସେ ଦିନ ରାତି କଡା ତପସ୍ୟା କଲେ, ପରେ ନନ୍ଦିଙ୍କୁ ଶିବ ଦର୍ଶନ୍ ଦେଲେ

ଶିବନ୍ ନନ୍ଦୀଙ୍କୁ ତାଙ୍କର ଇଛା ପଚାରିଲେ ତ ନନ୍ଦୀ କହିଲେ କି ପୁରା ବୟସ ମୋର ଆପଣଙ୍କ ସହ ମୁଁ ରହିବାକୁ ଚାହୁଁଛି, ଭଗବାନ ଶିବ ନନ୍ଦିଙ୍କ ଏହି କଥା ଶୁଣି ବହୁତ୍ ଖୁସି ହେଲେ, ଓ ତାଙ୍କୁ କୁଣ୍ଢାଇଦେଲେ , ଶିବ ନନ୍ଦୀଙ୍କ ବଳଦ ଚେହେରା ଦେଲେ, ଓ କହିଲେ ତୁମେ ମୋର ବାହାନ, ନିଜ ମିତ୍ର, ନିଜ ଗଣର ସବୁଥାରୁ ଉତ୍ତମ ରୁପରେ ସ୍ୱିକାର୍ କରିନେଲି, ତେବେ ଠାରୁ ଶିବଜୀଙ୍କ ସହ ନନ୍ଦୀଙ୍କୁ ସ୍ଥାପନା କରାଯିବାକୁ ଳାଗିଲା, ଏହି କାରଣରୁ ଶିବଙ୍କର ସବୁ ମନ୍ଦିରରେ ନନ୍ଦୀଙ୍କର ପୁଜା କରାଯାଏ , ଏମିତି କୁହାଯାଏ କି ନନ୍ଦୀଙ୍କ ବିନା ଶିବଲିଙ୍ଗ୍ ଅଧୁରା ଅଟେ । ଓ ନନ୍ଦୀଙ୍କ କାନରେ ଯାହା ଆପଣଙ୍କ ମନୋସ୍କାମନା ଅଛି କହିଲେ ଶିବ ତାହା ନିଶ୍ଚିତ ଶୁଣିଥାନ୍ତି ଓ ଉତ୍ତମ ଫଳ ପ୍ରଦାନ କରନ୍ତି ।

Leave a Reply

Your email address will not be published. Required fields are marked *