October 25, 2024

Odia Express

Here, There and Everywhere

ଚାଷୀର 5 ଜଣ ଝିଅମାନେ ବାପାଙ୍କ ନାଁ କଲେ ଉଜ୍ଜଳ, ଦୁଇଜଣ ପୁର୍ବରୁ ହୋଇସାରିଛନ୍ତି ସିଲେକ୍ଟ, ଏବେ 3 ଜଣ ଏକା ସାଙ୍ଗେ ହେଲେ Officer

1 min read

ମହଜୁଦା ସମୟରେ ପୁଅ ଓ ଝିଅଙ୍କ ମଧ୍ୟରେ କିଛି ବି ଫରକ ନାହିଁ, ବହୁତ କ୍ଷେତ୍ରରେ ଝିଅମାନେ ନିଜ ବାପା ମାଙ୍କ ସହ ପୁରା ଦେଶର ନାଁ ଉଜ୍ଜଳ କରୁଛନ୍ତି, କିନ୍ତୁ ଆଜିକାଲିର ସମୟରେ ଏମିତି ବହୁତ ଲୋକ ଅଛନ୍ତି ଯିଏ ଝିଅଙ୍କ ଠାରୁ ଅଧିକା ପୁଅଙ୍କୁ ଇଚ୍ଛା ରଖନ୍ତି, ଯଦି ଘରେ ଝିଅ ଜନ୍ମ ନେଇଥାଏ ତେବେ କିଛି ଲୋକ ଚିନ୍ତିତ ହୋଇଯାଆନ୍ତି କିନ୍ତୁ ଝିଅ ଜନ୍ମ ହେଲେ ଘରେ ସମୃଦ୍ଧି ବଢେ, ଓ ଝିଅ ହିଁ ନିଜ ପରିବାର ସହ୍ ଦେଶର ନାଁ ଉଜ୍ଜଳ କରୁଛନ୍ତି । ବର୍ତ୍ତମାନ ସମୟରେ ଝିଅ କାହାଠାରୁ କମ୍ ନୁହନ୍ତି । ଆଜି ଆମେ ଏହି ଲେଖ ମାଧ୍ୟମରେ ରାଜସ୍ଥାନର ହନୁମାନଗଢ ଜିଲ୍ଲାର ଭୈରୁସରି ଗାଁର ତିନିଜଣ ଭଉଣୀଙ୍କ ବିଷୟରେ କହିବାକୁ ଯାଊଛୁ, ଯିଏ ଏକା ସାଙ୍ଗରେ RAS ରେ ସିଲେକ୍ଟ ହୋଇଥିଲେ

ଏହି ତିନି ଭଉଣୀ ଏକା ସାଙ୍ଗେ ଅଫିସର୍ ହୋଇ ଇତିହାସ ରଚିଲେ , ସେ ରାଜସ୍ଥାନ ପ୍ରଶାସନିକ ସେବାରେ ଚୟନିତ ହୋଇକରି ପରିବାର ଓ ଇଲାକାର ନାଁ ଉଜ୍ଜଳ କରିଛନ୍ତି । ଆପଣଙ୍କୁ କହିଦେବୁ କି ରାଜସ୍ଥାନର ହନୁମାନଗଢ ଜିଲ୍ଲାରେ ଭୈରୁସରି ଗାଁରେ ଚାଷୀ ସହଦେବ ସହାରଣଙ୍କ ପରିବାର ରହେ, ତାଙ୍କର ପାଞ୍ଚଜଣ ଝିଅ ଅଛନ୍ତି, ଓ ପାଞ୍ଚ ଜଣ ପୁରା ଇଲାକାରେ ମିଶାଲ୍ ହୋଇଛନ୍ତି, ତାଙ୍କର ଦୁଇଟି ବଡ ଝିଅ ପୁର୍ବରୁ ରାଜ୍ୟ ସେବାର ଅଧିକାରୀ ହୋଇଛନ୍ତି, ଝିଅଙ୍କର ଏହି ଉପଲ୍ଲବ୍ଧି ର ଚର୍ଚ୍ଚା ହନୁମାନଗଢ ନୁହେଁ ବରଂ ପୁରା ରାଜ୍ୟରେ ହେଉଛି, RAS ରେ ଚୟନିତ ହୋଇଥିବା ତିନି ଭଉଣୀ ରିତୁ, ଅଂଶୁ, ଓ ସୁମନ୍ ନିଜ କଡା ପରିଶ୍ରମ ବଳରେ ଏହା ପ୍ରମାଣିତ କରିଦେଲେ କି ଝିଅମାନେ ବୋଝ ନୁହନ୍ତି ।

ସହଦେବଙ୍କ ଏମିତି କହିବା କଥା କି ତାଙ୍କ ଦୁଇଟି ବଡ ଝିଅଙ୍କ ମଧ୍ୟରେ ଜଣେ ରୋମା ବର୍ଷ ୨୦୧୧ ଓ ଦ୍ୱିତୀୟ ମଞ୍ଜୁ ୨୦୧୨ ରେ ରାଜ୍ୟ ସେବାରେ ଚୟନ ହୋଇଥିଲା, ତେବେ ଛୋଟ ଭଉଣୀ କୁ ବି ପ୍ରେରଣା ମିଳିଲା, ଦୁହେଁ ବଡ ଭଉଣୀ ବି ତିନିଜଣ ଲଗାତାର ପଢାଇକରି ସାହାଯ୍ୟ କରୁଥିଲେ, ରିତୁ,ଅଂଶୁ, ଓ ସୁମନଙ୍କ କହିବା କଥାକି ଦୁଇ ବଡ ଭଉଣୀ ରାଜ୍ୟ ସେବାରେ ଚୟନ ହେବାପରେ ସେ ନିଜ ଲକ୍ଷ୍ୟ ତୟ କରିନେଇଥିଲେ, କି ସେ ଅଫିସର୍ ହେବାର ପ୍ରସ୍ତୁତି କରିବେ, ତିନିଜଣ RAS ଅଫିସର୍ ହେବାର ଲକ୍ଷ୍ୟ ରଖିଲେଓ ସେହି ହିସାବରେ ପ୍ରସ୍ତୁତି କଲେ, ସେ କହିଲେ କି ତିନିଜଣ ଗାଁର ସରକାରୀ ସ୍କୁଲରେ ଏକା ସାଙ୍ଗେ ପଞ୍ଚମ ଶ୍ରେଣୀ ଯାଏଁ ପାଠପଢିଥିଲେ, ଓ ତାପରେ ଅଲଗା ଅଲଗା ସ୍କୁଲରେ ପଢିଲେ ।

ଆପଣଙ୍କୁ କହିଦେବୁ କି ତିନିଜଣ ଭଉଣୀଙ୍କ ମଧ୍ୟରେ ଅଂଶୁ ଓବିସି ଗାର୍ଲସ୍ ରେ ୩୧, ରିତୁ ୯୬ ଓ ସୁମନ୍ ୯୮ ତମ ରାଙ୍କ୍ ହାସିଲ୍ କଲେ, ସେ ନିଜ ଏହି ସଫଳତା ଶ୍ରେୟ ମା ବାପାଙ୍କୁ ଦେଇଛନ୍ତି, ଏବେ ପାଞ୍ଚ ଜଣ ଝିଅ ଅଫିସର୍ ହେବାପରେ ତାଙ୍କ ବାପା ସହଦେବ କହନ୍ତି କି ପୁଅ ର ଇଚ୍ଛା ରଖୁଥିବା ଲୋକଙ୍କୁ ଏହା ଶିକ୍ଷା ପାଇବା ଉଚିତ୍ , ସେ କହିଲେ କି ଆମେ ଝିଅଙ୍କୁ କେବେ ଅଭିଷାପ ଭାବିନଥିଲୁ, ବର୍ଂ ତାଙ୍କୁ ହୀରା ପରି ଦେଖିଲୁ, ତାଙ୍କ ସବୁ କଥାରେ ଧ୍ୟାନ ଦେଲୁ, ସହଦେବ କହିଲେ କି ମୁଁ ଯେବେ ଝିଅଙ୍କୁପଢାଇଲି ତେବେ ସମାଜର ଲୋକେ ମୋତେ କହିଲେ ଝିଅଙ୍କୁ ଏତେ ପଢେଇଲେ କଣ କରିବ ,ସେ ତ ବାହାହୋଇ କାମ କରିବେ, କିନ୍ତୁ ମୁଁ ସମାଜର ଚିନ୍ତା କଲିନାହିଁ ।

ଆପଣଙ୍କୁ କହିଦେବୁ ଇ ଭାରତୀୟ ବନ ସେବା ଅଧିକାରୀ ପ୍ରବୀଣ କାସବାନ ଏକ ଟ୍ୱିଟ୍ ରେ ଏହି ଝିଅଙ୍କର ବିଷୟରେ ଜଣାଇଥିଲେ, ସେ ଏହା ଲେଖିଲେ କି ଚାଷୀ ସହଦେବ ସହାରଣ ସବୁ ପାଞ୍ଚ ଜଣ ଝିଅ ଏବେ RAS ଅଧିକାରୀ ଅଛନ୍ତି, ରିତୁ,ଅଂଶୁ, ଓ ସୁମନଙ୍କ ଚୟନ ହୋଇଥିଲା, ଅନ୍ୟ ଦୁଇଜଣ ପୁର୍ବରୁ ସେବାରେ ଥିଲେ , ପରିବାର ଓ ଗାଁ ପାଇଁ ଏହା ଗର୍ବର କଥା ।

Leave a Reply

Your email address will not be published. Required fields are marked *