October 17, 2024

Odia Express

Here, There and Everywhere

ୟୁପିର ସେହି ମୁଖ୍ୟମନ୍ତ୍ରୀ ଯିଏ ଚାହା ଜଳଖିଆର ପଇସା ବି ଦିଅନ୍ତି ନିଜ ପକେଟ୍ ରୁ , ଜାଣନ୍ତୁ ସେ ମହାନ CM ଙ୍କ ବିଷୟରେ କିଛି ରୋଚକ କଥା

ସେମିତି ତ ନେତାଙ୍କ ରାଜନୀତିର ବିଷୟରେ ସମସ୍ତେ ଭଲରେ ଜାଣନ୍ତି, କାରଣ ନେତାଙ୍କ ପାଖକୁ ଯେବେ ସତ୍ତା ଆସିଥାଏ ତେବେ ସେ ତାଙ୍କର ରବାବ୍ ବଦଳାଇଦିଅନ୍ତି, କିନ୍ତୁ ଆଜି ଆମେ ଏମିତି ଏକ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଚାହା ଜଳଖିଆ କରିବାରେ ନିଜ ପକେଟରୁ ଦେଉଥିଲେ, ହଁଆଜ୍ଞା ୟୁପିର ସେହି ମୁଖ୍ୟମନ୍ତ୍ରୀ ଯିଏ ବାସ୍ତବରେ ଜଣେ ଭଲ ଓ ସଚ୍ଚା ନେତା ଥିଲେ , କହିଦେବୁ କି ସେ ଆଉ କେହି ନୁହେଁ ବରଂ ଗୋବିନ୍ଦ ବଲ୍ଲଭ ପନ୍ଥ ଅଟନ୍ତି, ଯାହାଙ୍କ ଜନ୍ମ ପାହାଡ ଘେରାରେ ହୋଇଥିଲା । କିନ୍ତୁ ଉତ୍ତରପ୍ରଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇକରି ସେ ସମସ୍ତଙ୍କୁ ଚକିତ କରିଦେଲେ ।

ଗୋବିନ୍ଦଜୀଙ୍କ ଜନ୍ମ ଅଲମୋଡାରେ ହୋଇଥିଲା । କିନ୍ତୁ ସେ ମୁଳରୁପରେ ମହାରାଷ୍ଟ୍ରିୟନ୍ ଥିଲେ , ଓ ତାଙ୍କ ମାଙ୍କ ନାଁ ଗୋବିନ୍ଦୀ ବାଇ ଥିଲା, ଏହା ଛଡା ତାଙ୍କ ବାପା ସରକାରୀ ଚାକିରି କରୁଥିଲେ , ଯାହାର କାରଣରୁ ତାଙ୍କ ବାପାଙ୍କ ଟ୍ରାନ୍ସଫର୍ ହେଉଥିଲା, ଓ ଏହି କାରଣରୁ ସେ ନିଜ ଅଜାଙ୍କ ପାଖରେ ରହି ବଢିଛନ୍ତି , ପନ୍ଥ ଜୀ ଙ୍କୁ ଖେଳକୁଦରେ ଏତେ ଇଚ୍ଛା ନଥିଲା କିନ୍ତୁ ସେ ପାଠପଢାରେ ବହୁତ ଚାଲାକ୍ ଓ ବୁଦ୍ଧିମାନ ଥିଲେ , ଆପଣଙ୍କୁ କହିଦେବୁ କି ୧୯୩୭ ରେ ପନ୍ଥଜୀ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ , ତାପରେ ୧୯୪୬ ରୁ ଡିସେମ୍ବର ୧୯୫୪ ଯାଏଁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ରହିଲେ, ୧୯୫୧ ରେ ୟୁପିର୍ ବିଧାନସଭା ନିର୍ବାଚନରେ ସେ ବରେଲି ମୁନିସିପାଲିଟିରୁ ଜିତିଥିଲେ, ୧୯୫୫ ରେ କେନ୍ଦ୍ର ସରକାରରେ ହୋମ୍ ମିନିଷ୍ଟର୍ ବା ଗୃହମନ୍ତ୍ରୀ ହେଲେ, ୧୯୫୫ ରୁ ୧୯୬୧ ପର୍ଯ୍ୟନ୍ତ ସେ ଗୃହମନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ ।

କହିଦେବୁ କି ପାଠପଢିକରି ଯେବେ ସେ ଓକିଲ ହେଲେ ତେବେ ସେ ନିଷ୍ପତ୍ତି କରିଦେଲେ କି ସେ କେବଳ ସଚ୍ଚା କେସ୍ ଲଢିବେ , କାରଣ ତାଙ୍କୁ ମିଛରୁ ବହୁତ ଘୃଣା ଥିଲା ତାପରେ ଗୋବିନ୍ଦଜୀ କୁଲି ବେଗାରଙ୍କ ବିପକ୍ଷରେ କେସ୍ ଲଢିଲେ, ଯାହାର ଆଇନ୍ ମୁତାବିକ ଲୋକଲ୍ ଲୋକଙ୍କୁ ଇଂରେଜ ଙ୍କ ଜିନିଷ ମାଗଣାରେ ନେଇଯିବାକୁ ପଡୁଥିଲା, ଏହା ଛଡା କାକୋରି କାଣ୍ତରେ ବିସମିଲ୍ ଓ ଖାନ୍ ର କେସ୍ ବି ଲଢିଥିଲେ, ଏଠାରେ ଧ୍ୟାନ ଦେବାର କଥା ଏହା କି ଓକିଲାତି କରିବା ପୁର୍ବରୁ ଗୋବିନ୍ଦଜୀ ବଡ ପୁଅ ଓ ସ୍ତ୍ରୀ ଗଙ୍ଗାଦେବୀଙ୍କ ମୃତ୍ୟୁ ହୋଇଯାଇଥିଲା, ଓ ଏହି କାରଣରୁ ସେ ବହୁତ୍ ଉଦାସ ରହୁଥିଲେ  ଯାହାପରେ ସେ ନିଜ ପୁରା ସମୟ ଓକିଲାତି ଓ ରାଜନୀତିରେ ଦେବାକୁ ଲାଗିଲେ ଓ ବହୁତ ପ୍ରେସର୍ ପକାଇବାପରେ ସେ ଦ୍ୱିତୀୟ ବିବାହ କରିଥିଲେ ।

ତାଙ୍କର ଦ୍ୱିତୀୟ ସ୍ତ୍ରୀ ବି ବିବାହର ଦୁଇ ବର୍ଷ ପରେ ସ୍ୱର୍ଗାବାସ ହୋଇଗଲା, ଦ୍ୱିତୀୟ ସ୍ତ୍ରୀଙ୍କ ପୁଅ ଥିଲା ସେ କେଉଁ ରୋଗର କାରଣରୁ ମୃତ୍ୟୁ ହୋଇଗଲା, ଏହାପରେ ସେ ତିରିଶ ବର୍ଷ ବୟସରେ ତାଙ୍କର ତୃତୀୟ ବିବାହ କଳାଦେବୀଙ୍କ ସହ ହୋଇଥିଲା, ତାପରେ ୧୯୨୧ ରେ ପନ୍ଥଜୀ ନିର୍ବାଚନରେ ପାଦ ଦେଇଥିଲେ  ଏହା ସହ ସେ ୧୯୪୨ ରେ ଭାରତ ଛାଡ ଆନ୍ଦୋଳନରେ ଗିରଫ ବି ହୋଇଥିଲେ ଓ ତିନି ବର୍ଷ ଅହମଦନଗର ଫୋର୍ଟରେ ନେହେରୁ ଜୀଙ୍କ ସହ ଜେଲ୍ ରେ ଥିଲେ,  କିନ୍ତୁ ନେହେରୁଜୀ ତାଙ୍କ ସ୍ୱାସ୍ଥ୍ୟର କଥା କହିକରି ତାଙ୍କୁ ଜେଲ୍ ରୁ ବାହାରକୁ ବାହାରକରିଦେଲେ ।

କହିଦେବୁ କି ଯଦି ଗୋବିନ୍ଦଜୀ କେଉଁ ଜିନିଷ ପାଇଁ ସବୁଠାରୁ ବେଶୀ ଜଣାଯାଉଥିଲା ତାହା ହେଲା ହିନ୍ଦୀ ରାଜକୀୟ ଭାଷାକୁ ଦର୍ଜା ଦେବାରେ ଓ ୧୯୫୭ ରେ ତାଙ୍କୁ ଭାରତ ରତ୍ନ ବି ମିଳିଥିଲା, ଥରେ ପନ୍ଥଜୀ ସରକାରୀ ବୈଠକ କରିଥିଲେ ଓ ସେଠାରେ ଚାହା ଜଳଖିଆ ପ୍ରବନ୍ଧ ବି କରିଥିଲେ, ଯେବେ ସେ ସବୁ ଜିନିଷର ବିଲ୍ ଆସିଲା ତେବେ ସେ ଛଅ ଶହ ଟଙ୍କା ବାର ଅଣା ଲେଖିଥିଲେ, କିନ୍ତୁ ପନ୍ଥଜୀ ସେ ବିଲ୍ ଦେବାକୁ ମନା କରିଦେଲେ କାରଣ ସେ କହିଲେ କି ସରକାରୀ ବୈଠକରେ ସରକାରୀ ଖର୍ଚ୍ଚ କେବଳ ଚାହା ମଗାଇବାର ନିୟମ ଅଛି ଓ ଜଳଖିଆ ବିଲ୍ ସେ ବ୍ୟକ୍ତି ଦେବ, ଯିଏ ଜଳଖିଆ ମଗାଇଛି ।

ଏମିତିରେ ପନ୍ଥଜୀ ସେ ବିଲ୍ ନିଜ ପକେଟରୁ ଦେଇଥିଲେ, ଏହା ସହ ପନ୍ଥଜୀ ଏହା ବି କହିଥିଲେ କି ସରକାରୀ ଖଜଣାରେ କେବଳ ଜନତାଙ୍କ ହକ୍ ଅଛନ୍ତି ମନ୍ତ୍ରୀ ନାହାନ୍ତି, ଓ ତାଙ୍କ ଏହି କଥା ଶୁଣିକରି ସେଠାରେ ମହଜୁଦ୍ ସବୁ ଲୋକ ଚୁପ୍ ହୋଇଯାଇଥିଲେ, ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ପନ୍ଥଜୀ କେବଳ ୧୪ ବର୍ଷ ବୟସରେ ହାର୍ଟ ରୋଗ ହୋଇଯାଇଥିଲା, ଓ ଏମିତିରେ ପ୍ରଥମ ହାର୍ଟ ଆଟାକ୍ ତାଙ୍କୁ ୧୪ ବର୍ଷ ବୟସରେ ଆସିଥିଲା, ପନ୍ଥଜୀଙ୍କ ବିଷୟରେ ସବୁ ଜାଣିବାପରେ ଏହା କହିବା ଭୁଲ୍ ହେବ ନାହିଁ କି ୟୁପିର ମୁଖ୍ୟମନ୍ତ୍ରୀ ଯିଏକି ସରକାରୀ ଖଜଣାକୁ ମନ୍ତ୍ରୀଙ୍କର ନ କହିକରି ଜନତାର କହିଥିଲେ, ସେ ସତରେ ବହୁତ ଇମାନଦାର୍ ମୁଖ୍ୟମନ୍ତ୍ରୀ ରହିଥିଲେ ।

Leave a Reply

Your email address will not be published. Required fields are marked *