October 22, 2024

Odia Express

Here, There and Everywhere

ଦେବୀ ମାନଙ୍କ ଭୁମିକା ନିଭାଇକରି ଏହି Actress ମାନେ ଲୋକପ୍ରିୟ ହେଲେ ଦର୍ଶକମାନଙ୍କର ଆଗରେ, ତାଙ୍କୁ ଦେଖିକରି ଲୋକେ ହାତ ଯୋଡି ନେଉଥିଲେ ଦର୍ଶକ

1 min read

ସେମିତି ଦେଖିବାକୁ ଗଲେ ଛୋଟ ପରଦାରେ ବହୁତ ଶୋ ଆସେ କିନ୍ତୁ ଧାର୍ମିକ ଟିଭି ଶୋ ଲୋକଙ୍କୁ ଅଧିକା ପସନ୍ଦ ଆସେ , ଯେବେ କୋରନ୍ ମହାମାରୀ କାରଣରୁ ଲୋକମାନେ ଘରେ ବସି ରହିଲେ ତେବେ ସେହି ସମୟରେ ଟିଭିରେ ପୁରା ସମୟ ପୌରାଣିକ ଧାରାବାହିକ ଚାଲୁଥିଲା, ସବୁ ଲୋକ ଟିଭିରେ ପୌରାଣିକ ଧାରାବାହିକ ଦେଖିକରି ନିଜ ସମୟ ଅତିବାହିତ କରୁଥିଲେ, ଓ ଲୋକଙ୍କୁ ଏହି ଶୋ ବହୁତ ପସନ୍ଦ ବି ଆସୁଥିଲା, ଆପଣଙ୍କୁ କହିଦେବୁ କି ଏହି ଧାରାବାହିକରେ ସବୁ ଭୁମିକା ଗୁଡିକ ଦର୍ଶକଙ୍କୁ ବହୁତ ପସନ୍ଦ ଆସୁଥିଲା, ଲୋକେ ଏହି ଅଭିନୟ କରୁଥିବା କଳାକାରଙ୍କୁ ପ୍ରକୃତ ଦେବୀ ଦେବତା ରୁପରେ ମାନିବାକୁ ଲାଗିଲେ, ଆଜି ଆମେ ଆପଣଙ୍କୁ ଏହି ଲେଖ ମାଧ୍ୟମରେ ଟିଭି ଜଗତର ସେହି ଅଭିନେତ୍ରୀମାନଙ୍କ ବିଷୟରେ ସୁଚନା ଦେବୁ ଯିଏ ପର୍ଦାରେ ଦେବୀଙ୍କ ଭୁମିକା ନିଭାଇକରି ବହୁତ୍ ପ୍ରଶଂସା ପାଇଥିଲେ, ଓ ନିଜ ଭୁମିକା ନିଭାଇ ସବୁ ଘରରେ ଏକ ଭଲ ପରିଚୟ ପାଇଥିଲେ ।

୧) ଗ୍ରେସି ସିଂ- ବଲିଉଡ୍ ଟିଭି ଇଣ୍ତଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଗ୍ରେସୀ ସିଂ ଟେଲିଭିଜନ ଶୋ ସନ୍ତୋଷି ମା ମା ସନ୍ତୋଷିଙ୍କର ଭୁମିକା ନିଭାଇଥିଲେ ଓ ତାଙ୍କ ଏହି ଅଭିନୟକୁ ଲୋକେ ବହୁତ ପସନ୍ଦ ବି କଲେ, ଆପଣଙ୍କୁ କହିଦେବୁ କି ଗ୍ରେସୀ ସିଂ ସଞ୍ଜୟ ଦତ୍ତଙ୍କ ସହ ମୁନ୍ନା ଭାଇ ଏମ୍ ବିବିଏସ୍ ରେ କାମ କରିଥିଲେ ।

୨) ସୋନାରିକା ଭଦୋରିଆ- ଟିଭି ଜଗତର ଲୋକପ୍ରିୟ ଅଭିନେତ୍ରୀ ସୋନାରିକା ଭଦୋରିଆ ଧାରାବାହିକ ଦେବୋଁ କା ଦେବ ମହାଦେବ ରେ ମା ପାର୍ବତୀଙ୍କ ଭୁମିକା ନିଭାଇଥିଲେ , ଓ ତାଙ୍କ ଏହି ଭୁମିକା ଲୋକଙ୍କୁ ବହୁତ ପସନ୍ଦ ଆସିଥିଲା, ଏହି ସିରିଆଲ୍ ମାଧ୍ୟମରେ ସୋନାରିକା ଭଦୋରିଆ ଘରେ ଘରେ ନିଜର ଭଲ ପରିଚୟ ବନାଇଥିଲେ , ଅସଲ ଜୀବନରେ ଅଭିନେତ୍ରୀ ଲୋକଙ୍କ୍ ଆଗରେ ମା ଦୁର୍ଗା ବୋଲି ମାନିବାକୁ ଲାଗିଲେ ।

୩) ମୋନି ରୟ- ଛୋଟପର୍ଦାରେ ପ୍ରସିଦ୍ଧ ସିରିଆଲ୍ ଦେବୋ କା ଦେବ ମହାଦେବରେ ସତିଙ୍କ ଭୁମିକା ନିଭାଇଥିବା ମୋନି ରୟ ନିଭାଇଥିଲେ । ଯାହାକୁ ଲୋକେ ବହୁତ ପସନ୍ଦ ବି କଲେ, ଏହି ଧାରାବାହିକରେ ମୋନି ରୟଙ୍କ ସହ ଅଭିନେତା ମୋହିତ୍ ରୈନା ଭଗବାନ ମହାଦେବଙ୍କ ଭୁମିକାରେ ନଜର ଆସିଥିଲେ ।

୪) ଦିପିକା ଚିଖଲିଆ- ଆପଣ ସମସ୍ତେ ରାମାନନ୍ଦ ସାଗରଙ୍କ ରାମାୟଣ ତ ଦେଖିଥିବେ, ଏହି ଧାରାବାହିକରେ ସୀତାଙ୍କ ଭୁମିକା ନିଭାଇଥିବା ଦିପିକା ଚିଖଲିଆ ଲୋକଙ୍କୁ ନିଜ ଅଭିନୟ ଦ୍ୱାରା ବହୁତ ପ୍ରଶଂସା ସାଉଁଟିଥିଲେ , ସବୁ ଲୋକେ ଦିପିକା ଚିଖଲିଆଙ୍କ ଏହି ଭୁମିକାରୁ ଏତେ ପ୍ରଭାବିତ ହୋଇଥିଲେ କି ଅସଲରେ ତାଙ୍କୁ ମା ସୀତାଙ୍କ ରୁପ ବୋଲି ମାନିବାକୁ ଲାଗିଲେ, ଏତିକି ନୁହେଁ ସେ ଯେଉଁଠାକୁ ଯାଉଥିଲେ ଲୋକେ ତାଙ୍କୁ ମା ସୀତାଙ୍କ ରୁପରେ ପୁଜା କରୁଥିଲେ ।

୫)ଦେବିନା ବାନାର୍ଜୀ- ରାମାନନ୍ଦ ସାଗରଙ୍କ ପୁଅ ଆନନ୍ଦ ସାଗର ୨୦୦୮ ରେ ରାମାୟଣର ନୁଆ ସିରିଜ୍ ବନାଇଥିଲେ, ଏହି ସିରିଆଲ୍ ରେ ଅଭିନେତ୍ରୀ ଦେବିନା ବାନାର୍ଜୀ ସୀତାଙ୍କ ଭୁମିକା ନିଭାଇଥିଲେ, ତାଙ୍କ ଏହି ଭୁମିକାକୁ ଲୋକେ ବହୁତ ପ୍ରଶଂସା କରିଥିଲେ ।

୬) ପ୍ରିୟଙ୍କା ସିଂ- ଛୋଟ ପରଦାରେ ପୌରାଣିକ ସିରିଆଲ୍ ସଙ୍କଟ ମୋଚନ୍ ହନୁମାନରେ ଦୁର୍ଗା ମାଙ୍କ ବିଭିନ୍ନ ଅବତାରର ଭୁମିକାରେ ଅଭିନେତ୍ରୀ ପ୍ରିୟଙ୍କା ସିଂ ନିଭାଇଥିଲେ,ଓ ଏହି ସିରିଆଲ୍ ମାଧ୍ୟମରେ ଅଭିନେତ୍ରୀ ଦର୍ଶକଙ୍କୁ ବହୁତ ଭଲ ପାଇବା ମିଳିଲା ।

୭) ପୁଜା ଶର୍ମା- ଟିଭିର ପ୍ରସିଦ୍ଧ ଅଭିନେତ୍ରୀ ପୂଜା ଶର୍ମା ସବୁଠାରୁ ପ୍ରଥମେ ମହାଭାରତରେ ଦ୍ରୋପଦୀର ଭୁମିକା ନିଭାଇଥିଲେ, ଓ ନିଜ ଅଭିନୟରୁ ସେ ଲୋକଙ୍କ ଠାରୁ ବହୁତ ପ୍ରଶଂସା ସାଉଁଟିଥିଲେ, ଏହାପରେ ସେ ମା କାଳୀଙ୍କ ଭୁମିକା ନିଭାଇକରି ସବୁ ଦର୍ଶକଙ୍କୁ ବହୁତ ପ୍ରଭାବିତ କରିଥିଲେ , ୨୦୧୭ ରେ ଷ୍ଟାର୍ ପ୍ଲସ୍ ର ଧାର୍ମିକ ସିରିଆଲ୍ ମହାକାଳୀ ଅନ୍ତ ହିଁ ଆରମ୍ଭରେ ପୁଜା ଶର୍ମା ସତି ପାର୍ବତୀ ଓ ମହାକାଳୀଙ୍କ ଭୁମିକା ନିଭାଇଥିଲେ ।

Leave a Reply

Your email address will not be published. Required fields are marked *