October 24, 2024

Odia Express

Here, There and Everywhere

ଜର ହେବ ପରେ ମୁହଁର ସ୍ୱାଦ ଆଣିବାର ଜବରଦସ୍ତ ଘରୋଇ ଉପଚାର – ଏହାକୁ ଘରେ ଥରେ ବ୍ୟବହାର କରିକି ଦେଖନ୍ତୁ

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା କରୋନାରୁ ରକ୍ଷା ପାଇବା ପରେ ଆପଣ ଯେଉଁ ସ୍ୱାଦ ମୁକ୍ତ ହୋଇଯାଇଥାନ୍ତି କିମ୍ବା ଆପଣଙ୍କୁ ସ୍ୱାଦ ଆସିନଥାଏ ଏବଂ ଯାହା ଆପଣ ଖାଆନ୍ତି ତାହା ଆପଣଙ୍କୁ ଭଲ ଲାଗି ନଥାଏ ଏବଂ ଏହା ଦ୍ୱାରା ଆପଣଙ୍କ ଶରୀର ଦୁର୍ବଳ ହୋଇଥାଏ ଓ ଏହା ସହିତ ନାନା ପ୍ରକାରର ଅସୁବିଧା ମାନ ଦେଖାଯାଇଥାଏ।ତେବେ ଏଥିରୁ ରକ୍ଷା ପାଇବା ଆପଣଙ୍କୁ କଣ କରିବା ଉଚିତ।ଏହାର ସବୁଠାରୁ ବଡ଼ କାରଣ ହେଉଛି ଆମର ଯେଉଁ ସ୍ୱାଦ ଗ୍ରନ୍ଥି ରହିଥାଏ ତାହା ଠିକ ଭାବରେ କାମ କରି ନଥାଏ।ତେବେ ଆମେ ଆଜି ଜାଣିବା ଏହାକୁ ଆପଣ କିପରି ଭଲ କରିବେ।ଏହା ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ଏହି ଉପାୟ ପାଇଁ ଆମକୁ ସର୍ଵପ୍ରଥମେ ଦରକାର ହେବ ଲେମ୍ବୁ।ଲେମ୍ବୁକୁ ନେଇ ପ୍ରଥମେ ଏହାର ଦୁଇ ଫାଳ କରନ୍ତୁ ଏବଂ ଏହା ପରେ ଫାଳ ହୋଇଥିବା ଲେମ୍ବୁର ମଞ୍ଜିକୁ ବାହାର କରନ୍ତୁ।କାରଣ ଲେମ୍ବୁର ମଞ୍ଜି ଯଦି ଆପଣଙ୍କ ପେଟକୁ ଯାଇଥାଏ ତେବେ ତାହା ଅନ୍ୟ ରୋଗ ମଧ୍ୟ ସୃଷ୍ଟି କରି ପାରେ।ଏଥିପାଇଁ ଧ୍ୟାନର ସହିତ ସେହି ଲେମ୍ବୁରୁ ମଞ୍ଜିକୁ ପ୍ରଥମେ କାଢ଼ନ୍ତୁ।ଆପଣ ସମସ୍ତେ ଜାଣିଛନ୍ତିଯେ ଲେମ୍ବୁରେ ଭିଟାମିନ ସି ଭରପୁର ମାତ୍ରାରେ ରହିଥାଏ।ଏବଂ ଏହି ଭିଟାମିନ ସି ଆମ ସ୍ୱାଦ ଗ୍ରନ୍ଥିକୁ ଠିକ କରିଥାଏ।ତେବେ ଆସନ୍ତୁ ଜାଣିବା ଏହାର ବ୍ୟବହାର କିପରି କରିବେ।

ମଞ୍ଜି କାଢ଼ିସାରିବା ପରେ ଆପଣଙ୍କୁ ଦରକାର ହେବ ଗୋଲମରିଚର।ଏହି ଗୋଲ ମରିଚ ଆପଣଙ୍କୁ ଆପଣଙ୍କ ରୋଷେଇ ଘରେ ଅତି ସହଜରେ ମିଳିଯାଇଥାଏ।ସେହି ଗୋଲ ମରିଚକୁ ନେଇ ତାହାକୁ ଭଲ ଭାବରେ କୁଟି ତାହାର ପାଉଡର ତିଆରି କରନ୍ତୁ।ଏହାପରେ ସେହି ପାଉଡର ପ୍ରସ୍ତୁତ ହୋଇଯିବା ପରେ ତାହାକୁ ନେଇ ସେହି ନେଇଥିବା ଲେମ୍ବୁ ଫାଳ ଉପରେ ରଖନ୍ତୁ।

ଏହା ପରେ ସେହି ଲେମ୍ବୁକୁ ଷ୍ଟିଲର ଛଣା ମାଧ୍ୟମରେ ଗ୍ୟାସ ଉପରେ ନିଆଁରେ ଅଳ୍ପ ସମୟ ସେକନ୍ତୁ।ଯଦି ଆପଣଙ୍କ ପାଖରେ ଷ୍ଟିଲର ଚାହା ଛଣା ନଥାଏ ତେବେ ଆପଣ ତାହା ଜାଗାରେ ଚିମୁଟାର ବ୍ୟବହାର ମଧ୍ୟ କରି ପାରିବେ।ଏହାକୁ ଆପଣ ଅଳ୍ପ ଆଂଶରେ ଗରମ କରିବେ।ଏବଂ ଦେଖିବେ ଧୀରେ ଧୀରେ ଲେମ୍ବୁ ଏବଂ ଗୋଲ ମରିଚର ରଙ୍ଗ ବଦଳିବ।

ଏହାପରେ ଗ୍ୟାସ ବନ୍ଦ କରିଦିଅନ୍ତୁ।ଗରମ ହୋଇଥିବା ଲେମ୍ବୁରେ ଅଳ୍ପ ମାତ୍ରାରେ ଲୁଣ ପକାନ୍ତୁ ଏବଂ ଏହାପରେ ତାହାକୁ ଧୀରେ ଧୀରେ ପାଟିରେ ରଖି ଖାଆନ୍ତୁ।ଏହାକୁ ଆପଣ ଦିନକୁ ଏକ ଥର କରନ୍ତୁ।ଏବଂ ଲଗାତାର ତିନି ଦିନ ପର୍ଯ୍ୟନ୍ତ ଏହାକୁ କରିବା ପରେ ଦେଖିବେ ଆପଣଙ୍କ ସ୍ୱାଦ ଠିକ ହେବାରେ ଲାଗିବ।ଏହା ଏକ ଅତ୍ୟନ୍ତ ଲାଭଦାୟୀ ଉପାୟ ଅଟେ।ଓ ଏଥିରେ ବ୍ୟବହାର କରାଯାଉଥିବା ଜିନିଷ ଆପଣଙ୍କୁ ଅତି ସହଜରେ ମିଳିଯାଇଥାଏ।ତେବେ ଯଦି ଆପଣଙ୍କୁ ସ୍ୱାଦ ଆସୁ ନାହିଁ ତେବେ ଏହାର ବ୍ୟବହାର ନିଶ୍ଚିତ କରି ଦେଖନ୍ତୁ।ଏହାକୁ ବ୍ୟବହାର କରିବା ପରେ ଆପଣଙ୍କ ସ୍ୱାଦ ନିଶ୍ଚିତ ଭଲ ହୋଇଯିବ।

Leave a Reply

Your email address will not be published. Required fields are marked *