October 25, 2024

Odia Express

Here, There and Everywhere

ତାୱା ଓ କଡ଼େଇକୁ କିପରି ସଫା କରିବେ?ପୁରା କଳା କଢେଇ ମଧ୍ୟ ହେଇଯିବ ଚିକ ଚିକ ଧଳା ଏହି ଉପାୟ ଦ୍ୱାରା

ସାଙ୍ଗମାନେ ଆମେ ମାନେ ଏକ ତାୱାକୁ ଦୀର୍ଘଦିନ ଧରି ବ୍ୟବହାର କଲେ ସେଥିରେ ତେଲ ଚିକିଟା ଲାଗି ତାହା ଖରାପ ହୋଇଯାଏ।ଏହାକୁ ସଫା କରିବା ମଧ୍ୟ କାଠିକର ପାଠ ହୋଇଥାଏ।ଆଜି ମୁଁ ଆପଣ ମାନଙ୍କୁ ଏପରି ଉପାୟ କହିବି ଯାହାଦ୍ଵାରା ଆପଣ ମାନଙ୍କ ତାୱା ପୁଣି ପୂର୍ବ ଭଳି ଚମକି ଉଠିବ।ସାଙ୍ଗମାନେ ଏହି ଉପାୟକୁ ତିଆରି କରିବା ପାଇଁ ଆପଣ ପ୍ରଥମେ ଏକ ଖାଲି ପାତ୍ରରେ ଖାଇବା ସୋଢା ଓ ଅନ୍ୟ ଏକ ଖାଲି ପାତ୍ରରେ ଧଳା ଲୁଣ ନେବେ।ଆପଣ ମାନଙ୍କୁ ଲିକ୍ୱିଡ ଭୀମ ଜେଲ ଓ ଏକ ଲେମ୍ବୁ ଦରକାର।ଏବେ ଆପଣ ମାନେ ଗ୍ୟାସ ଗରମ କରି ସେଥିରେ ତାୱା ବସାନ୍ତୁ ଓ ସେଥିରେ କିଛି ଖାଇବା ଲୁଣ ପକାଇ ଦିଅନ୍ତୁ।

ଏବେ ସେଥିରେ ଅଳ୍ପ ପରିମାଣରେ ପାଣି ପକାଇ ଦେଇ ତାକୁ ଭଲ ଭାବେ ଏପଟ ସେପଟ କରନ୍ତୁ।ଏହାପରେ ତାକୁ ଧୋଇ ଦେବେ।ଏବେ ଏଥିରେ କିଛି ଖାଇବା ସୋଢା ମିଶାନ୍ତୁ।ଏଥିରେ ଗୋଟିଏ ଲେମ୍ବୁକୁ ଚିପୁଡି ଏହାର ରସ ତାହା ସହିତ ମିଶାଇ ଦିଅନ୍ତୁ।ଆପଣ ଏକ ଫର୍କ ସାହାଯ୍ୟରେ ଏହି ମିଶ୍ରଣକୁ ତାୱା ଚାରିପଟେ ଘଷି ଦେବେ।ଲେମ୍ବୁରେ ଯେଉଁ ସାଇଟ୍ରିକ ଏସିଡ ରହିଥାଏ ତାହା ଦ୍ବାରା ଏହାର କଳା ରଙ୍ଗ ଧୀରେ ଧୀରେ ଛାଡ଼ିଯିବ।ଏହାକୁ ପାଞ୍ଚରୁ ଛଅ ମିନିଟ ଭଲ ଭାବେ ଘଷିବା ପରେ ଆପଣ ଦେଖିବେ ଏଥିରୁ କଳା ଦାଗ ଆସ୍ତେ ଆସ୍ତେ ଛାଡ଼ିଯିବ।ସେଥିରେ ଅଳ୍ପ ପରିମାଣର ଭୀମ ଜେଲ ନେଇ ଏକ ବାସନମଜା ସାହାଯ୍ୟରେ ତାକୁ ଘସନ୍ତୁ।

ଆପଣ ତାୱାର ଚାରି ପଟେ ଭଲ ଭାବେ ଘଷି ଦେବେ।ଏହାପରେ ତାକୁ ପାଣିରେ ଧୋଇ ଦେବେ।ଆପଣ ଦେଖିବେ ଆପଣଙ୍କ ତାୱା ପୂର୍ବ ଅପେକ୍ଷା ସଫା ହୋଇ ଯାଇଥିବ।ଏବେ ଏଥିରେ ଅଳ୍ପ ଅଳ୍ପ ଯେଉଁ କଳା ଦାଗ ଥିବ ତାକୁ କିପରି ଛଡେଇବେ।ଆପଣ ଏବେ ସେହି ତାୱାରେ କିଛି ଭୀମ ଜେଲ ନେବେ ଓ ବାସନ ମଜା ଦ୍ବାରା ପୁଣି ତାକୁ ଘଷିବେ।

୧୦ ମିନିଟ ଭଲ ଭାବେ ଘଷିବା ପରେ ଆପଣ ଦେଖିବେ ଆପଣଙ୍କ ତାୱାରୁ ସମସ୍ତ କଳା ଦାଗ ଛାଡ଼ି ଯାଇଥିବ।ଏହି ଉପାୟକୁ ତିଆରି କରିବା ପାଇଁ ଆପଣଙ୍କୁ ପୁରା ୨୦ ରୁ ୨୫ ମିନିଟ ଲାଗିବ।ଯଦି ଆପଣଙ୍କ ହାତ ରଫ ହୋଇଯାଇଥିବ ତ ତାହା ପାଇଁ ମଧ୍ୟ ମୁଁ ଆପଣ ମାନଙ୍କୁ ଏକ ଉପାୟ କହିବି।

ଆପଣ ଏକ ଖାଲି ପାତ୍ରରେ କିଛି ଗରମ ପାଣି ନେବେ।ଏବେ ୫ ରୁ ୭ ମିନିଟ ପର୍ଯ୍ୟନ୍ତ ହାତକୁ ସେଥିରେ ବୁଡାଇ ରଖନ୍ତୁ।ଏହାଦ୍ବାରା ଆପଣଙ୍କ ହାତ ଧୀରେ ଧୀରେ ସଫ୍ଟ ହୋଇଯିବ ଆଉ ଜମା ବି ରଫ ଲାଗିବ ନାହିଁ।ଏବେ ହାତକୁ କୌଣସି କପଡ଼ାରେ ପୋଛି ନେବେ।ସେଥିରେ ଅଳ୍ପ ପରିମାଣର ନଡ଼ିଆ ତେଲ ଲଗାଇ ମାଲିସ କରିଦେବେ।ଏହାଦ୍ବାରା ଆପଣଙ୍କ ହାତ ପୂର୍ବ ଭଳି ନରମ ହୋଇଯିବ।

Leave a Reply

Your email address will not be published. Required fields are marked *