October 17, 2024

Odia Express

Here, There and Everywhere

ପଳାଶ ଫୁଲ ରୁ ମିଳେ ଏତେ ସବୁ ଲାଭ – ଆପଣଙ୍କ ଘର ପାଖେ ଥିବା ସାଧାରଣ ଫୁଲ ଏତେ ମୂଲ୍ୟବାନ ଆପଣ କେବେ ଭାବି ନଥିବେ ମଧ୍ୟ..

ସାଙ୍ଗମାନେ ଆଜି ମୁଁ ଆପଣ ମାନଙ୍କୁ କହିବି ପଳାସ ଫୁଲର କେଉଁ କେଉଁ ଫାଇଦା ସବୁ ରହିଛି। ଆୟୁର୍ବେଦରେ ପଳାଶ ଫୁଲର ବହୁତ ମହତ୍ତ୍ଵ ରହିଛି।ଆଜି ଆମେ ଜାଣିବା ଯେ ଏହି ଫୁଲର ଲାଭ କଣ କଣ ସବୁ ରହିଛି।ସାଙ୍ଗମାନେ ପଳାଶ ଫୁଲର ସବୁଠୁ ପ୍ରଥମ ଓ ବଡ଼ ଫାଇଦା ହେଉଛି ରକ୍ତକୁ ସଫା କରିବା।ଆଜିକାଲି ଦୁନିଆରେ ବହୁତ ଟନିକ ଏପରି ମିଳେ ଯେଉଁଥିରେ ପଳାଶ ଫୁଲ ମିଶାଯାଉଚି।ଏହା ଶରୀରରେ ଥିବା ଅଳିଆ ରକ୍ତ ମାନଙ୍କୁ ସଫା କରିଥାଏ।ଆମ ରକ୍ତରେ ଯେଉଁ ଅଦରକାରୀ ପଦାର୍ଥ ରହିଥାଏ ଏମାନେ ତାକୁ ବାହାର କରି ଫୋପାଡି ଦିଅନ୍ତି।ଯଦି ପଳାଶ ଫୁଲକୁ ଟନିକ ଭାବରେ ପିଆଯାଏ ତ ଏହା ଆମ ଶରୀରର ରକ୍ତକୁ ସଫା କରିଦେବ।

ଦ୍ଵିତୀୟ ଫାଇଦା ସାଙ୍ଗମାନେ ଆମ ତ୍ଵଚ଼ା ପାଇଁ ହୋଇଥାଏ।ଯେଉଁ ମାନଙ୍କ ମୁଁହରେ ବ୍ରଣ,ଦାଗ ଆଦି ସମସ୍ୟା ଦେଖାଯାଏ,ଯେଉଁ ମାନଙ୍କ ଠାରେ ଘିମିରି ଆଦି ଦେଖାଯାଏ ସେପରି ଲୋକ ମାନଙ୍କୁ ପଳାଶ ଫୁଲ ସେବନ କରିବା ନିହାତି ଜରୁରୀ।ଯଦି ଆପଣ ଏହି ଫୁଲକୁ ପାଣିରେ ମିଶାଇ ମାତ୍ର ଏକ ମାସ ନିୟମିତ ପ୍ରୟୋଗ କରନ୍ତି ତ ଆପଣଙ୍କୁ ଫାଇଦା ମିଳିବ।ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ମଧ୍ୟ ପଳାଶ ଫୁଲର ଅବଦାନ ଅନ୍ୟତମ।ଆଜିକାଲି ଯେଉଁଭଳି ରୋଗ ସବୁ ମାଡି ଚାଲିଛି ଏହିପରି ସ୍ଥିତିରେ ଯଦି ଆପଣଙ୍କୁ କେଉଁଠି ବି ପଳାଶ ଫୁଲ ମିଳେ ତ ଆପଣ ତାକୁ ନିଶ୍ଚୟ ବ୍ୟବହାର କରନ୍ତୁ।ଆପଣ ଏହାକୁ ପାଣିରେ ମିଶାଇ ବ୍ୟବହାର କରନ୍ତୁ।ଏହା ଆପଣଙ୍କ ଶରୀରରୁ ଫ୍ରୀ ରାଡ଼ିକଲ ମାନଙ୍କୁ ବାହାର କରିବାରେ ସାହାଯ୍ୟ କରିବ।

ପଳାଶ ଫୁଲ ଡାଇବେଟିସ ରୋଗରେ ବହୁତ କାମ ଦିଏ।ପରିବାରରେ କୌଣସି ନ କୌଣସି ବ୍ୟକ୍ତି ଡାଇବେଟିସର ଶିକାର ହୋଇଥାଏ।ଆମ ଶରୀର ଭିତରେ ଗ୍ଲୁକୋଜ ଲେଵଲକୁ ପଳାଶ ଫୁଲ ନିୟନ୍ତ୍ରଣ କରିଥାଏ। ପଳାଶର ଶୁଖିଲା ଫୁଲ ମଧ୍ୟ ବଜାରରେ ମିଳୁଛି।ଯଦି ଆପଣ ସେହି ଫୁଲକୁ ଆଣି ତାକୁ ଗରମ କ୍ଷୀର ସହିତ ନେବେ ତ ଆପଣଙ୍କ ଡାଇବେଟିସ ବହୁ ମାତ୍ରାରେ ନିୟନ୍ତ୍ରଣକୁ ଆସିବ।ଡାଇବେଟିସ ରୋଗୀମାନେ ପଳାଶ ଫୁଲର ବ୍ୟବହାର ନିଶ୍ଚୟ କରିବେ।ଏହା ଆପଣଙ୍କ ଶରୀରର ରକ୍ତ ଶର୍କରାକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିବ।

ଯୌନଶକ୍ତି ପାଇଁ ପଳାଶ ଫୁଲ ବହୁତ ଉପାଦେୟ ଅଟେ।ବହୁତ ସାରା ଲୋକ ଏମିତି ଅଛନ୍ତି ଯେଉଁମାନେ ଏହି ସମସ୍ୟାରେ ପିଡିତ ଅଛନ୍ତି।ପୁରୁଷ ମାନଙ୍କୁ ବିଭିନ୍ନ ପ୍ରକାର ଅସୁବିଧା ହୋଇଥାଏ।ସେମାନଙ୍କ ସ୍ପର୍ମ କମଜୋର ପଡିଯାଇଥାଏ।ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ପଳାଶ ଫୁଲର ସେବନ ନିଶ୍ଚିତ କରନ୍ତୁ।ଏହାର ସେବନ କରିବା ଦ୍ଵାରା ଆପଣଙ୍କ ଯୌନଶକ୍ତି ଏହାଦ୍ବାରା ବଢିବ।ଆପଣ ସବୁଦିନ ଶୋଇବା ପୂର୍ବରୁ ଏହାର ବ୍ୟବହାର ନିଶ୍ଚୟ କରିବେ।

Leave a Reply

Your email address will not be published. Required fields are marked *