October 22, 2024

Odia Express

Here, There and Everywhere

ତୃତୀୟ କ୍ଲାସରୁ ଶିଖିଲେ ୱେବସାଇଟ୍ ଡିଜାଇନିଙ୍ଗ୍, ୧୧ ବର୍ଷର ବୟସରେ କମ୍ପାନୀ ଆରମ୍ଭ କରି ହୋଇଥିଲେ ସିଇଓ

ଜିତ୍ ର ଅର୍ଥ ସବୁବେଳେ ଯୁଦ୍ଧ ଜିତିବା ନୁହେଁ ବରଂ ସବୁଥର ପଡିକରି ଉଠିକରି ଠିଆ ହେବା ହୋଇଥାଏ । ନେପୋଲିୟନ୍ ଏହି ଶବ୍ଦରୁ ପ୍ରେରଣା ନେଲା ବାଲା ଓ ସେଣ୍ଟ୍ ଜୋସେଫ୍ ଦେବଗିରି କଲେଜ, କଲିକଟ ରୁ ଗ୍ରାଜୁଏସନ୍ କରିଥିବା ଶ୍ରୀଲକ୍ଷ୍ମୀ ସୁରେଶ୍ ଯେବେ ଆଠ ବର୍ଷର ଥିଲେ ,ତେବେ ଦୁନିଆଁର ସବୁଠାରୁ କମ୍ ବୟସରେ ସିଇଓ ହିସାବରେ ନିଜ ପରିଚୟ ବନାଇବାରେ ସଫଳ ହୋଇଥିଲେ । ବହୁତ ପ୍ରତିଷ୍ଠିତ ପୁରସ୍କାର ପ୍ରାପ୍ତ କରିଥିବା ଶ୍ରୀଲକ୍ଷ୍ମୀ ନିଜ ବିଜନେସ୍ ଓ ପାଠପଢା ସାଙ୍ଗରେ କଲେ, ଛୁଆବେଳରୁ କମ୍ପ୍ୟୁଟର୍ ପ୍ରତି ତାଙ୍କର ବହୁତ୍ ଇଚ୍ଛା ଶକ୍ତି ଥିଲା , ପାଠପଢା ସହ ଡିଜାଇନିଙ୍ଗ୍ ଆଦି ସିଖୁଥିଲେ,  ଯେବେ ତାଙ୍କ ସାଙ୍ଗ ସାପ ସିଢି କ୍ୟାରମ୍ ଖେଲୁଥିଲେ, ସେହି ସମୟରେ ସେ କମ୍ୟୁଟରରେ ୱେବଡିଜାଇନିଙ୍ଗ୍ ସହ ଯୋଡି ହୋଇଥିବାର ଦେଖାଯାଇଥିଲା ।

ଓ ଏହା ଆଗକୁ ଯାଇକରି ବିଜେନେସ୍ ହୋଇଗଲା, କମ୍ ବୟସରେ ଟେକନିକ୍ କ୍ଷେତ୍ରରେ ଏତେ କାମ କରିବାପାଇଁ ୨୦୦୮ ରେ ସେ ମିନିଷ୍ଟ୍ରି ଅଫ୍ ୱୁମେନ୍ ଆଣ୍ତ ଚାଇଲଡ୍ ଡେଭେଲପମେଣ୍ଟ ତରଫରୁ ଚାଇଲଡ୍ ଆୱାର୍ଡ ଫର୍ ଏକ୍ସେପେସନାଲ୍ ଅଚିଭମେଣ୍ଟ ଆୱାର୍ଡ ପାଇଥିଲେ, ଶ୍ରୀଲକ୍ଷ୍ମୀ ତାଙ୍କ କମ୍ପାନୀ ଟାଇନି ଲୋକ ଓ ଡିଜାଇନ୍ ପାଇଁ ବହୁତ ଅନ୍ତରାଷ୍ଟ୍ରିୟ ଆୱାର୍ଡ ଦିଆଯାଇଛି ।  ଶ୍ରୀଲକ୍ଷ୍ମୀ ହବି ହିସାବରେ ସ୍କୁଲରେ ୱେବ୍ ଡିଜାଇନ୍ ସିଖିବା ଆରମ୍ଭ କରିଥିଲେ, ଯେବେ ସେ ତୃତୀୟ କ୍ଲାସରେ ଥିଲେ,  ଚତୁର୍ଥ କ୍ଲାସକୁ ଆସିବା ସମୟରେ ସେ ନିଜର ପ୍ରଥମ ୱେବସାଇଡ୍ ତିଆରି କରିସାରିଥିଲେ, ଯାହା ତାଙ୍କ ନିଜ ସ୍କୁଲ୍ ପାଇଁ ଥିଲା, ଏହାପାଇଁ ତାଙ୍କୁ ସମ୍ମାନିତ କରାଗଲା, ଓ ସେ ୱେବଡିଜାଇନ୍ ରେ ବହୁତଆୱାର୍ଡ ବି ପାଇଛନ୍ତି, ଏଠାରୁ ସେ ନିଜ କମ୍ପାନୀ ଡିଜାଇନିଙ୍ଗ୍ ଆରମ୍ଭ କରିବାର ପ୍ରେରଣା ପାଇଥିଲେ

ଶ୍ରୀଲକ୍ଷ୍ମୀ କମ୍ ବୟସକୁ ଦେଖିକରି ତାଙ୍କ ପରିଜନ ବହୁତ ଚିନ୍ତିତ ଥିଲେ, କିନ୍ତୁ ତାଙ୍କ ପରିଶ୍ରମ ତାଙ୍କ ଚିନ୍ତା ଦୁର କରିଦେଲା । ଶ୍ରୀଲକ୍ଷ୍ମୀଙ୍କ ଅନୁସାରେ ତାଙ୍କ ସଫଳତାର ମୁଖ୍ୟ କାରଣ ଥିଲା କି ତାଙ୍କୁ ନିଜ କାମ ପସନ୍ଦ ଥିଲା , ଯେପରି ଅନୁଭବ ବଢିବାକୁ ଲାଗିଲା ତାଙ୍କ ବିଶ୍ୱାସ ଆହୁରି ଦୃଢୀଭୁତ ହେବାକୁ ଳାଗିଲା, ଓ ସେ ନିଜ ପ୍ରୋଜେକ୍ଟ ଷ୍ଟେଟ୍ ଅଫ୍ କେରଲା ଡଟ୍ ଇନ୍ କୁ ନେଇକରି ବହୁତ ଉତ୍ସାହିତ ଅଛନ୍ତି, ଏହା ଏକ ପ୍ରକାରର କେରଳର୍ ଅନସାଇକେଲୋପିଡିଆ ଅଟେ, ୱେବ ଡିଜାଇନ୍ ବିଜନେସ୍ ସବୁଠାରୁ ଭଲ କଥା ତାଙ୍କୁ ଲାଗିଥିଲା କି ଏହି କାମ ସବୁଦିନ ନୁଆ ଚ୍ୟାଲେଞ୍ଜସ୍ ହୋଇଥାଏ, ଓ ସବୁ ପ୍ରୋଜେକ୍ଟ ନିଜ ମଧ୍ୟରେ ଅଲଗା ହୋଇଥାଏ, ଯାହାର କାରଣରୁ ତାଙ୍କୁ ଲଗାତାର ନୁଆ ଟେକ୍ନୋଲୋଜି ବିଷୟରେ ଶିଖିବାକୁ ପଡେ ।

ଶ୍ରୀଲକ୍ଷ୍ମୀ ଏବେ ବହୁତ ଯୁବାପୀଢିଙ୍କ ପାଇଁ ଏକ ରୋଲ୍ ମଡେଲ୍ ହୋଇସାରିଛନ୍ତି, କହନ୍ତି କି ଯଦି ଆପଣ କିଛି କରିବାକୁ ଚାହୁଁଛନ୍ତି ତେବେ ବୟସର୍ କୌଣସି ବାଧା ନଥାଏ, ଏହା ଆପଣଙ୍କ ଭିତରେ ଇଚ୍ଛାଶକ୍ତି ହେବା ଦରକାର, ତାଙ୍କର ମାନିବା କଥା କି ସେଲଫ୍ ଡିସିପ୍ଲିନ୍ , ଧୈର୍ଯ୍ୟ, ପ୍ଲାନିଙ୍ଗ୍, ଓ ସମର୍ପଣ ସହ ଆପଣ କିଛି ବି ସଫଳତା ହାସିଲ୍ କରିପାରିବେ ।

Leave a Reply

Your email address will not be published. Required fields are marked *