October 24, 2024

Odia Express

Here, There and Everywhere

ବାପାଙ୍କ ମୃତ୍ୟୁ ପରେ ମା ମୁଲିକା କାମ କରି ପଢାଇଲେ , ମାଟିର ଘରେ ରହି କଡା ପରିଶ୍ରମ ବଳରେ ଆଇଏଏସ୍ ଅଫିସର୍ ହେଲା ପୁଅ

ସଫଳତା ଏମିତି ଏକ ଜିନିଷ ଅଟେ ଯାହାର ସ୍ୱାଦ ସମସ୍ତେ ଚାଖିବାକୁ ଚାହଁନ୍ତି, କିନ୍ତୁ ସବୁ ଲୋକଙ୍କୁ ଏହିଥିରେ ସଫଳତା ମିଳିପାରେ ନାହିଁ, ଏହି ଦୁନିଆଁରେ ବହୁତ ଲୋକ ଅଛନ୍ତି ଯିଏ ନିଜ ଜୀବନରେ ସଫଳତା ହାସିଲ୍ କରିବାପାଇଁ ଦିନ ରାତି ପରିଶ୍ରମ କରନ୍ତି, କିନ୍ତୁ ତାଙ୍କୁ ସେଥିରୁ ସଫଳତା ମିଳିପାରେ ନାହିଁ । ସଫଳତା ପାଇବା ସେମିତି ସହଜ ନୁହେଁ, ସଫଳତାର ମାର୍ଗରେ ବହୁତ୍ ଅସୁବିଧା ଦେଖାଦେଇଥାଏ, ଯେଉଁ ବ୍ୟକ୍ତି ସେହି ଅସୁବିଧାକୁ ପାର୍ କରି ନିରନ୍ତର ପ୍ରୟାସ ଜାରି ରଖେ ତେବେ ତାକୁ ଦିନେ ନା ଦିନେ ନିଜ ଗନ୍ତବ୍ୟ ସ୍ଥାନ ମିଳିଯାଏ । ସେମିତି ଯେଉଁ ଲୋକ ନିଜ ଜୀବନର ପରିସ୍ଥିତିର ଆଗରେ ହାର୍ ମାନିଯାଆନ୍ତି, ସେ ନିଜ ଜୀବନରେ ସଫଳ ହୋଇପାରନ୍ତି ନାହିଁ , ଯଦି ମଣିଷ ମଧ୍ୟରେ କିଛି କରିବାର ଦକ୍ଷତା ବା ଶକ୍ତି ଅଛି ତେବେ ସେ ଖାଲି କଡା ପରିଶ୍ରମ କରିବାର ଆବଶ୍ୟକତା ଅଛି ଓ ଏହାର ଆଗକୁ ଧୈର୍ଯ୍ୟ ରଖିବାର ଅଛି, ପରିଶ୍ରମ ଓ ଧୈର୍ଯ୍ୟ ହିଁ ମଣିଷକୁ ନିଜ ଜୀବନରେ ସଫଳତା ପ୍ରଦାନ କରେ , ଆଜି ଆମେ ଆପଣଙ୍କୁ ଆଇଏଏସ୍ ଅଫିସର୍ ଅରିବିନ୍ଦ୍ କୁମାର ମିନାଙ୍କ କାହାଣୀ କହିବାକୁ ଯାଊଛୁ, ଯଦି ଆପଣଙ୍କ ଭିତରେ ସେହି ଧୈର୍ଯ୍ୟ ଓ ପରିଶ୍ରମ କରିବାର ଇଚ୍ଛା ଅଛି ତେବେ ଏହି କାହାଣୀକୁ ପୁରା ପଢନ୍ତୁ , ଆପଣ ବି ତାଙ୍କୁ ସଲାମ୍ କରିବେ ।

ଆପଣଙ୍କୁ କହିଦେବୁ କି ଆଇଏଏସ୍ ଅଫିସର୍ ଅରବିନ୍ଦ୍ କୁମାର ମିନା ବହୁତ କମ୍ ବୟସରୁ ବହୁତ କଠିନତା ଦେଖିଛନ୍ତି, ସେ କେବେ ହାର୍ ମାନିନାହାନ୍ତି, ନିଜ ସଫଳତା ପାଇବାପାଇଁ ସେ ନିରନ୍ତର ପ୍ରୟାସ କରୁଥିଲେ, ଅରବିନ୍ଦ୍ କୁମାର ମିନାଙ୍କ ଜନ୍ମ ସ୍ଥାନ ରାଜସ୍ଥାନର ଦୋସା ଜିଲ୍ଲାରେ ହୋଇଥିଲା, ସିକରାୟା ଉପଖଣ୍ତ କ୍ଷେତ୍ରର ନାହରଖୋହରା ଗାଁରେ ଏକ ଭଲ ପରିବାରରେ ହୋଇଥିଲା, ଯେବେ ଅରବିନ୍ଦ୍ କୁମାର ମିନାଙ୍କ ବୟସ ୧୨ ବର୍ଷ ଥିଲା ତେବେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଯାଇଥିଲା, ପୁର୍ବରୁ ତାଙ୍କ ପରିବାର ବହୁତ ଦାରିଦ୍ରତାରେ କାଳତିପାତ କରୁଥିଲା, ଓ ମୃତ୍ୟୁ ପରେ ତାଙ୍କ ପରିବାର ଉପରେ ଆହୁରି ଦାରିଦ୍ରତା ମାଡିବସିଲା ।

ଯେବେ ଅରବିନ୍ଦ୍ କୁମାର ମିନାଙ୍କ ବାପା ଏହି ଦୁନିଆଁ ଛାଡିଚାଲିଗଲେ ତେବେ ତାଙ୍କ ମା ଓ ପୁଅଙ୍କ ଦାୟିତ୍ୱ ନେଲେ , ଏହି ପରିବାର ବହୁତ ଗରିବ ଥିଲା ଯାହାର କାରଣରୁ ଏହି ପରିବାର ବିପିଏଲ୍ ଶ୍ରେଣିରେ ଆସିଗଲା, ଅରିବିନ୍ଦ୍ କୁମାରମିନା ମା ବହୁତ ପରିଶ୍ରମ କଲେ , ମୁଲିଆ କାମ କରି ପୁଅମାନଙ୍କୁ ପଢାଇଲେ , ମାଟିର ଘରେ ରହିକରି ଅରିବିନ୍ଦ୍ କୁମାର ମିନା ସ୍କୁଲ୍, କଲେଜ୍ ପାଠପଢା ସାରିଲେ । ଏମିତି କୁହାଯାଏ କି ଯେବେ ମଣିଷ ଅସୁବିଧାରେ ଥାଏ ସେ ନିଜ ମନୋବଳ ଭାଙ୍ଗିବସେ, କିଛି ଏମିତି ହେଲା ଅରିବିନ୍ଦ୍ କୁମାର ମିନାଙ୍କ ସହ

ଯେବେ ସେ ନିଜ ଘରର ଅବସ୍ଥା ଦେଖିଲେ ସେ ପୁରା ଭାଙ୍ଗିପଡିଲେ, ଏତିକି ନୁହେଁ ବରଂ ସେ ନିଜ ପାଠପଢା ଛାଡିବାକୁ ମନ ବଳାଇଦେଇଥିଲେ, କିନ୍ତୁ ସବୁ ସ୍ଥାନରେ ତାଙ୍କ ମା ତାଙ୍କୁ ସାହାସ ଦେଉଥିଲେ , ତେଣୁ ଅରବିନ୍ଦ୍ ଆଉଥରେ ସାହାସ ବାନ୍ଧି ପରିଶ୍ରମ କରିବା ଆରମ୍ଭ କରିଦେଲେ । ପରିଶେଷରେ ତାଙ୍କ ପରିଶ୍ରମ କାର୍ଯ୍ୟରେ ଆସିଲା ସେ ସଶସ୍ତ୍ର ସୀମା ବଳରେ ସହାୟକ କମାଣ୍ତାଣ୍ତ ପୋଷ୍ଟରେ ନିଯୁକ୍ତି ପାଇଗଲେ, ସେନାରେ ଚାକିରି କରୁଥିବା ସହ୍ ଅରିବିନ୍ଦ୍ କୁମାର ମିନା ୟୁପିଏସ୍ ସି ପରିକ୍ଷାର ପ୍ରସ୍ତୁତି କରୁଥିଲେ, ପରିଶେଷରେ ସେ ୟୁପିଏସ୍ ସି ପରିକ୍ଷା ଦେଲେ ଓ ଦେଶ ସାରା ୬୭୬ ତମ ସ୍ଥାନ ଓ ଏସ୍ ସି ବର୍ଗରେ ୧୨ତମ ସ୍ଥାନ ପାଇଲେ , ଏହି ପ୍ରକାର ମାଟି ଘରରୁ ମା ପୁଅ ପାଇଁ କମାଲ୍ କରିଦେଖାଇଥିଲେ ।

Leave a Reply

Your email address will not be published. Required fields are marked *