October 22, 2024

Odia Express

Here, There and Everywhere

ପଞ୍ଚଯନ୍ୟ ଶଙ୍ଖର ରହସ୍ୟ ଜାଣିକରି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ – ଏହି ଶଙ୍ଖ ର ମହତ୍ୱ ଜାଣିରଖନ୍ତୁ ଏବେ ଯୁଗ ଯୁଗର ପାପ ନଷ୍ଟ ହେଇଯିବେ

ସାଙ୍ଗମାନେ ଆଜି ମୁଁ ଆପଣ ମାନଙ୍କୁ ପଞ୍ଚଜନ୍ୟ ଶଙ୍ଖ ଯାହାକି ଶ୍ରୀକୃଷ୍ଣଙ୍କ ଶଙ୍ଖ ଥିଲା ତା ବିଷୟରେ କିଛି କଥା କହିବି। ମହାଭାରତରେ ଶ୍ରୀକୃଷ୍ଣଙ୍କ ପାଖରେ ପଞ୍ଚଜନ୍ୟ,ଅର୍ଜୁନଙ୍କ ପାଖରେ ଦେବଦତ୍ତ, ଯୁଧିଷ୍ଠିରଙ୍କ ପାଖରେ ଅନନ୍ତ,ଭିମଙ୍କ ପାଖରେ ପ୍ରୋଡ଼ିଗ ନକୁଳଙ୍କ ପାଖରେ ବୃହସ ଓ ସହଦେବଙ୍କ ପାଖରେ ମଣିପୁସ୍ପ ଥିଲା।ଏହି ସବୁ ଶଙ୍ଖ ମାନଙ୍କର ଶକ୍ତି ଓ ବିଶେଷତ୍ଵ ଅଲଗା ଅଲଗା ରହିଥିଲା।ଶଙ୍ଖ ମାନଙ୍କର ଶକ୍ତି ଓ ବର୍ଣ୍ଣନା ମହାଭାରତରେ ମିଳିଛି। ଶଂଖକୁ ବିଜୟ,ସୁଖ,ଶାନ୍ତି ଓ ମାତା ଲକ୍ଷ୍ମୀଙ୍କ ପ୍ରତୀକ ବୋଲି କୁହାଯାଏ।ଶଙ୍ଖ ଧ୍ୱନି ଶୁଭ ବୋଲି ଧରାଯାଏ।ପ୍ରାକୃତିକ ଉପାୟରେ ଶଙ୍ଖ ୩ ପ୍ରକାରର ହୋଇଥାଏ ଯଥା ଦକ୍ଷିଣ ବୃତ୍ତ ସଙ୍ଖ,ମଧ୍ୟ ବୃତ୍ତ ଶଙ୍ଖ,ବାମ ବୃତ୍ତ ସଙ୍ଖ।

ପଞ୍ଚଜନ୍ୟ ଶଙ୍ଖ ଏକ ବହୁତ ଦୁର୍ଲଭ ଶଙ୍ଖ ଅଟେ।ସମୁଦ୍ର ମନ୍ଥନ ସମୟରେ ପଞ୍ଚାଜନ୍ୟ ଶଙ୍ଖର ଉତ୍ପତ୍ତି ହୋଇଥିଲା।ଏହା ଏକ ଅମୂଲ୍ୟ ଶଙ୍ଖ ଥିଲା।ସୁନାର ଦତ୍ତକୁ ଗୋଟିଏ ଥର କିଛି ଦୈତ୍ୟ ଉଠାଇ ନେଇଗଲେ।ସେହି ଗୁରୁ ପୁତ୍ରକୁ ଆଣିବା ପାଇଁ ସେ ଦୈତ୍ୟ ନଗରୀ ଗଲେ।ସେ ଦେଖିଲେ କି ଗୋଟିଏ ସଂଖରେ ଏକ ଦୈତ୍ୟ ସୋଇଛି।ସେ ଦୈତ୍ୟକୁ ମାରି ସେହି ଶଙ୍ଖଟିକୁ ନିଜ ପାଖରେ ରଖିଦେଲେ।ଯେତେବେଳେ ତାଙ୍କୁ ଜଣା ପଡ଼ିଲା ଯେ ତାଙ୍କ ଗୁରୁ ପୁତ୍ର ତ ଯମ ପୁରୀକୁ ଚାଲିଯାଇଛି ତ ସେ ଯମ ପୁରୀ ଚାଲିଗଲେ। ଯମଦୂତମାନେ ତାଙ୍କୁ ଭିତରକୁ ଯିବାକୁ ଦେଲେ ନାହିଁ ତ ସେ ସେହି ଶଙ୍ଖଟିକୁ ବଜାଇ ବାକୁ ଲାଗିଲେ।ଶେଷରେ ଯମ ନିଜେ ଆସି ଶ୍ରୀକୃଷ୍ଣଙ୍କୁ ତାଙ୍କ ଗୁରୁ ପୁତ୍ରକୁ ଫେରାଇ ଦେଲେ।

ଶ୍ରୀକୃଷ୍ଣ ସେଠାରୁ ଫେରି ଆସି ଗୁରୁ ପୁତ୍ର ସହିତ ସଂଖକୁ ମଧ୍ୟ ଅର୍ପଣ କରିବା ପାଇଁ ଚାହିଁଲେ।ଗୁରୁ ସେହି ପଞ୍ଚଯନ୍ୟ ସଙ୍ଖକୁ ଶ୍ରୀକୃଷ୍ଣଙ୍କୁ ଦେଇ କହିଲେ ଏହା ତୁମର ଅଟେ।ଗୁରୁଙ୍କ କଥା ମାନି ସେ ସେହି ଶଙ୍ଖ ଦ୍ଵାରା ପୁରୁଣା ଯୁଗର ସମାପ୍ତି ଓ ନୂଆ ଯୁଗର ଆରମ୍ଭ କଲେ।କୁହାଯାଏ ଯେ ଏହି ଶଙ୍ଖର ଧ୍ଵନି ଦ୍ଵାରା ସମଗ୍ର ଶତ୍ରୁ ସେନା ଭୟଭୀତ ହୋଇ ଯାଉଥିଲା।ଏହି ଶଙ୍ଖ ଧ୍ୱନି ଦ୍ଵାରା ପାଣ୍ଡବ ମାନଙ୍କ ସେନା ଭିତରେ ଅଦ୍ଭୁତ ପୂର୍ବ ସାହସ ଓ ଆତ୍ମବିଶ୍ବାସ ଜାଗ୍ରତ ହୋଇଥିଲା।ଏହାର ଧ୍ଵନି ସିଂହର ନାଦ ଠାରୁ ମଧ୍ୟ ଭୟଙ୍କର ଥିଲା।ଏହାକୁ ଘରକୁ ବାସ୍ତୁ ଦୋଶରୁ ମୁକ୍ତ ରଖିବା ପାଇଁ ବ୍ୟବହାର କରାଯାଏ।ଏହାର ପାଞ୍ଚଟି ଆଙ୍ଗୁଳି ରହିଛି।

କୁହାଯାଏ ଯେ ଆଜିବି ସେହି ଶଙ୍ଖର ଉପସ୍ଥିତି ରହିଛି। ହରିୟାଣାର କର୍ନାଲରେ ଏହାର ଉପସ୍ଥିତି ଥିବା ମନେ କରାଯାଏ।୨୦ ଏପ୍ରିଲ ୨୦୧୩ ମସିହାରେ ଏହି ଶଙ୍ଖର ଚୋରି ହେବା କଥା କୁହାଗଲା।ମହାଭାରତ ଶେଷ ହେବା ପରେ ଶ୍ରୀକୃଷ୍ଣ ତାଙ୍କର ଏହି ସଂଖକୁ ଋଷି ପରାଶରଙ୍କ ଆଶ୍ରମରେ ରଖିଥିଲେ।

Leave a Reply

Your email address will not be published. Required fields are marked *