ଲକ୍ ଡାଉନ୍ ରେ ବାପାଙ୍କ ଚାଲିଗଲା ଚାକିରି,ଝିଅ ବାଇକ୍ ଚଲାଇବା ଶିଖିଲେ , ଫୁଡ୍ ଡେଲିଭେରୀ କରି ପରିବାରର ପେଟ ପୋଷୁଛନ୍ତି ଏହି ଝିଅ
ଦେଶ ସାରା ଲୋକଙ୍କର ଜୀବନ ପୁରା ଭାବେ ବଦଳାଇଦେଇଛି, ଲକ୍ ଡାଉନ୍ କାରଣରୁ ଲୋକେ ବହୁତ ଚିନ୍ତିତ ହୋଇଛନ୍ତି, ଲକ୍ ଡାଉନ୍ କୁ ନେଇ ଲୋକଙ୍କ ଚାକିରି ଛଡା ହୋଇଯାଇଛନ୍ତି, ଏମିତି ସ୍ଥିତିରେ ଘରକୁ ଚଳାଇବା ବହୁତ କଠିନ ହୋଇଯାଇଛି । କୋରନା କାଳରେ ଏମିତି ବହୁତ ସାରା ଖବର ଆସିବା ଦିନରୁ ଶୁଣିବାକୁ ମିଳୁଛି , ଏହି ସଙ୍କଟର ସମୟରେ ସମସ୍ତେ ଭାଙ୍ଗିପଡିଛନ୍ତି, ଖାସ୍ କରି ଯେଉଁ ଲୋକ ଦିନ ମଜୁରିଆ ଅଟନ୍ତି । ତାଙ୍କ ଜୀବନ ବହୁତ କଠିନ ହୋଇଯାଇଛି, କାମ ଧନ୍ଦା ନହେବା କାରଣରୁ ଲୋକଙ୍କୁ ଭୋକିଲା ପେଟରେ ଶୋଇବାକୁ ପଡୁଛି, ଏହି ମଧ୍ୟରେ ଆମେ ଆପଣଙ୍କୁ କଟକ, ଓଡିଶାର ଏକ ୧୮ ବର୍ଷୀୟ ଝିଅ ବିଷ୍ଣୁପ୍ରିୟାଙ୍କ କାହାଣୀ ବିଷୟରେ କହିବାକୁ ଯାଉଛୁ । ଯେବେ କୋରନା ହୋଇନଥିଲା ତେବେ ବିଷ୍ଣୁପ୍ରିୟା ଏକ ବିଦ୍ୟାର୍ଥୀ ଥିଲେ, ସ୍କୁଲ୍ ଯାଇକରି ପାଠ ପଢୁଥିଲେ, ବିଷ୍ଣୁପ୍ରିୟାଙ୍କ ଆଗରେ ଏହି ସ୍ୱପ୍ନ ଥିଲା କି ପାଠପଢିକରି ସେ ଡାକ୍ତର ହେବେ ଓ ଲୋକଙ୍କ ସେବା କରିବେ , କିନ୍ତୁ ଯେବେ କୋରନା ଦେଶରେ ଆସିଲା ତେବେ ସବୁକିଛି ବଦଲିଗଲା
ଆପଣଙ୍କୁ କହିଦେବୁ କି ବିଷ୍ଣୁପ୍ରିୟା କଟକର ବାସିନ୍ଦା ଅଟନ୍ତି, ଓ ତାଙ୍କ ବାପା ଡ୍ରାଇଭର୍ ଚାକିରି କରୁଥିଲେ, କିନ୍ତୁ କୋରନା ଭାଇରସ୍ କୁ ନେଇ ତାଙ୍କ ବାପାଙ୍କ ଚାକିରି ଚାଲିଗଲା, ଏମିତି ସ୍ଥିତିରେ କିଛି କାମ ଧନ୍ଦା ନଥିବା କାରଣରୁ ସେ ନିଜ ପରିବାର ସହ ବହୁତ ଅଭାବ ଅସୁବିଧାରେ ନେଇ ଚଳୁଥିଲେ, ଆର୍ଥିକ ସମସ୍ୟା ବଡ ସମସ୍ୟା ହୋଇ ତାଙ୍କ ଆଗରେ ଆସିଲା । ଯେପରି ଆମେ ମାନେ ଜାଣିଛେ କି ମହଜୁଦା ସମୟରେ ବିନା ପଇସାରେ କିଛି ମିଳେ ନାହିଁ ପଇସା ହେବା ତ ମଣିଷ ଖାଇପାରିବ କିନ୍ତୁ କାମ କାର୍ଯ୍ୟ ନ ଥିବା ଯୋଗୁଁ ବିଷ୍ଣୁପ୍ରିୟାଙ୍କ ଘରର ଆର୍ଥିକ ପରିସ୍ଥିତି ପୁରା ଖରାପ ହୋଇଯାଇଥିଲା, ଆପଣଙ୍କୁ କହିଦେବୁ କି ବିଷ୍ଣୁପ୍ରିୟାଙ୍କ ଛଡା ପରିବାରରେ ଆଉ ଦୁଇଟି ଛୋଟ ଛୁଆ ଅଛନ୍ତି, ଓ ସେ ପାଠ ପଢୁଛନ୍ତି, ଏମିତିରେ ବାପାଙ୍କ ଚାକିରି ଚାଲିଯିବାପରେ ବିଷ୍ଣୁପ୍ରିୟା ଏକ ବଡ ନିର୍ଣ୍ଣୟ ନେଲେ ସେ ନିଜ ପରିବାରକୁ ସାହାରା ଦେବାପାଇଁ ପାଠପଢାକୁ ଛାଡି ଚାକିରି ଖୋଜିବାରେ ଲାଗିଲେ ।
ବିଷ୍ଣୁପ୍ରିୟା ଜମାଟୋ ଫୁଡ୍ ଡେଲିଭେରି କମ୍ପାନୀରେ ଇଣ୍ଟରଭ୍ୟୁ ଦେଲେ, ଓ ସେଠାରେ ତାଙ୍କ ସିଲେକ୍ସନ୍ ହୋଇଗଲା, ବିଷ୍ଣୁପ୍ରିୟାଙ୍କୁ ଲାଗିଲା କି ସେ ଫୁଡ୍ ଡେଲିଭେରି ଆପ୍ ଜମାଟୋ ରେ ଲୋକଙ୍କ ଘର ପର୍ଯ୍ୟନ୍ତ ଖାଦ୍ୟ ପହଞ୍ଚାଇବା କାମ କରିପାରିବେ ,ଏହି କାରଣରୁ ସବୁଠାରୁ ପ୍ରଥମେ ବିଷ୍ଣୁପ୍ରିୟାଙ୍କ ବାପା ମୋଟରସାଇକେଲ୍ ଚଲାଇବା ଶିଖାଇଲେ ଝିଅକୁ, ଏହାପରେ ଜମାଟୋର ସ୍ଥାନୀୟ ଅଫିସ୍ ରେ ଡେଲିଭେରୀ ଏଜେଣ୍ଟ ଚାକିରି ପାଇଁ ଆପ୍ଲାଇ କଲେ, ଯେଉଁଠି ତାଙ୍କ ସିଲେକ୍ସନ୍ ହୋଇଗଲା, ବିଷ୍ଣୁପ୍ରିୟା ଗତ ୧୮ ଦିନରୁ ଫୁଡ୍ ଡେଲିଭେରୀ କାମ ଭଲରେ କରୁଛନ୍ତି
ସେ କଟକର ପ୍ରଥମ ଝିଅ ଯିଏକି ଏହି ଚାକିରି କରୁଛନ୍ତି, ବୋଧେ ଓଡିଶାରେ ଏମିତି ବହୁତ କମ୍ ଝିଅ ଥିବେ , ଯିଏ ଏପରି ଚାକିରି କରୁଥିବେ । ଆପଣଙ୍କୁ କହିଦେବୁ କି ବିଷ୍ଣୁପ୍ରିୟା ସକାଳ ୬ ରୁ ୧୦ ଟା ଯାଏଁ ଛୁଆଙ୍କୁ ଟ୍ୟୁସନ୍ ପଢାଉଛନ୍ତି, ଓ ସକାଳ ୧୧ ଟାରୁ ସଂନ୍ଧ୍ୟା ୬ ଟା ଯାଏଁ ଜମାଟୋ ପାଇଁ ଫୁଡ୍ ଡେଲିଭରି କାମ କରୁଛନ୍ତି, କଥାବାର୍ତ୍ତା ସମୟରେ ମିଡିଆ କୁ କହିଲେ କି ସେ +୨ ପଢୁଛନ୍ତି, ଓ ସେ ସାଇନ୍ସ ବିଷୟ ନେଇଥିଲେ, ଓ ତାଙ୍କର ସ୍ୱପ୍ନ ଥିଲା କି ସେ ଡାକ୍ତର ହେବେ କିନ୍ତୁ ବାପାଙ୍କ ଜବ୍ ଚାଲିଯିବାପରେ ସେ ବଦଳିଗଲେ , ଆମେ ତିନି ଭଉଣୀ ଅଟୁ ଓ ମୋର ମାନିବା କଥା କି କିଛି ବି କାମ ଛୋଟ ହୋଇନଥାଏ, ଏମିତିରେ ମୋର ଚେଷ୍ଟା ଅଛିକି ପରିବାରର ସବୁ ଦରକାରିତାକୁ ପୁରା ହେବା ସହ ଦୁହେଁ ଭଉଣୀଙ୍କ ପାଠପଢା ଖର୍ଚ୍ଚ ବି ଚଲାଇପାରିବି ।