October 4, 2024

Odia Express

Here, There and Everywhere

କୌତୁକିଆ ଜୋକ୍ସ : ନିଜ ସ୍ତ୍ରୀକୁ ପପୁ ସୁନାମୀର ଲହଡିରେ ହରାଇ ବସିଲା, ଦିନେ ପପୁ ସମୁଦ୍ର ତଟରେ ଠିଆ ହୋଇଥିଲା ତାପରେ ଯାହା କହିଲା ଶୁଣିଲେ ହସି ହସି ଗଡ଼ିବେ ଆପଣ

1 min read

ଜୋକ୍ସର ଏହି ମଜାଦାର୍ ଦୁନିଆଁରେ ଆପଣ ସମସ୍ତଙ୍କୁ ସ୍ୱାଗତ । ଏହା ଆମେ ସମସ୍ତେ ଜାଣିଛନ୍ତି କି ଖୁସିରେ ରହିବା ଆମ ଜୀବନ ପାଇଁ କେତେ ଜରୁରୀ, କାରଣ ଖୁସିରେ ରହିଲେ ଆମ ଜୀବନର ଅଧା ଚିନ୍ତା ଦୁର ହୋଇଯାଏ , ଓ ଆମ ମଧ୍ୟରେ ସକରାତ୍ମକ ଭାବନା ଜାଗ୍ରତ ହୁଏ , ଏହି କଥାକୁ ଧ୍ୟାନରେ ରଖି ଆମେ ଆପଣଙ୍କ ପାଇଁ କିଛି ମଜାଦାର୍ ଜୋକ୍ସ ନେଇକରି ଆସିଛୁ , ଯାହାକୁ ପଢିବାପରେ ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଆଉ ବିଳମ୍ବ କାହିଁକି ଆସନ୍ତୁ ଆରମ୍ଭ କରିବା ହସିବା ଓ ହସାଇବାର ମଜାଦାର୍ ସିଲସିଲା ।

୧) ସ୍ୱାମୀ- ଆଜି ଡାଲିରେ ଭଲ ବାସ୍ନା ଆସୁଛି । ସ୍ତ୍ରୀ-ଧନିଆଁ, ପୁଦିନା, ଗୋଲମରିଚରୁ ଡାଲି ତିଆରି କରିଛି ।

ସ୍ୱାମୀ- ଆରେ ମୋତେ ବଜାର ଯିବାକୁ ସମୟ ହେଲାନି, ଏଥିପାଇଁ ମୁଁ ପତଞ୍ଜଳୀ ପେଷ୍ଟ ମିଶାଇଦେଲି ଏଥିରେ ସବୁ ସେଇ ଗୁଣ ଅଛି ।

୨) ଶିକ୍ଷକ- ୧ ରୁ ୧୦ ପର୍ଯ୍ୟନ୍ତ ଗଣିକରି କହ ! ସାନ୍ତା-୧,୨,୩,୪,୫ ,୭,୮,୯,୧୦ ଶିକ୍ଷକ- ୬ କୁଆଡେ ଗଲା? ସାନ୍ତା- ସେ ମରିଗଲା ସାର୍ , ଶିକ୍ଷକ- ମରିଗଲା କେମିତି ? ସାନ୍ତା- ଆଜି ସକାଳୁ ନ୍ୟୁଜରେ କହୁଥିଲେ କି କେଉଁ ବସର ଗାତରେ ପଡିକରି ୬ ଜଣ ମୃତ୍ୟୁ ।

୩) ପପୁ – ନିଜ ଶଶୁରଘରକୁ ଗୁରୁଜୀଙ୍କ ପ୍ରବଚନ ଶୁଣିବାକୁ ଗଲା , ଗୁରୁଜୀ କହିଲେ- ଯିଏ ସ୍ୱର୍ଗ ଯିବାକୁ ଚାହୁଁଛି ସେ ନିଜ ହାତ ଉପରକୁ କରନ୍ତୁ । ପପୁର ସ୍ତ୍ରୀ ଓ ଶାଶୁ ନିଜ ହାତ ଉପରକୁ ଉଠାଇଲେ । ଗୁରୁଜୀ ପପୁକୁ ପଚାରିଲେ- କଣ ତୁମକୁ ସ୍ୱର୍ଗ ଯିବାକୁ ଇଚ୍ଛା ନାହିଁ କି ? ପପୁ- ଗୁରୁଜୀ- ଏହି ଦୁହେଁ ଚାଲିଯିବେ ତ ଏଠାରେ ହିଁ ସ୍ୱର୍ଗ ହୋଇଯିବ , ଗୁରୁଜୀ ନିଜ ଚେଲାକୁ କହିଲେ – ଏହି ଜ୍ଞାନୀ ପୁରୁଷଙ୍କୁ ନିଜ ଟିମ୍ ରେ ସାମିଲ୍ କରାଇଦିଅ ।

୪) ସ୍ୱାମୀ ନିଜ ସ୍ତ୍ରୀର ମୋବାଇଲ୍ ରେ- ତୁମେ ବହୁତ ସୁନ୍ଦର । ସ୍ତ୍ରୀ- ଆଚ୍ଛା-ଧନ୍ୟବାଦ୍ , ସ୍ୱାମୀ- ତୁମେ ବିଲକୁଲ୍ ରାଜକୁମାରୀ ପରି ଲାଗୁଚ । ସ୍ତ୍ରୀ- ଧନ୍ୟବାଦ୍ ପ୍ରିୟେ , ଆଚ୍ଛା କୁହ କଣ କରୁଛ ? ସ୍ୱାମୀ- କିଛି ନାହିଁ ଫ୍ରୀରେ ବସିଥିଲି ଭାବିଲି ଗୋଟେ ମଜାକ୍ କରିଦେବି ।

୫) ସ୍ତ୍ରୀ ସ୍ୱାମୀକୁ- କୁଆଡେ ଯାଉଛ ? ସ୍ୱାମୀ- ମରିବାକୁ ଯାଉଛି । ସ୍ତ୍ରୀ- ମୋତେ ସାଥିରେ ନେଇକରି ଯାଇଥାନ୍ତ ନା । ସ୍ୱାମୀ- ଆଶ୍ଚର୍ଯ୍ୟ ହୋଇ- କଣ ପାଇଁ ? ସ୍ତ୍ରୀ- ଯଦି ଇରାଦା ବଦଳିଯିବ ତେବେ ଆସୁଥିବା ସମୟରେ ଦୁଇ କିଲୋ ଆଳୁ ଓ ଏକ କିଲୋ ପିଆଜ ନେଇକରି ଆସିଥାନ୍ତ ମ ।

୬) ଅଧା ରାତିରେ ବର୍ଷା ଓ ଝଡ ତୋଫାନରେ ଜଣେ ବ୍ୟକ୍ତି ପିଜା ହର୍ଟରୁ ପିଜ୍ଜା ନେବାକୁ ଗଲା, ପିଜାବାଲା- କଣ ତୁମେ ବିବାହିତ ? ବ୍ୟକ୍ତି- ଆରେ ମୁର୍ଖ, ଏମିତି ତୋଫାନରେ କେଉଁ ମା ନିଜ ପୁଅକୁ ପିଜା ଆଣିବାକୁ କହିବ କହ ?

୭) ଗୋଟେ ଜମାନା ଥିଲା ଯେବେ ମୋବାଇଲ୍ ପଡୁଥିଲା ତେବେ ବ୍ୟାଟେରି ବାହାରକୁ ବାହାରିଯାଉଥିଲା  କିନ୍ତୁ ଏବେ ମୋବାଇଲ୍ ପଡୁଛି ତ କଲିଜା,ଫୁସ୍ ଫୁସ୍, ଲିଭର୍, କିଡନୀ ସବୁ ବାହାରିଯାଉଛି ।

୮) କେବେ ବି ଏକେଲାପଣ ଅନୁଭବ ହେଲେ ଘରେ ସବୁ ଲାଇଟ୍ ବନ୍ଦ କରି ଭୁତ ଫିଲ୍ମ ଦେଖ, ରାଣ ଖାଇ କହୁଛି ଏକେଲାପଣ ଅନୁଭବ ହେବ ନାହିଁ ସବୁ ସମୟରେ ଲାଗିବ କିଏ ତୁମ ପଛରେ ଛିଡା ହୋଇଛି ।

୯) ପପୁ ନିଜ ସ୍ତ୍ରୀକୁ ସୁନାମୀର ଲହଡିରେ ହରାଇଦେଲା,  ଦିନେ ସମୁଦ୍ର ତଟରେ ଠିଆ ହୋଇଥିଲା, ଲହଡି ତାର ପାଦକୁ ଛୁଇଁ ଯାଉଥିଲା, ତେବେ ଅଚାନକ କହିଲା ଦେଖ ସମୁଦ୍ର ଭାଇ, କେତେ ବି ଗୋଡ ତଳେ ପଡିଯାଅ ମୁଁ ନିଜ ସ୍ତ୍ରୀକୁ ଫେରାଇ ନେବାକୁ ଚାହୁଁନି, ତୁମର ଭୁଲ୍ ଥିଲା ତୁମେ ଏବେ ସଂମ୍ଭାଳ ।

୧୦) ଝିଅ- ଜାନୁ ଆଜି ପୁଅ ଘର ଲୋକେ ମୋତେ ଦେଖିବାକୁ ଆସୁଛନ୍ତି ।

ପୁଅ- ଭଲ କଣ ହେଲା ସେଠୁ ? ଝିଅ- ଯେପରି ହିଁ ମୁଁ ପୁଅ ଘର ଲୋକଙ୍କୁ ଦେଖିଲେ ମୁଁ ଓଲଟା ପାଦ ପକା ପଳେଇ ଆସିଲି, ପୁଅ- ଆରେ ଓଲଟା ପାଦ ପକାଇ ସେମିତି ଆସେନି , ନହେଲେ ପୁଅ ଘର ଲୋକେ ବୁଝିଯିବେ କି ତୁ ରାକ୍ଷାସୁଣି ବୋଲି ।

Leave a Reply

Your email address will not be published. Required fields are marked *