September 17, 2024

Odia Express

Here, There and Everywhere

ଜଗନ୍ନାଥ ମନ୍ଦିରର ସେହି ରହସ୍ୟ ଯାହା ଯେତେ ବି ପ୍ରଚେଷ୍ଠା ଫଳରେ ବି ଆଜି ଏପର୍ଯ୍ୟନ୍ତ ରହସ୍ୟ ଘେରରେ – ପ୍ରତି ଓଡ଼ିଆ ଜାଣିବା ନିହାତି ଦରକାର

ଆମର ଦେଶ ଭାରତ ରହସ୍ୟ ଭରା ଦେଶ ଅଟେ, ଓ ଏହି ଦେଶର ସଭ୍ୟତା ଓ ଦେଶରେ ମନ୍ଦିର ବହୁତ ପୁରାତନ ଅଟେ,  ଦେଶ ସାରା ଏମିତି ବହୁତସାରା ମନ୍ଦିର ଅଛି ଯାହା ହିନ୍ଦୁଙ୍କ ଆସ୍ଥାର କେନ୍ଦ୍ର ମାନାଯାଏ , ଯେପରି କେଦାରନାଥ ବଦ୍ରୀନାଥ, ଶ୍ରୀ ବୈଷ୍ଣୋଦେବୀ, ଜଗନ୍ନାଥ ପୁରୀ ଇତ୍ୟାଦି, ଦେଶରେ ସ୍ଥିତ ମନ୍ଦିର କେଉଁ ନା କେଉଁ ରହସ୍ୟରେ ଭରା ଅଛି, ଆଜି ଆମେ ଆପଣଙ୍କୁ ଏମିତି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ, ଯାହାର ଇତିହାସ ହଜାର ବର୍ଷରୁ ପୁରୁଣା ଅଟେ, ଆମେ କଥା ହେବା ଭଗବାନ ବିଷ୍ଣୁଙ୍କ କୃଷ୍ଣ ଅବତାର ସମର୍ପିତ ଓଡିଶାରେ ସମୁଦ୍ର ତଟରେ ବସିଥିବା ଜଗନ୍ନାଥ ମନ୍ଦିରର , ଏହି ମନ୍ଦିରରେ ଭଗବାନ କୃଷ୍ଣ ଦର୍ଶନ ପାଇଁ ଦେଶ ବିଦେଶରୁ ଶ୍ରଦ୍ଧାଳୁ ଆସିଥାନ୍ତି , ପୁରୀ ସ୍ଥିତ ଜଗନ୍ନାଥ ମନ୍ଦିରରେ ଏମିତି ବହୁତ ରହସ୍ୟ ଅଛି ଯାହା ବର୍ଷ ବର୍ଷ ପରେ ବି ରହସ୍ୟ ଘେରରେ ଅଛନ୍ତି , ଚାଲନ୍ତୁ ଜାଣିବା ପରିଶେଷରେ ଏମିତି କଣ ରହସ୍ୟ ଅଛି ଯାହା ମନ୍ଦିର ସହ ।

ଭଗବାନ କୃଷ୍ଣଙ୍କ ଏହି ମନ୍ଦିର ସେମିତି ସମୁଦ୍ରର ପାଖରେ ଅଛି , କିନ୍ତୁ ଏହି ରହସ୍ୟର କଥା ଏହା କି ମନ୍ଦିର ଭିତରକୁ ଯିବା ପରେ ଆପଣଙ୍କୁ ସମୁଦ୍ରର ଲହଡି ବିଲକୁଲ୍ ଶୁଣିବାକୁ ମିଳିବ ନାହିଁ ଯେପରି ଆପଣ ମନ୍ଦିର ବାହାରକୁ ବାହାରିବେ ତେବେ ଆପଣଙ୍କୁ ସମୁଦ୍ରର ଲହଡି ଆବାଜ୍ ଶୁଣାଯିବ, ଏହା କୌଣସି ଚମତ୍କାରରୁ କମ୍ ନୁହେଁ , ଏହି ମନ୍ଦିରର କୋଣ ଅନୁକୋଣ ରହସ୍ୟରେ ଭରା ହୋଇ ରହିଛି, ପୁରାଣ ଅନୁସାରେ ଜଗନ୍ନାଥ ମନ୍ଦିର ଙ୍କୁ ପୃଥିବୀର ବୈକୃଣ୍ଠ ବୋଲି ଜଣାଯାଏ , ଓ କୁହାଯାଏ କି ଭଗବାନ ଶ୍ରୀକୃଷ୍ଣ ଏଠାରେ ମହଜୁଦ୍ ଅଛନ୍ତି , ଏହି ମନ୍ଦିରରେ ଭଗବାନ ବିଷ୍ଣୁଙ୍କ ରୂପ ଅନ୍ୟ ବିଷ୍ଣୁଙ୍କ ମନ୍ଦିର ମୁକାବଲାରେ ଟିକିଏ ଅଲଗା ଅଟେ । ଏହି ମନ୍ଦିର ସହ ଯୋଡି ହୋଇଥିବା ରହସ୍ୟ ଆଉ ଏକ ଅଟେ କି ଏହି ମନ୍ଦିରରେ କେବେ ବି ଭକ୍ତଙ୍କ ପାଇଁ ପ୍ରସାଦର ଅଭାବ ହୁଏ ନାହିଁ , ସେମିତି ଶ୍ରଦ୍ଧାଳୁଙ୍କ ସଂଖ୍ୟା ଯେତେ ବି ହୋଇ ଥାଉ ନା କାହିଁକି ମନ୍ଦିରର ଭଣ୍ତାର ଗୃହରେ ବର୍ଷ ସାରା ପ୍ରସାଦର ସାମଗ୍ରୀ ଉପଲ୍ଲବ୍ଧ ରହିଥାଏ

ମାନ୍ୟତା ଅନୁସାରେ ଭଗବାନ ଜଗନ୍ନାଥଙ୍କ କୃପା ଦ୍ୱାରା କେବେ ବି ପ୍ରସାଦର କମି ହୋଇନାହିଁ , ଏଠାରେ ପ୍ରସାଦ ଯେଉଁ ରୋସୋଇ ଘରେ ତିଆରି କରାଯାଏ , ତାହା ନିଜ ମଧ୍ୟରେ ଏକ ରହସ୍ୟ ଅଟେ,  ଏହି ପ୍ରସାଦ ପ୍ରସ୍ତୁତ କରିବା ସମୟରେ ଅଭଡା ହାଣ୍ତି ଗୋଟେ ଉପରେ ଗୋଟେ କରି ରଖାଯାଏ , ଓ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା କି ଯେଉଁ ଅଭଡା ହାଣ୍ତି ଉପରେ ରହିଥାଏ ତାହା ସର୍ବପ୍ରଥମେ ପ୍ରସ୍ତୁତ ହୋଇଥାଏ,  ଓ ତଳ ଅଭଡା ହାଣ୍ତି ମଧ୍ୟ । ଜଗନ୍ନାଥ ଭଗବାନଙ୍କ ଭୋଗ ବନାଇବାପାଇଁ ୫୦୦ ରୋଷେଇଆ ଏକା ସାଙ୍ଗେ କାମ କରିଥାନ୍ତି ଓ ତାଙ୍କ ସହ ୩୦୦ ସହାୟକ ବି ଥାନ୍ତି , ଭଗବାନ ଜଗନ୍ନାଥ ପ୍ରସାଦ କେବଳ ମନ୍ଦିର ବନ୍ଦ ହେବା ପରେ ହିଁ ଶେଷ ହୋଇଥାଏ ।  ଏହି ମନ୍ଦିରରେ ଏକ ରହସ୍ୟ ଆହୁରି ବି ଅଛି ମନ୍ଦିରର ଶିଖରରେ ଲଗାହୋଇଥିବା ବାନା ପବନର ବିପରିତ ଦିଗରେ ଉଡିଥାଏ

ଏହା ଛଡା ଏହି ମନ୍ଦିରରେ ଶିଖରରେ ଲଗା ହୋଇଥିବା ପତିତପାବନ ବାନା ସବୁ ଦିନ ବଦଳା ଯାଇଥାଏ , ବରଂ କେଉଁ ଅନ୍ୟ ମନ୍ଦିରରେ ବାନା କେବେ ପ୍ରତିଦିନ ବଦଳା ଯାଇନଥାଏ,  ସବୁଦିନ ଜଗନ୍ନାଥ ମନ୍ଦିରର ପୁଜାରୀ ମନ୍ଦିରର ଶିଖରରେ ଚଢିକରି ମନ୍ଦିରର ଧ୍ୱଜକୁ ବଦଳାଇଥାନ୍ତି , ମାନ୍ୟତା ଏହା ଅଛି କି କେଉଁ ଦିନ ବି ମନ୍ଦିରର ଶିଖରର ଧ୍ୱଜ ବଦଳା ନ ଗଲା ତେବେ ମନ୍ଦିର ୧୮ ବର୍ଷ ପାଇଁ ବନ୍ଦ ହୋଇଯିବ , ମନ୍ଦିରର ଶିଖରରେ ଏକ ସୁଦର୍ଶନ ଚକ୍ର ଲଗା ହୋଇଛି, ଏଥିରେ ଏକ ରହସ୍ୟ ଅଛି ଯାହା ଏହି ସୁଦର୍ଶନ ଚକ୍ରକୁ ଯେଉଁ ଦିଗରେ ଠିଆ ହୋଇ ଦେଖିଲେ ଏହା ଲାଗିବ କି ଏହି ଚକ୍ର ଆପଣଙ୍କ ଆଡକୁ ମୁହଁ କରି ଅଛି, ଏହି ମନ୍ଦିରର ଛାଇ ମଧ୍ୟ ଏକ ରହସ୍ୟରେ ଅଛି ଏତେ ଉଚ୍ଚା ମନ୍ଦିର ହେବା ପରେ ବି ଏହି ମନ୍ଦିରର ଛାଇ କେବେ ତଳେ ପହଞ୍ଚେ ନାହିଁ । ଆପଣ ଯେ କୌଣସି ଦିଗରୁ ଏହାକୁ ଦେଖିଲେ ଆପଣ ଛାଇ କେବେ ଦେଖିବାକୁ ପାଇବେ ନାହିଁ ।

କୁହାଯାଏ କି ଏହି ଜଗନ୍ନାଥ ମନ୍ଦିର ଯେତେ ଉଚ୍ଚା ଅଟେ ସେତେ ଗଭୀର ବି ଅଟେ, ମନ୍ଦିରର ଖଜଣାରେ ଟଙ୍କା ପଇସା ସହ ସୁନା, ରୁପା, ହୀରା, ଅଳଙ୍କାର ବି ଅଛି, ଓଡିଶା କୋର୍ଟ ଆଦେଶ ଅନୁସାରେ ୧୬ ଜଣ ସଦସୀୟ ଏକ ଟୀମ୍ ଏହାର ଯାଞ୍ଚ କରିବାକୁ ଆସିଥିଲେ,  କୁହାଯାଏ କି ଯାଞ୍ଚର ୨ ମାସ ପରେ ମନ୍ଦିର ଖଜଣାର ତାଲା କେଉଁଆଡେ ହଜିଗଲା ଯାହା ଆଜି ପର୍ଯ୍ୟନ୍ତ ମିଳୁନାହିଁ , ଯାଞ୍ଚ ପାଇଁ ଟୀମ୍ ସଦସ୍ୟ ରତ୍ନ ଭଣ୍ତାରର ରକ୍ଷକ ଲୋକନାଥ ମୂର୍ତ୍ତି ପାଖରେ ଶପଥ ନେଲେ ମନ୍ଦିରର ଖଜଣା ବିଷୟରେ କାହାକୁ ବି ଆଲୋଚନା କରିବେ ନାହିଁ ୨୦୧୧ ରେ ଜଗନ୍ନାଥ ପୁରୀ ପାଖରେ ଏକ ମଠରୁ ଏକ ସାଧୁ ୧ ରୁପାର ଇଟା ଚୋରେଇକରି ନେଇଗଲା, ତାପରେ ଯାଞ୍ଚ କରିବାପରେ ଯେବେ ସେହି ମଠର ରୁମ୍ ଖୋଲା ହେଲା ତେବେ ସେଥିରୁ ୧୦୦ କୋଟିରୁ ଅଧିକା ରୁପାର ଇଟା ମିଳିଲା , ଏଥିରୁ ଏହି କଥାର ଅନ୍ଦାଜା ଲଗାଯାଇପାରିବ କି ମନ୍ଦିରରେ ବହୁମୁଳ୍ୟର ଖଜଣାର ଭଣ୍ତାର ଅଛି ଯାହାକି ଏବେ ବି ରହସ୍ୟ ଘେରରେ ଅଛି ।

ଜୟ ଜଗନ୍ନାଥ ।

Leave a Reply

Your email address will not be published. Required fields are marked *