୫ ମିନିଟରେ ଦୂର କରନ୍ତୁ ଗଳାର ସବୁ କଷ୍ଟ – ଚୁଟକୀ ରେ ଆପଣଙ୍କୁ ମିଳିବ ଏହି କଷ୍ଟ ରୁ ମୁକ୍ତି..
ଏମିତି ବର୍ଷା ଦିନରେ ହଠାତ୍ ଆପଣଙ୍କ ଗଳାରେ ପୀଡ଼ା ହେଇଥାଏ, ଏତେ କଷ୍ଟ ହେଇ ଥାଏ କି ଆପଣ ଛେପ ବି ଢ଼ୋକି ପାରନ୍ତି ନାହିଁ।ଏମିତି ଲାଗିଥାଏ ଯେପରି କି ତଣ୍ଟି ଶୁଖି ଯାଉଛି,ଏହାସହ ଆପଣଙ୍କୁ ଶ୍ୱାସ କିୟାରେ ମଧ୍ୟ ଅସୁବିଧା ଅନୁଭବ ହେଇଥାଏ।ତେବେ ଆଜି ଆମେ ଏଠାରେ ସେଭଳି କିଛି ଗଳାର ରୋଗ ପାଇଁ କିଛି ଘରୋଇ ଉପଚାର ଆଣିଛୁ ଯାହାକୁ କରି ଆପଣ କିଛି ଦିନରେ ହିଁ ଏସବୁ ଗଳା ସହ ଜଡ଼ିତ ରୋଗରୁ ମୁକ୍ତି ପାଇବେ।ଏଥି ସହ ଆପଣଙ୍କୁ ବଜାରରୁ କିଛି ଅଧିକ ଔଷଧି ମଧ୍ୟ କିଣି ଖାଇବାକୁ ପଡିବ ନାହିଁ।
ଏଠାରେ କୁହା ଯାଉଥିବା ଉପଚାରଟି ସବୁ ବୟସର ଲୋକମାନଙ୍କ ପାଇଁ କାର୍ଯ୍ୟକାରୀ ହେଇଥାଏ।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଆରମ୍ଭ କରିବା।ଏହି ଉପାୟ ପାଇଁ ସର୍ଵପ୍ରଥମେ ଏକ ପାତ୍ରରେ ଏକ ଗ୍ଲାସ ପାଣି ନିଅନ୍ତୁ।ଏହାପରେ ଏଥିରେ ଏକ ଡାଲଚିନିକୁ ଛୋଟ ଛୋଟ ଖଣ୍ଡ କରି ପକାନ୍ତୁ।ଆପଣ ଏଠାରେ ଡାଲଚିନିର ପାଉଡର ମଧ୍ୟ ବ୍ୟବହାର କରିପାରିବେ।ଏହାପରେ ଏକ ଦୁଇ ଇଂଚର ଅଦା ନିଅନ୍ତୁ ଏହାକୁ ଭଲ ଭାବରେ ଛଡାଇ ଗୁଣ୍ଡକରି ସେହି ପାଣିରେ ପକାନ୍ତୁ।
ଏହି ଦୁଇ ପଦାର୍ଥ ଔଷଧୀୟ ଗୁଣରେ ଭରପୁର ଥାଏ।ଏହାର ବ୍ୟବହାର ଦ୍ୱାରା ଏହା ଗଳାର ସମସ୍ତ ପ୍ରକାର ଅସୁବିଧା ଦୂର କରିଥାଏ।ଏହି ସବୁ ପଦାର୍ଥ ସେହି ପାଣିରେ ପକାଇବାପରେ ଏହାକୁ ଗରମ କରନ୍ତୁ ଏବଂ କିଛି ସମୟ ଅପେକ୍ଷା କରନ୍ତୁ।ଏବଂ ଯଦି ଆପଣଙ୍କ ଗଳାରେ ଦରଜ ରହୁଛି ତେବେ ଆପଣ ନିୟମିତ ଗରମ ପାଣି ପିଅନ୍ତୁ।୩ରୁ ୪ ମିନିଟ ପରେ ଗ୍ୟାସ ବନ୍ଦ କରିଦିଅନ୍ତୁ।ଏହାପରେ ତାହାକୁ ଏକ ଗ୍ଲାସରେ ଭଲ ଭାବରେ ଛାଣି ରଖିଦିଅନ୍ତୁ।ଏହାପରେ ଏହି ଦ୍ରଵଣ ପ୍ରସ୍ତୁତ ହୋଇଯିବ।ଏହାକୁ ଆପଣ ଚାହା ପିଇବା ଭଳି ଧୀରେ ଧୀରେ ଏକ ଏକ ଢ଼ୋକ ଦ୍ଵାରା ସମ୍ପୂର୍ଣ୍ଣ ଭାବରେ ପିଅନ୍ତୁ।ଏବଂ ଏହାକୁ ପିଇବା ପରେ ଏହାର ଅଧ ଘଣ୍ଟା ପର୍ଯ୍ୟନ୍ତ ପାଟିରେ କିଛିଭି ପକାନ୍ତୁ ନାହିଁ।ଆପଣ ଅଧଘଣ୍ଟା ପରେ ଦେଖିବେ ଆପଣଙ୍କ ଗଳା ଭଲ ହୋଇଯାଇଥିବ।
ଏବେ ଆସନ୍ତୁ ଜାଣିବା ଦ୍ୱିତୀୟ ଉପାୟ ବିଷୟରେ।ଏଥିପାଇଁ ମଧ୍ୟ ଆପଣ ଏକ ପାତ୍ରରେ ଏକ ଗ୍ଲାସ ପାଣି ନିଅନ୍ତୁ।ଏହାକୁ ଆପଣ ହାଲ୍କା ମାତ୍ରାରେ ଗରମ କରନ୍ତୁ।ସେହି ଗରମ ପାଣିକୁ ଗ୍ଲାସରେ ନିଅନ୍ତୁ ଏବଂ ସେଥିରେ ଏକ ଚିମୁଟା ଫିଟିକିରି ପକାନ୍ତୁ।ଫିଟିକିରି ଗଳା ଦରଜ ଏବଂ ଗଳା ଜନିତ ଅନେକ ସମସ୍ୟା ଭଲ କରିବାରେ ବ୍ୟବହାର କରାଯାଇଥାଏ।ସେହି ଫିଟିକିରିର ପାଉଡର ପ୍ରସ୍ତୁତ କରନ୍ତୁ।ଏବଂ ଅଳ୍ପ ମାତ୍ରାରେ ସେହି ପାଉଡର ନେଇଥିବା ଗରମ ପାଣିରେ ପକାନ୍ତୁ।ଏହାପରେ ଆପଣ ଏହି ପାଣି ଦ୍ୱାରା ଗଳଗଳ କରନ୍ତୁ।ଯଦି ଫିଟିକିରି ନାହିଁ ତେବେ ଆପଣ ତାହା ଜାଗାରେ ଏକ ଚିମୁଟା ହଳଦି ଏବଂ ଏକ ଚିମୁଟା ସୈନ୍ଧବ ଲବଣ ବ୍ୟବହାର କରିପାରିବେ।ଏହା କରିବାଦ୍ୱାରା ଗଳା ଜନିତ ସମସ୍ତ ସମସ୍ୟା ଦୂର ହୋଇଯାଇଥାଏ।
ଏହାର ଗଳଗଳ କରିସରିବାପରେ ୧୦ ମିନିଟ ଅପେକ୍ଷା କରନ୍ତୁ।ଏହାପରେ ଏକ ଚାମଚ କୁଟାଯାଇଥିବା ଗୋଲମରିଚ ପାଉଡର ନିଅନ୍ତୁ।ଏହାପରେ ସେଥିରେ ଅଳ୍ପ ମହୁ ମିଶାନ୍ତୁ।ସେଥିରେ ଏକ ଚିମୁଟା ସୈନ୍ଧବ ଲବଣ ମିଶାନ୍ତୁ।ଏହାପରେ ଏହାକୁ ଏକ ଥରରେ ବିନା ସ୍ୱାଦ ନେଇ ଗିଳିଦିଅନ୍ତୁ।ଏହା ଦ୍ୱାରା ଗଳାରେ ଥିବା ଇନଫେକସନ ଏବଂ ଦରଜ ସମ୍ପୂର୍ଣ୍ଣ ଭାବରେ ଦୂର ହୋଇଯିବ।