October 20, 2024

Odia Express

Here, There and Everywhere

ଉଚ୍ଚ ରକ୍ତଚାପର ମୁକ୍ତି ପାଇବାର ସହଜ ଉପାୟ – ଏହି ସାଧାରଣ ଉପାୟ ଆଜି ଆପଣ ଘରେ କରିପାରିବେ..

ତେବେ ବନ୍ଧୁମାନେ ଉଚ୍ଚ ରକ୍ତଚାପ ପାଇଁ ଆଜି ଆପଣ ଏଠାରେ ଏକ ଏପରି ଘରୋଇ ଉପଚାର ଜାଣିବେ ଯାହା ଦ୍ଵାରା ଆପଣଙ୍କର ଏହି ସମସ୍ୟା ସବୁଦିନ ପାଇଁ ଦୂର ହେଇଯିବ।ଯଦି ଆପଣଙ୍କ ଧମନୀରେ ରକ୍ତର ଚାପ ବଢ଼ି ଯାଇଥାଏ,ଯଦି ଏହା ଧୀରେ ଧୀରେ ଯଦି ଏହା ନିୟନ୍ତ୍ରଣ ହେଉନଥାଏ ତେବେ ଏହାର ପ୍ରଭାବ ବୃକକକୁ ଆସିଯାଇଥାଏ।ଏହାର ପ୍ରଭାବ ଆଖିଗୁଡ଼ିକ ଉପରେ ପଡିଥାଏ।ଏହା ମସ୍ତିଷ୍କ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ। ହାର୍ଟ ଆଟେକ୍ ମଧ୍ୟ ଆସିବାର ସମ୍ଭାବନା ବଢ଼ି ଯାଇଥାଏ।ତେଣୁ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ନିହାତି ଜରୁରୀ।

ଆଜିର ଅତ୍ୟାଧୁନିକ ବିଜ୍ଞାନର ସମୟରେ,ଆଧୁନିକ ଜୀବନ ଶୈଳୀ ହିସାବରେ,ଯେଉଁ ଭଳି ଆମେ ବଞ୍ଚୁଅଛେ,ଯେଉଁ ଭଳି ଆମେ ବିଷାକ୍ତ ଖାଦ୍ୟ ଖାଇ ଚାଲିଛେ, ଯେଉଁ ଭଳି ଆମେ ବିଷାକ୍ତ ପାଣି ପିଇ ଚାଲିଛେ,ଯେଉଁ ଭଳି ଭାବେ ଆମର ବାୟୁ ପ୍ରଦୂଷଣ ହେଇଯାଇଛି, ଯେଉଁ ଭଳି ଭାବେ ଆମ ଉପରେ କାର୍ଯ୍ୟର ଚାପ ରହୁଛି। ଯେଉଁ ଦୁଃଖ, କଷ୍ଟ, ପୀଡ଼ା ଲାଗି ରହିଛି ସେଥିପାଇଁ ଏ ରୋଗଟି ଘରେ ଘରେ ପହଞ୍ଚି ଯାଇଛି।ଏଭଳି ଏକ ଘର ବଞ୍ଚି ନାହିଁ ଯେଉଁ ଘରେ କୌଣସିବି ଲୋକକୁ ଉଚ୍ଚ ରକ୍ତଚାପ ରୋଗ ନଥିବ।

କୁହାଯାଏ କି ଆରୋଗ୍ୟ ଠାରୁ ପ୍ରତିରୋଧ ଭଲ।ତେବେ ଆଜି ଆମେ ଏଠାରେ ଉକ୍ତ ରକ୍ତଚାପରୁ ରକ୍ଷା ପାଇବା ପାଇଁ ଘରୋଇ ଉପଚାର ତ ଜାଣିବା।ଏହା ସହ ଏହା କାହିଁକି ହେଇଥାଏ,ଯଦି ଆମେ ସେ କାରଣଟି ଜାଣି ତାକୁ ହିଁ ବନ୍ଦ କରିଦେବା ତେବେ ହୁଏତ ଯାହାକୁ ଏ ରୋଗ ହେଇନାହିଁ, ତାକୁ ଆଗକୁ ହେବ ନାହିଁ।ଲୋକମାନେ ଭାବନ୍ତି କି ଆମେ ଔଷଧ ଖାଇଦେଲୁ ତାହେଲେ ଆଉ କିଛି ଚିନ୍ତା କରିବାର ନାହିଁ।କିନ୍ତୁ ଏହା ଠିକ୍ ନୁହଁ କାରଣ ଏହି ଔଷଧ ବାରମ୍ବାର ଖାଇବାକୁ ପଡିଥାଏ ଏବଂ ଔଷଧ ମଝିରେ ଛାଡି ଦେଲେ ଚାପ ବଢ଼ି ଯାଇଥାଏ।ଏହି ଔଷଧକୁ ଛାଡ଼ିବା ସମ୍ପୂର୍ଣ ରୂପେ ଅସମ୍ଭବ ହେଇ ଯାଇଥାଏ।ତେବେ ରକ୍ତଚାପ ପାଇଁ ଔଷଧ ତ ଏକ ସ୍ଥାୟୀ ଉପଚାର ନୁହଁ।

ତେବେ ଚାଲନ୍ତୁ ଜାଣିବା ଏଭଳି ଏକ ଉପାୟ ଯାହା ଦ୍ଵାରା ଅଳ୍ପ ଦିନରେ ହିଁ ଆମକୁ ରକ୍ତ ଚାପରୁ ମୁକ୍ତି ମିଳିପାରିବ।ଏହା ସହ ଏହାର କାରଣ ଉପରେ ମଧ୍ୟ ପ୍ରତିରୋଧ ଲଗାଇବା।ରକ୍ତଚାପର ମୁଖ୍ୟ କାରଣ ହେଇଥାଏ ଲୁଣ ।ତେବେ ଯଦି ରକ୍ତଚାପ ଲାଗି ରହିଛି ତେବେ ନିଜର ଲୁଣ ବଦଳାଇ ଦେଇକି ଦେଖନ୍ତୁ।ତେବେ ମାର୍କେଟରେ ମିଳୁଥିବା ଆଇଓଡ଼ିନ ଲୁଣ ନ ଖାଇ ସୈନ୍ଧବ ଲୁଣ ଖାଅନ୍ତୁ।ଯେଉଁ ଜିନିଷ ବା କାର୍ଯ୍ୟ ଆପଣଙ୍କୁ ଚାପ ଦେଉଛି,କଷ୍ଟ ଦେଉଛି, ଆପଣଙ୍କ ମାନସିକ ଶାନ୍ତି ନଷ୍ଟ କରୁଛି ଓ ରାଗ ବଢ଼ାଉଛି, ସେଭଳି କିଛି କାର୍ଯ୍ୟକୁ କରିବା ବନ୍ଦ କରିଦିଅନ୍ତୁ।ଏହାର ଉପକାର ଆପଣ ଖୁବ୍ କମ୍ ଦିନରେ ପାଇ ପାରିବେ।

ତେବେ ଶେଷରେ ଜାଣିବା ସେହି ଘରୋଇ ଉପଚାର।ସବୁ ଦିନ ସକାଳୁ ଡାଲଚିନି ନିଅନ୍ତୁ।୫୦ ଗ୍ରାମ ବା ୧୦୦ ଗ୍ରାମ ଡାଲଚିନିକୁ ପେଶି ପାଉଡର ବନାଇ ଦିଅନ୍ତୁ।ସେଥିରୁ ମାତ୍ର ଅଧା ଚାମଚ୍ ଡାଲଚିନି ଗୁଣ୍ଡ ଏକ ଗ୍ଲାସ ନଖ ଉଷୁମ ପାଣିରେ ଗୋଳାଇ ପିଆନ୍ତୁ ଏବଂ ଏହାର ଘଣ୍ଟାଏ ଯାଏଁ କିଛି ଖାଆନ୍ତୁ ନାହିଁ।ଏହା କରିବା ଦ୍ୱାରା ଆପଣ ଅଳ୍ପ ଦିନରେ ହିଁ ଏହାର ପ୍ରଭାବ ଦେଖିପାରିବେ।ଏହା ସହ ଧ୍ୟାନ ରଖିବେ କି ଆପଣଙ୍କୁ ନିଜ ମାନସିକ ଶାନ୍ତିକୁ ମଧ୍ୟ ବଜାୟ ରଖିବାର ଅଛି।ତେବେ ମନେ ରଖନ୍ତୁ ଏପରି କରିବା ଦ୍ବାରା କେବଳ ରକ୍ତଚାପ ଭଲ ହେବନାହିଁ ଏହା ସହ ଆଗକୁ ମଧ୍ୟ କୌଣସି ରୂପେ ଏହା ଫେରିବ ନାହିଁ।

Leave a Reply

Your email address will not be published. Required fields are marked *