କାନର ଯନ୍ତ୍ରଣା ଦୂର କରିବା ପାଇଁ ସଠିକ ଉପାୟ – ଯଦି ଆପଣଙ୍କ କାନ ରେ ମଧ୍ୟ ଯନ୍ତ୍ରଣା ହେଉଛି ତେବେ ଏହି ଉପାୟ ଏବେ କରନ୍ତୁ..
ସାଙ୍ଗମାନେ ଆପଣଙ୍କ ଯେତେବେଳେ କାନରେ ଯନ୍ତ୍ରଣା ହୋଇଥାଏ ବା ଆପଣଙ୍କ କାନ ବହିବାକୁ ଲାଗିଥାଏ ଅଥବା କାନରେ କୌଣସି ଇଂଫେକସନ ହୋଇଥାଏ ତ କାନରେ ବହୁତ ଯନ୍ତ୍ରଣା ହେବାକୁ ଲାଗିଥାଏ।ଅହିଆ ଯନ୍ତ୍ରଣା ଅସହନୀୟ ହୋଇଥାଏ ଓ ଏହି କାରଣରୁ ଆମର ମୁଣ୍ଡବିନ୍ଧା ମଧ୍ୟ ଆରମ୍ଭ ହୋଇଥାଏ।ଏହାଦ୍ବାରା ଆମ ମାଢ଼ିରେ ମଧ୍ୟ ଯନ୍ତ୍ରଣା ହୋଇଥାଏ।ସେତେବେଳେ ଆମକୁ ଆମ କାନର ଉପଚାର କରିବା ନିହାତି ଜରୁରୀ ହୋଇ ପଡ଼ିଥାଏ।ଆଜି ମୁଁ ଆପଣ ମାନଙ୍କୁ ଏମିତି ଏକ ଉପାୟ କହିବି ଯାହାକୁ ଆପଣ ମାନେ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ କାନ ସମସ୍ୟାରୁ ମୁକ୍ତି ପାଇପାରିବେ ଓ ଆପଣଙ୍କ କାନର ସମସ୍ତ ମଇଳା ସଫା ମଧ୍ୟ ହୋଇଯିବ।
ସାଙ୍ଗମାନେ ଆପଣଙ୍କୁ ଏହି ଉପାୟ ତିଆରି କରିବା ପାଇଁ ସବୁଠୁ ପ୍ରଥମେ ଦରକାର ସୋରିଷ ତେଲ।ଆପଣ ଏକ ପାତ୍ରରେ ଦୁଇ ଚାମଚ ସୋରିଷ ତେଲ ନେବେ।ସାଙ୍ଗମାନେ ପିଲାଦିନେ ଆମ କାନରେ ସୋରିଷ ତେଲ ପକା ଯାଉଥିଲା।ଏହାଦ୍ବାରା ଆମ କାନ ସଫା ରହୁଥିଲା ଓ ଆମକୁ ଠିକ ଶୁଭୁଥିଲା।ଆମ କାନରୁ ମଇଳା ବାହାର କରିବା ପାଇଁ ସୋରିଷ ତେଲ ସବୁଠୁ ଉତ୍ତମ ଅଟେ।ଆପଣ ସୋରିଷ ତେଲକୁ ଗ୍ୟାସରେ ଟିକେ ଗରମ କରିଦେବେ।
ଏହାପରେ ଆପଣ ଦ୍ୱିତୀୟ ଜିନିଷ ଭାବେ ନେବେ ଲବଙ୍ଗ।ସାଙ୍ଗମାନେ ଲବଙ୍ଗରେ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ରହିଥିବା ଯୋଗୁ ଏହା ଆମ କାନର ସମସ୍ତ ମଇଳା ସଫା କରିବାରେ ସକ୍ଷମ ହୋଇଥାଏ।ଆପଣ ଦୁଇଟି ଲବଙ୍ଗ ଏହି ତେଲରେ ପକାଇବେ।ସାଙ୍ଗମାନେ ଆପଣ ଧ୍ୟାନ ରଖିବେ ଯେ ଲବଙ୍ଗର ଫୁଲ ରହିଥିବା ଦରକାର।ଆପଣ ଏହି ମିଶ୍ରଣକୁ ଭଲ ଭାବେ ଗରମ କରିଦେବେ।ଏହାପରେ ଆପଣ ସେହି ମିଶ୍ରଣକୁ ଗ୍ୟାସରୁ ବାହାର କରିଦେବେ ଓ କିଛି ସମୟ ପାଇଁ ଥଣ୍ଡା ହେବା ପାଇଁ ଛାଡ଼ିଦେବେ।ଲଗାଇବା ସମୟରେ ଧ୍ୟାନ ରଖିବେ ଯେ ଏହା ଅଳ୍ପ ଉଷୁମ ଥିବ।
ସାଙ୍ଗମାନେ ରାତିରେ ଆପଣ ଶୋଇବା ସମୟରେ ଯେଉଁ କାନ ଆପଣଙ୍କର ଖରାପ ଅଛି ବା ବହୁଛି ଆପଣ ମାତ୍ର ଦୁଇ ବୁନ୍ଦା ସେହି କାନରେ ପକାଇବେ।ଏହି ଉପାୟ ଆପଣ ତିନି ରୁ ଚାରି ଦିନ କରିବେ।ଏହାଦ୍ବାରା ଆପଣଙ୍କ କାନର ସବୁ ମଇଳା ବାହାରି ଯିବ ଓ ଯନ୍ତ୍ରଣା ମଧ୍ୟ ଦୂର ହୋଇଯିବ।ଏହା ଆପଣ ଲଗାତାର ଚାରି ଦିନ କରିବେ।
ଦ୍ଵିତୀୟ ଉପାୟ ହେଉଛି ଆପଣ ସକାଳୁ ଉଠିବା କ୍ଷଣି ଖାଲି ପେଟରେ ବାସି ମୁଁହରେ ଏକ ଗ୍ଲାସ ପାଣି ପିଇବେ।ଯଦି ସେହି ପାଣି ରାତିରେ ପିତଳ ବାସନରେ ରଖା ଯାଇଥିବ ତ ଆହୁରି ଲାଭ ଦେବ।ଏହାଦ୍ବାରା ଆପଣଙ୍କ ମୁଣ୍ଡବିନ୍ଧା ହେବନାହି।ମୁଣ୍ଡବିନ୍ଧା କମିବା ପାଇଁ ଲାଭବାନ ହୋଇଥାଏ ଯୋଗ ଓ ବ୍ୟାୟାମ।ଏହା ରୋଗ ମାନଙ୍କୁ ମଣିଷ ଶରୀରରୁ ଦୂରେଇ ରଖିଥାଏ।ଏହା ଆପଣ ମାନଙ୍କୁ ଏକ୍ଟିଭ ବନାଇଥାଏ।